• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଚଳଚଞ୍ଚଳ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଗାଡି ଚଲେଇବା ବେଳେ ବାଧା ସୃଷ୍ଟିକଲା ଘନ କୁହୁଡି । କୁହୁଡି ପାଇଁ ରାସ୍ତା ଦେଖିପାରିଲେନି ଚାଳକ । କେବଳ ସାଧାରଣ ଲୋକ ନୁହେଁ କୁହୁଡି ପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ୟବସାୟୀ । ରାଜ୍ୟରେ କମିଛି ଶୀତ କିନ୍ତୁ ଏବେବି କଲବଲ କରୁଛି କୁହୁଡ଼ି । ତାପମାତ୍ରାରେ ପରିବର୍ତ୍ତନ ହୋଇଥିବାରୁ ଶୀତ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିନ୍ତୁ ଏବେବି ଲୋକଙ୍କୁ କଲବଲ କରୁଛି ଘନ କୁହୁଡ଼ି ।

ପାହାଡ଼ିଆ ଅଞ୍ଚଳରେ ଜିରୋ ଭିଜିବିଲିଟି ଯୋଗୁଁ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଜାଡ଼ କମିଥିଲେ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି । ସକାଳୁ ଘରୁ ବାହାରିବା ଗୋଟିଏ ପ୍ରକାର ମୁସ୍କିଲ୍ ହୋଇପଡିଛି । ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଧଳା ଚାଦରରେ ଘୋଡ଼ାଇ ହୋଇଥିଲା ଗାଁଗଣ୍ଡାଠୁ ସହର ବଜାର । ଦେଖା ଯାଉ ନଥିଲା ରାସ୍ତାଘାଟ । ଏପରିକି ୧୦-୨୦ ମିଟର ଦୂରରୁ ବି କିଛି ଦୃଶ୍ୟମାନ ହେନଥିବା ଦେଖିବାକୁ ମିଳିଥିଲା । ଫଳରେ ବାଧାପ୍ରାପ୍ତ ହୋଇଥିଲା ଗାଡ଼ିମୋଟର ଚଳାଚଳ ।

ଏପରିକି ରାସ୍ତାରେ ଚାଲି ଚାଲି ଯାଉଥିବା ଲୋକଙ୍କୁ ବି ଦୁଇ ଚାରି ହାତ ଦୂରରୁ କିଛି ଦେଖାଯାଉ ନଥିଲା । ଅନ୍ୟପଟେ ରାଜ୍ୟରେ ଶୀତରେ ଲାଗିଛି ବ୍ରେକ୍ । ଉଭୟ ଦିନ ଓ ରାତିରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଫଳରେ ରାଜ୍ୟରେ ହ୍ରାସପାଇଛି ଥଣ୍ଡା । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହୋଇଛି । ଫଳରେ ଆସନ୍ତା ଦୁଇ ଦିନରେ ଆହୁରି ବଢ଼ିବ ପାରଦ । ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । 

ଅଧିକ ପଢ଼ନ୍ତୁ: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ପାରଦ ଖସିଥିବା ବେଳେ ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ଶୀତ ସହିତ କୁହୁଡି ଦେଖାଦେଇଛି । ପ୍ରଚଣ୍ଡ କୁହୁଡି ଫଳରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । କିଛି ସ୍ଥାନରେ ଥଣ୍ଡାରୁ ଆରାମ ପାଇବା ପାଇଁ ଲୋକେ ରାସ୍ତା କଡରେ ନିଆଁ ପୋଉଥିବା ଦେଖିବାକୁ ମିଳିଛି ।  

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ପରାକ୍ରମ ଦିବସ ?

OTV is now on Whatsapp

Join and get latest news update delivered to you via whatsapp

Join Now