Advertisment

Daya River Water Becoming Toxic: ଦୟାନଦୀ ପାଣି ପାଲଟିଛି ବିଷ; ଛୁଇଁବାକୁ ଥରୁଛି ଛାତି, ଝାଡ଼ାବାନ୍ତିରେ ଗଲାଣି ୪ ମୁଣ୍ଡ...

ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା ।

author-image
Sujit kumar Swain
undefined

Daya River Water Becoming Toxic

ଦୟାନଦୀ ପାଣି ପାଲଟିଛି ବିଷ। ପୁରୀ ଜିଲ୍ଲା କଣାସ ଅଞ୍ଚଳବାସୀଙ୍କ ପାଇଁ ପାଲଟିଯାଇଛି ଅଭିଶପ୍ତ। ଝାଡ଼ାବାନ୍ତିରେ ଚାରି ଚାରି ଜଣଙ୍କ ମୁଣ୍ଡ ଗଡ଼ିବା ପରେ ଦୟା ଜଳ ଛୁଇଁବାକୁ ଏବେ ଛାତି ଥରୁଛି। କିନ୍ତୁ ଉପାୟ ଶୂନ୍ୟ। ବାସନମଜାଠୁ ଲୁଗାଧୁଆ, ଗାଧୁଆ ପାଧୁଆଠୁ ରୋଷେଇ କାମ। ରାତି ପାହିଲେ ନିତ୍ୟ ବ୍ୟବହାର୍ଯ୍ୟ କାମ ପାଇଁ ଏକମାତ୍ର ସାହା ଭରସା ଦୟା, ଏବେ ଚିନ୍ତା ବଢ଼ାଇଛି। କାରଣ ଆଜିକୁ ୧୦ ଦିନ ହେଲା ଝାଡ଼ାବାନ୍ତିରେ ବ୍ରେକ୍ ଲାଗୁନି। ଏହାର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ଏବେ ସରକାରୀ ଅଧିକାରୀ। 

Advertisment

ସାହିକୁ ସାହି ବୁଲୁଛି ସଚେତନତା ଗାଡ଼ି...ଡାକବାଜି ଯନ୍ତ୍ର ସହାୟତାରେ ଘନ ଘନ ଚଳାଇଛି ପ୍ରଚାର...ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ସରକାରୀ ବାବୁ...ଅଞ୍ଚଳକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ପାଇଁ ଆପଣାଉଛନ୍ତି ନୂଆ ନୂଆ ରଣନୀତି...କିନ୍ତୁ ଦୁର୍ଭାଗ୍ୟ, କାହାର ଚେତା ପଶୁନି।

ଅଧିକ ପଢ଼ନ୍ତୁ: ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

Advertisment

ଜହର ପାଲଟିଯାଇଥିବା ଜଳକୁ ନଛୁଇଁବାକୁ ନାଲି ଝଣ୍ଡା ପୋତି ବାଉଁଶ ବାଡ଼ ବି ଦିଆଯାଇଛି। ଯେଉଁ ଦୟାନଦୀର ଜଳ, ଦେହରୁ ଜୀବନ ଛଡ଼ାଇ ନେଉଛି, ସେହି ଜଳକୁ ଛାଡ଼ିବାକୁ ନାରାଜ ଲୋକେ। କାରଣ ଟ୍ୟାଙ୍କର ମାଧ୍ୟମରେ ଯେଉଁ ଜଳ ଯୋଗାଣ ହେଉଛି, ତାହା କେବଳ ରନ୍ଧାବଢ଼ା ଏବଂ ପିଇବା ପାଇଁ। ପରିଣାମ ସ୍ବରୂପ, ନଈରେ ଗୋରୁ ମଢ଼ ଭାସୁଥାଉ କିମ୍ବା ଅଳିଆ ଆବର୍ଜନା ସହ ଗନ୍ଧରେ ଫାଟିପଡୁଥାଉ, କଣାସ ବ୍ଲକ ଜାଗୁଳାଇପଦର ପଞ୍ଚାୟତ ବାସିନ୍ଦାଙ୍କ ପାଖରେ ବିକଳ୍ପ ନଥିବାରୁ ବାଧ୍ୟ ହେଉଛନ୍ତି ଏହାକୁ ବ୍ୟବହାର ପାଇଁ। ଅନ୍ୟ ଏକ ଦିଗ ହେଉଛି, ଗଙ୍ଗୁଆ ନାଳର ବିଷାକ୍ତ ଜଳ ବି ଦୟା ନଦୀରେ ପ୍ରବାହିତ ହେଉଛି। 

ସେ ସାରଥୀ ପ୍ରଧାନ କିମ୍ବା ମାଗି ଦଳାଇ ହୁଅନ୍ତୁ ଅବା ପ୍ରମିଳା ସାହୁ କିମ୍ବା ଗୁରେଇ ସେଠୀ। କଣାସ ବ୍ଳକ ଗଡ଼ିଶାଗୋଦା ଓ ଗୋପୀନାଥପୁରରେ ଦୟାନଦୀର ବିଷାକ୍ତ ଜଳ ୪ ଜଣଙ୍କ ଜୀବନ ନେଇସାରିଛି। ଆଉ ୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ପ୍ରାୟ ୮୦ରେ। ହେଲେ କାହିଁକି ବ୍ୟାପୁଛି ଝାଡ଼ାବାନ୍ତି ? ତାକୁ ନେଇ ଲାଗିରହିଥିବା ତନାଘନା ଭିତରେ ଜହର ପାଲଟିଯାଇଥିବା ଦୟାନଦୀର ଜଳକୁ ନେଇ ଚିନ୍ତା ବଢ଼ିଛି। ଆଜି କଣାସରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପହଞ୍ଚି ସ୍ଥିତି ପରଖିଛନ୍ତି। ଗଡ଼ିଶାଗଦା, ଯାମଳଗଦା, କଳାପଦାର, ନୂଆଗାଁ ଆଦି ଗାଁରେ ଅନୁଧ୍ୟାନ କରିବା ସହ ଦୟା ପାଣି ବ୍ୟବହାର କରିବାକୁ ବାରଣ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। 

ଗତକିଛି ବର୍ଷ ହେଲା, ଭୁବନେଶ୍ୱରର ଦୂଷିତ ଜଳ ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟାନଦୀକୁ ପ୍ରବେଶ କରି ଚାଲିଛି। ତା’ସହ ବଢ଼ି ଚାଲିଛି ଜବରଦଖଲ। ଫଳରେ ଜଳ ନିଷ୍କାସନ କ୍ଷେତ୍ରରେ ସମସ୍ୟା ଉପୁଜୁଥିବାରୁ ଜମି ରହୁଛି ପାଣି। ବ୍ୟାପୁଛି ସଂକ୍ରାମକ ରୋଗ। ଯାହାର ଦଶା ଭୋଗୁଛନ୍ତି କଣାସ ଅଞ୍ଚଳବାସୀ। ଏହାକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଦୀର୍ଘ କାଳୀନ ସମାଧାନ ପାଇଁ ଆକ୍ସନ ପ୍ଲାନ ଦାବି ଦାବି କରିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ନଦୀ, ସମୁଦ୍ର ଓ ହ୍ରଦକୁ ପ୍ରଦୂଷଣ ମୁକ୍ତ କରିବୁ। 

ଅଧିକ ପଢ଼ନ୍ତୁ: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

Daya River Water
Advertisment
Advertisment