Advertisment

Ai Catch: ଶିକାର ପାଇଁ ଯାଇଥିଲେ, AI ଚିହ୍ନି ପକାଇଲା!

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ।

author-image
Manoranjan Sial
AI

AI

ଶିକାର କରିବାକୁ ଯାଇଥିଲେ। AI ଚିହ୍ନି ପକାଇଲା! ସେହି ତଥ୍ୟ ଆଧାରରେ ଶିମିଳିପାଳ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଦୁଇ ହାତୀ ଦାନ୍ତ ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ।

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଡଖମଣ ପଞ୍ଚାୟତ ଅନନ୍ତପୁର ଗାଁର ବୁଧୁରାମ ହାଁସଦା, ମୁନିରାମ ହେମ୍ବ୍ରମ ଓ ମାଧବ ସିଂ ଶିମିଳିପାଳ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ। ହେଲେ ସେମାନଙ୍କ ଫଟୋ ଜଙ୍ଗଲରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହୋଇଯାଇଥିଲା। ସେହି ତଥ୍ୟ ଆଧାରରେ ଶିମିଳିପାଳ ଦକ୍ଷିଣ ସ୍ପେଶାଲ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଓ କିଛି ଶିକାର ସାମଗ୍ରୀ ଜବତ କରିଛି।

ବନ ବିଭାଗ ସେମାନଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଅନ୍ୟପଟେ ବନ୍ଧୁକ ରଖିଥିବା ଅଭିଯୋଗରେ ଆମ୍ସ ଆକ୍ଟ ୧୯୫୯ରେ ବାରିପଦା ସିଜେଏମ୍‌ଙ୍କ କୋର୍ଟକୁ ସେମାନଙ୍କୁ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ସମ୍ରାଟ ଗୈଡା। ତେବେ ଗିରଫ ଅଭିଯୁକ୍ତମାନେ କେତେଦିନ ଧରି ଶିକାର କରିବାକୁ ଯାଉଥିଲେ, ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Advertisment
Baripada Similipal National Park Crimes In Odisha
Advertisment
Advertisment