Advertisment

Prakash Mishra: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ’

ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା !

author-image
Santosh Kumar Sahoo
undefined

ବିବାଦରେ ବିଚିତ୍ର ମୁଖିଆ

ରୁବେନଙ୍କ ପରେ ପୂର୍ବତନ ପୋଲିସ୍ ପ୍ରକାଶ ମିଶ୍ରଙ୍କ ବହିକୁ ନେଇ ପୁଣି ଥରେ ବିବାଦରେ ନବୀନ। ନାଁ ନନେଇ ବରଂ ମୁଖିଆ ବୋଲି ଦର୍ଶାଇ ନିଜ ଶାସନ କାଳରେ ସେ କିଭଳି ସବୁଠୁ ନନ୍ ସିରିୟସ୍ ଆଉ କାଜୁଆଲ ନେତା ଥିଲେ ତାହା ଉଲ୍ଲେଖ କରିଛନ୍ତି ପ୍ରକାଶ । ଏମିତିକି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବୋଲି ଜାଣି ନଥିବାରୁ ସେ କିଭଳି ହଟହଟା ହୋଇଥିଲେ ତାହା ଉଲ୍ଲେଖ କରିବା ସହ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ସେ ମଟନ ଆଉ ମାଛ କଥା କହୁଥିଲେ ତାହା ବି ଲେଖିଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି ।

Advertisment

ସେ ଜଣେ ନନ୍-ସିରିଏସ୍ ନେତା ! କଳା ଲୋକଙ୍କୁ ଘୃଣା କରୁଥିବା ଏବଂ ସଦାବେଳେ କାଜୁଆଲ ମୁଡର ନେତା ! ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ନା ତାଙ୍କର ଜ୍ଞାନ ଥିଲା ନା ଗୁରୁତ୍ୱ ଥିଲା ! ନିଜେ ଏକାକି ନିଷ୍ପତ୍ତି ନେଇ ପାରୁନଥିବାରୁ ଲେଖିକି ରଖୁଥିଲେ ! ଅନ୍ୟ ସହ ଆଲୋଚନା କରି ନିଷ୍ପତ୍ତି ଶୁଣାଉଥିଲେ ! ନିଜ ଜୀବନୀକୁ ନେଇ ଲିଖିତ ପୁସ୍ତକ ‘କମେଡି ଇନ ଖାକି’ରେ ନାଁ ନନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦ ଅନକାନି ବସ୍ ଶୀର୍ଷକ ଅଧ୍ୟାୟରେ ଏମିତି ଚିତ୍ରଣ କରିଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ଏକାଧିକ ଏକାଧିକ ଘଟଣାର ଉଦାହରଣ ଦେଇ ନବୀନ କାହିଁକି ବିଚିତ୍ର, ଅଦ୍ଭୁତ ଏବଂ ଅସ୍ୱାଭାବିକ ଥିଲେ ତାର ପ୍ରତିପାଦନ କରିଛନ୍ତି ପ୍ରକାଶ ।

ଏମିତିକି ପ୍ରକାଶ ଲେଖିଛନ୍ତି ଗଞ୍ଜାମ ଏବଂ କନ୍ଧମାଳର ଏକ ନକ୍ସଲ ଅବସ୍ଥା ସମ୍ପର୍କରେ ଯେତେବେଳେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଉଥିଲେ ସେତେବେଳେ ପ୍ରତି ଉତ୍ତରରରେ ତାଙ୍କୁ ଗତକାଲିର ଡିନର ସମ୍ପର୍କରେ ପଚାରିଥିଲେ ମୁଖିଆ । ପୁଣି ପ୍ରକାଶ ଯେତେବେଳେ କହିଥିଲେ ସୀମାରେ କିଛି ନକ୍ସଲ ଗତିବିଧି ନଜରକୁ ଆସିଛି, ସେତେବେଳେ ବି ତାଙ୍କ ଉତ୍ତର ଥିଲା ମଟନ କିମ୍ମା ଏବଂ ଭେକଟି ମାଛ ବଢ଼ିଆ ହୋଇଥିଲା । ଏହା ସହ ମିଟିଂରେ ସେ କିଭଳି ସଂପୂର୍ଣ୍ଣ ଅମନଯୋଗୀ ଓ କାଜୁଆଲ୍ ତାହା ଦର୍ଶାଇବାକୁ ଯାଇଁ ପ୍ରକାଶ ଲେଖିଛନ୍ତି-ଥରେ ମୁଖିଆଙ୍କ ସହ ୱାନ ଟୁ ୱାନ ଆଲୋଚନା ବେଳେ ସେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ । କିନ୍ତୁ ଶେଷରେ ମୁଖିଆ ତାଙ୍କୁ ଯାହା କହିଲ, ଲିଖିତ ଭାବେ ଜଣାଇବାକୁ କହିଥିଲେ । କାରଣ ସେ ନିଜେ କୌଣସ ନିଷ୍ପତ୍ତି ନେବାରେ ସମର୍ଥ ନଥିଲେ ବୋଲି ଦର୍ଶାଇଛନ୍ତି ପ୍ରକାଶ। ଯାହାକୁ ନେଇ ତେଜିଛି ରାଜନୀତି ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

ପ୍ରକାଶଙ୍କ ପୁସ୍ତକରେ ସବୁଠୁ ଚର୍ଚ୍ଚାରେ ରହିଛି ନବୀନଙ୍କ ହିଞ୍ଜିଳି ଅଭିଯୋଗ ଶୁଣାଣି । ଯେଉଁଠି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବୋଲି ଜାଣିନଥିବାରୁ ସେ କିଭଳି ହଟହଟା ହୋଇଥିଲେ ତାହା ଦର୍ଶାଇଛନ୍ତି। ଲେଖିଛନ୍ତି ସେ ଭାବିଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା କାଫି। କିନ୍ତୁ ହିଞ୍ଜିଳିରେ ଲୋକଙ୍କ ଅଭିଯୋଗ ସଂଖ୍ୟା ଏତେ ଥିଲା ଯେ ସେ ଚିଡ଼ି ଯାଇଥିଲେ । ଚିହିଁକି ଉଠି ୟହାଁ କା ଏମ୍ଏଲଏ କୋ ବୁଲାଓ ବୋଲି କହିଥିଲେ। ତେବେ ହତବମ୍ବ ଅଧିକାରୀ ଡରି କିଛି ରିଆକ୍ଟ ନ କରିବାରୁ ପୁଣି ଥରେ ବି ୟହାଁକା ଏମଏଲଏ କୋ ଜଲଦି ବୁଲାଓ ବୋଲି କହିଥିଲେ । ଶେଷରେ ଜଣେ ସହଯୋଗୀ ଆପଣ ଏଠିକାର ବିଧାୟକ କହିବାରୁ ତାଙ୍କ ମୁହଁ ଏମିତି ହୋଇଗଲା ଯେମିତି ଏକ କୁକୁର ଛୁଆ ମୁହଁରୁ ବିସ୍କୁଟ କିଏ ଛଡେଇ ନେଇଗଲା ବୋଲି ଲେଖିଛନ୍ତି ପ୍ରକାଶ ।

ସେହିପରି ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେମିତି ହଟହଟା ହୋଇଥିଲେ, ପରେ ଏହାର ରାସ୍ତା ବାହାର କରିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନକର୍ତ୍ତାଙ୍କୁ ବିଧାନସଭାରେ ଅନୁପସ୍ଥିତ ହେବାକୁ କୁହାଯାଉଥିଲା, ପ୍ରଶ୍ନକର୍ତ୍ତା ନ ରହିଲେ ସେହି ପ୍ରଶ୍ନର ଉତ୍ତର ରଖିବାକୁ ହେବ ନାହିଁ ଏବଂ ଆଲୋଚନା ହେବ ନାହିଁ ସେହି ଟ୍ରିକକୁ ଆପଣାଇ ଥିଲେ ବୋଲି ବହିରେ ଉଲ୍ଲେଖ କରିଛନ୍ତି ପ୍ରକାଶ। ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରର ଏ ରୋଚକ ତଥ୍ୟକୁ ପୁସ୍ତକ ଜରିଆରେ ଖାଲି ଉଜାଗର ନାହାନ୍ତି, ସତ୍ୟାସତ୍ୟ ଯାଞ୍ଚ ପାଇଁ ଚ୍ୟାଲେଞ୍ଜ୍ ବି କରିଛନ୍ତି ପ୍ରକାଶ ।

ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀଙ୍କ ବହିରେ ବି ନବୀନଙ୍କ ବାବଦରେ ଅନେକ ଲୁକ୍କାୟିତ କଥା ସାମ୍ନାକୁ ଆସିଥିଲା। ଆଉ ପୁଣି ପ୍ରକଶ ମିଶ୍ରଙ୍କ ବହିରେ ନାଁ ନଥାଇ ନବୀନଙ୍କ ବାବଦରେ ଏସବୁ ରୋଚକ ତଥ୍ୟ ପଦାକୁ ଆସିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । 

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

Odisha Naveen Patnaik Prakash Mishra
Advertisment
Advertisment