ପୋଲିସରେ ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି ।
‘ମୃତ୍ୟୁ ସମୟ ଲୁଚା ଯିବା ସଂପର୍କରେ ତଦନ୍ତ କରାଯାଉଛି କି ନାହିଁ’ । ‘ମୃତ୍ୟୁ ସମୟ ଲୁଚାଯିବା ଗର୍ହିତ ଅପରାଧ,IPC ୨୦୧ରେ ତାହା ଅପରାଧ’ ।
ମମିତା ହତ୍ୟା ମାମଲାରେ ବିଜେପି ନେତା ପ୍ରକାଶ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି.. ସେ କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ବିବୃତ୍ତି ଦେବାକୁ ଯୋଗ୍ୟ ନୁହନ୍ତି ବରଂ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜି ବିବୃତ୍ତି ଦେବା ଉଚିତ୍। ଏଭଳି ଜଘନ୍ୟ ଅପରାଧର ତଦନ୍ତ ସିବିଆଇକୁ ଦେବାର ଥିଲା.. ଶୁଣନ୍ତୁ ପ୍ରକାଶ ମିଶ୍ରଙ୍କ ପୂରା ପ୍ରତିକ୍ରିୟା..
ମମିତା ହତ୍ୟା ମାମଲାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହେଉଛି । ଏଭଳି କେସରେ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଅତି ସମ୍ବେଦନଶୀଳ ଘଟଣା ହୋଇଥିଲେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇ ନାହିଁ । ମୂଳରୁ ଏ କେସ୍ର ଅନୁସନ୍ଧାନ ଭଲରେ ନହେଉ ବୋଲି ଚେଷ୍ଟା କରାଯାଉଛି , ତାହା ବର୍ତ୍ତମାନ ସ୍ପଷ୍ଟ ଜଣାପଡ଼ୁଛି ।
ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।
ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି।
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims