ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜି ବି ଜଣେ ମହାନ୍ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଉଭୟ ବିଜେପି ଓ ବିଜେଡି ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ।