Advertisment

Elephant Tusk Mafia: ବିଚ୍‌ ରାସ୍ତାରେ ହାତୀ ଦାନ୍ତ ମାଫିଆଙ୍କୁ ମାଡ଼ି ବସିଲେ

ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।

author-image
Manoranjan Sial
Elephant

Elephant

ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯାଉଥିଲେ। ହେଲେ ବିଚ୍‌ ରାସ୍ତାରେ ହାତୀ ଦାନ୍ତ ମାଫିଆଙ୍କୁ ମାଡ଼ିବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ବନ ବିଭାଗ ୨ଟି ହାତୀ ଦାନ୍ତ ଜବତ କରିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଜାମଶୋଳା-ବମ୍ବେ ଛକ ରାସ୍ତାରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ହାତୀ ଦାନ୍ତ ଧରି ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରିନେଇଥିଲେ। ଗରଫ ୪ ଅଭିଯୁକ୍ତଙ୍କ ଭିତରୁ ୨ ଜଣଙ୍କ ଘର ରାସଗୋବିନ୍ଦପୁର ଥାନା ଅଞ୍ଚଳରେ। ତାଙ୍କ ନାଁ ହେଲା ବାସ ମୁର୍ମୁ ଓ ଯୋଗେଶ୍ୱର ମୁର୍ମୁ। ଗିରଫ ହୋଇଥିବା ଝାଡ଼ଖଣ୍ଡର ଦୁଇ ମାଫିଆ ହେଲେ ମଙ୍ଗଲ ସୋରେନ୍‌ ଓ ବିଜୟ ହାସ୍‌ଦା।

ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି। ଜବତ ଦାନ୍ତ ଭିତରୁ ଗୋଟିକର ଓଜନ ୧ କେଜି ହୋଇଥିବା ବେଳେ ଅନ୍ୟଟିର ୧.୨୦ କେଜି ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ରାଜ୍ୟବାହାରକୁ ହାତୀ ଦାନ୍ତ ଚାଲାଣ କରୁଥିବା ସ୍ପଷ୍ଟ ହୋଇଛି। ହେଲେ ଜବତ ହାତୀ ଦାନ୍ତ କେବେକାର ତାହା ଜଣାପଡ଼ି ନାହିଁ। ଯାଞ୍ଚ ପାଇଁ ଫରେନ୍‌ସିକ ବିଭାଗକୁ ପଠାଯିବ ବୋଲି ବନ ବିଭାଗ କହିଛି।

Advertisment

ଅଧିକ ପଢ଼ନ୍ତୁ: ‘ଭବାନୀ’ ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ ରାଜ୍ୟ ସରକାର

ସୂଚନାରୁ ପ୍ରକାଶ, ଏସିଆ ମହାଦେଶର ସର୍ବ ବୃହତ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ହେଲେ ଶିକାରୀ ଏହି ବୃହତ୍ତ ଜୈବ ମଣ୍ଡଳ ଉପରେ ଆଖି ପକାଇଥିଲେ। ଆଉ ସୁଯୋଗ ଦେଖି ଶିକାରୀମାନେ ଶିକାର କରିବାରେ ଲାଗି ପଡ଼ୁଥିଲେ। ଏନେଇ ବାରମ୍ୱାର ଅଭିଯୋଗ ଆସିବା ପରେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ତତ୍ପର ହୋଇଥିଲେ। ଆଉ ଶିକାରୀଙ୍କୁ ଧରିବା ଅଭିଯାନ ଆରମ୍ଭ କରିଥିଲେ। ବହୁମାତ୍ର ସଫଳ ମଧ୍ୟ ହୋଇଥିଲେ। ଏହାଛଡ଼ା ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁ ବହୁ ଶିକାରୀ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ହିନ୍ଦୀ ଶିକ୍ଷୟିତ୍ରୀ ବେଲ୍‌ ବଜାଉଛନ୍ତି, ଗଣିତ ବି ପଢ଼ାଉଛନ୍ତି…

Baripada Forest Department Tusker
Advertisment
Advertisment