Advertisment

Bogus Ration Card: ଖୋଲୁଛି ରାସନ କାର୍ଡ ଦୁର୍ନୀତି ଗୁମର; ପ୍ରତି ବ୍ଲକ୍‌ରେ ଶତାଧିକ ଅଯୋଗ୍ୟ ହିତାଧିକାରୀ

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ପ୍ରତି ବ୍ଲକ୍‌ରେ ୨୦୦ରୁ ୩୦୦ ଅଯୋଗ୍ୟ ରାସନ କାର୍ଡ ହାତିଧିକାରୀ ଅଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।

author-image
Sonali Ojha
ଅଦ୍ୟତନ ହୋଇଛି
Rasan Card

Rasan Card

ରାସନ କାର୍ଡ ତାଲିକାରେ ବଡ଼ ଘୋଟାଲା। ବଢିଚାଲିଛି ଅଯୋଗ୍ୟ ହିତାଧିକାରୀ ତାଲିକା। ପ୍ରତି ବ୍ଲକରେ ୨ ଶହରୁ ୩ଶହ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କିଛି ବ୍ୟକ୍ତି ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଆୟକର ଦେଇ ବି ରାସନ ନେଉଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ସରେଣ୍ଡର ପାଇଁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ।

Advertisment

ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ । ଯୋଗାଣ ମନ୍ତ୍ରୀ ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ପାଇଁ ତାଗିଦ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିୁଛି ତୁରନ୍ତ ରାସନକାର୍ଡ ସରେଣ୍ତର କରି ଦିଅନ୍ତୁ । ତେବେ ଯଦି ଏପରି ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାସନ୍ କାର୍ଡ ସରେଣ୍ତର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

ଅଧିକ ପଢ଼ନ୍ତୁ : BJD ସରକାରରେ ରାସନ କାର୍ଡରେ ହୋଇଛି ବଡ଼ ଘୋଟାଲା; ପ୍ରାୟ ୪ ଲକ୍ଷ ଆୟକର ଦାତା ନେଉଥିଲେ ସୁବିଧା

Advertisment

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏପରି ଅନେକ ଲୋକ ରାସନ କାର୍ଡ ବ୍ୟବହାର କରୁଛନ୍ତି ଯେଉଁମାନେ ସରକାରୀ ଚାକିରି କରିଛନ୍ତି । ଏପରିକି ଅନେକ ଡାକ୍ତର ଓ ଶିକ୍ଷକଙ୍କ ପାଖରେ ମଧ୍ୟ ରାସନ୍ କାର୍ଡ ରହିଛି । ତେବେ ଏପରି ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି, ଜାନୁଆରୀ ୩୧ରେ କେୱାସି ଶେଷ ହେବ। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରନ୍ତୁ ।

ସେହିପରି ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଯେଉଁ ମିଲର ମାନେ ଅଧିକ କଟନୀ ଛଟନୀ କରୁଛନ୍ତି, କଥା ମାନୁ ନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ଯେଉଁ ମିଲର ସରକାରଙ୍କ ନିୟମ ମାନିବେ ନାହିଁ, ମନମାନୀ କରିବେ, ପୁରୁଣା ନୀତିରେ ଚାଲିବେ । ସେ ସବୁ ଆଉ ଚାଲିବ ନାହିଁ । ନୂଆ ସରକାର ନୂଆ ନୀତିରେ ଚାଲିବ । କୃଷକ ମାନଙ୍କୁ ହଇରାଣ କଲେ କଡ଼ା ଆକ୍ସନ ହେବ ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ : ସାବଧାନ! ବାଇକରେ ବୀମା ନଥିଲେ ଫସିବେ

Ration Card Beneficiaries
Advertisment
Advertisment