Advertisment

Subhadra Yojana: ‘ସୁଭଦ୍ରା’ରେ ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡିଲା ଜାଲିଆତି

ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ପୁରୁଷ । ଆଧାର କାର୍ଡ, ବ୍ୟାଙ୍କ ଲିଙ୍କ୍ ବେଳେ ଧରାପଡିଲା ଜାଲିଆତି । ୧୫୭ ଜଣ ପୁରୁଷ ଫେକ୍ ଡକ୍ୟୁମେଣ୍ଟ ଦେଇ ସୁଭଦ୍ରା ଟଙ୍କା ପାଇବାକୁ ଫନ୍ଦି କରିଥିଲେ ।

author-image
Santosh Kumar Sahoo
ଛାଡ଼ୁନି ‘ଅଯୋଗ୍ୟ-ରାଜ୍‌’ ରୋଗ

ଛାଡ଼ୁନି ‘ଅଯୋଗ୍ୟ-ରାଜ୍‌’ ରୋଗ

'ସୁଭଦ୍ରା'କୁ ବି ଛାଡିଲେନି। ପୁରୁଷ ହୋଇ ବି ଫେକ୍ ଡକୁମେଣ୍ଟ ଜରିଆରେ ଆବେଦନ କଲେ। ମାତ୍ର ଯାଞ୍ଚ ବେଳେ ଧରାପଡି ବାଦ ପଡିଲେ । ସରକାରୀ ଯୋଜନାକୁ ହଡପ ଲାଗି ଅଯୋଗ୍ୟ ହିତାଧିକାରୀଙ୍କ ଏଭଳି ଅଜବ ମାନସିକତା ଦେଖିବାକୁ ମିଳିଛି । ବିଜେଡି ସରକାର ସମୟରେ ରାସନ କାର୍ଡ ଠାରୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ ସବୁଠି ଅଯୋଗ୍ୟଙ୍କ ରାଜ୍ ଚାଲିଥିଲା । ଯେଉଁଥିପାଇଁ ଏବେ ବି ସେହି ରୋଗ ଦେଖାଦେଉଛି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ତେଜିଛି ରାଜନୀତି ।

Advertisment

ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ପୁରୁଷ। ଆଧାର କାର୍ଡ, ବ୍ୟାଙ୍କ ଲିଙ୍କ୍ ବେଳେ ଧରାପଡିଲା ଜାଲିଆତି । ୧୫୭ ଜଣ ପୁରୁଷ ଫେକ୍ ଡକ୍ୟୁମେଣ୍ଟ ଦେଇ ସୁଭଦ୍ରା ଟଙ୍କା ପାଇବାକୁ ଫନ୍ଦି କରିଥିଲେ । ଆଜି ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ଯାଞ୍ଚ ବେଳେ ସେମାନଙ୍କୁ ବାଦ ଦିଆଯାଇଛି । ସମାନ ଅବସ୍ଥା ରାସନ କାର୍ଡ ହିତାଧିକାରୀ ତାଲିକାରେ ବି । ସରକାରୀ ଚାକିରିଆ ଠୁ ଆରମ୍ଭ କରି ଡାକ୍ତର, ଶିକ୍ଷକ ଯାଏ ଲକ୍ଷାଧିକ ଅଯୋଗ୍ୟ ଏଭଳି ରାସନ କାର୍ଡ ହାତେଇଥିଲେ । ତେବେ ଇ-କେୱାଇସି ଅପଡେଟ୍ ଅବଧି ସରିବା ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ କାର୍ଡ ସରେଣ୍ଡର କରିବାକୁ ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯଦି ସରେଣ୍ଡର ନକରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର। ପ୍ରାୟ ୪୨ ଲକ୍ଷ ହିତାଧିକାରୀ ଏଯାଏ ଇ-କେୱାଇସି ଅପଡେଟ୍ କରିନାହାନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ ଅଯୋଗ୍ୟଙ୍କ ତାଲିକା କେତେ ।

ଅଧିକ ପଢ଼ନ୍ତୁ: ଦୟାନଦୀ ପାଣି ପାଲଟିଛି ବିଷ; ଛୁଇଁବାକୁ ଥରୁଛି ଛାତି, ଝାଡ଼ାବାନ୍ତିରେ ଗଲାଣି ୪ ମୁଣ୍ଡ...

Advertisment

ଏଠି ପ୍ରଶ୍ନ ଉଠୁଛି, ସରକାରୀ ଯୋଜନା ପାଇଁ ଅଯୋଗ୍ୟଙ୍କ ଏତେ ଆକର୍ଷଣ କାହିଁକି ? ପୂର୍ବ ବିଜେଡି ସରକାରରେ କଣ ସରକାରୀ ଯୋଜନାକୁ ଫେକ୍ ଡକୁମେଣ୍ଟ ଦ୍ବାରା ହାତେଇବା ଏତେ ସହଜ ଥିଲା ? ଆବାସ, ଭତ୍ତା, ମେଧାବୃତ୍ତି, ରାସନ କାର୍ଡ ଯୋଜନାରେ ମାଳ ମାଳ ଅଭିଯୋଗ ଅଯୋଗ୍ୟ ହିତାଧିତକାରୀଙ୍କ ନାଁରେ। ସେପଟେ ବିଜେଡି ପ୍ରଶ୍ନ କରିଛି, ଆଧାର ଲିଙ୍କ ସତ୍ତ୍ବେ ଅଯୋଗ୍ୟ ହିତାଧିକାରୀ ଆବେଦନ କିପରି କରୁଛନ୍ତି ? ଯଦି କେହି ଅଯୋଗ୍ୟ ଅଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଅନ୍ତୁ ସରକାର।କଂଗ୍ରେସ ମଧ୍ୟ ସମାନ ଦାବି କରିଛି। ବିଜେପି କହିଛି ବିଜେଡି ସରକାର ସମୟରେ ଦଳୀୟ ଭିତ୍ତିରେ ସରକାରୀ ଯୋଜନା ପାଇଁ ହିତାଧିକାରୀ ତାଲିକା ପ୍ରସ୍ତୁତ ହେଉଥିଲା। ଯେଉଁଥିଲାଗି ବର୍ତ୍ତମାନ ବି ଅଯୋଗ୍ୟ ସେହି ଫନ୍ଦି ଆପଣାଉଛନ୍ତି। କିନ୍ତୁ ବିଜେପି ସରକାର ଏଭଳି ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି।

ସରକାରୀ ବ୍ୟବସ୍ଥା ଓ ଯୋଜନାରେ ସତେ ଯେମିତି ମୋଟା ପରସ୍ତର ଧୂଳି ବସିଯାଇଛି । ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଲାଗି ମୋହନ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏବେ ଦେଖିବାର କଥା ଆଗକୁ ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ।

ଅଧିକ ପଢ଼ନ୍ତୁ: ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ କଡ଼ା ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

Subhadra Pravati Parida Odisha
Advertisment
Advertisment