ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।
କିଛିଦିନ ପୂର୍ବରୁ ହାତୀ ଘଉଡାଇବା ପାଇଁ ଯାଇଥିବା ଗଜସାଥୀ ଓମକାରୀ ବାଗଙ୍କୁ ଦଳିଦେଲା ହାତୀ । କ୍ଷତିପୂରଣ ଦାବୀରେ ରାସ୍ତାରୋକ କଲେ ଗାଁ ଲୋକେ । ଗାଁ ଲୋକଙ୍କ ଅଭିଯୋଗ, ଚାରିମାସ ଧରି ହାତୀପଲ ମୁରିବାହାଲ ଜଂଗଲ ତିଖାରୀ ଜଂଗଲରେ ଡେରା ପକାଇ, ଆଖପାଖ ଗାଁର ଘରଦ୍ବାର ସବୁ ଭାଙ୍ଗିଦେଉଥିବା ବେଳେ ଚୁପ୍ ବସିଛି ବନବିଭାଗ । କେବଳ ନିରସ୍ତ୍ର ଗଜସାଥୀଙ୍କୁ ଦନ୍ତା ମୁହଁକୁ ଠେଲିଦେଇ, ଚୁପଚାପ ବସିରହୁଛନ୍ତି ରେଂଜର ଓ ଅନ୍ୟାନ୍ୟ ଅଧିକାରୀ ।
ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା । ବଲାଙ୍ଗିର ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।
ଖୋର୍ଦ୍ଧା ବନଖଣ୍ଡରେ ଉଗ୍ର ହେଲାଣି ହାତୀ ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ୨୮ ଲୋକଙ୍କ ଜୀବନ ଯାଇଥିବା ବେଳେ ଭିନ୍ନ ଭିନ୍ନ କାରଣରୁ ୧୩ ହାତୀଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଏବଂ ଟାଙ୍ଗୀ ରେଞ୍ଜରେ ହାତୀପଲ ବ୍ୟାପକ ଧନ ଜୀବନ ହାନି କରୁଥିବା ଅଭିଯୋଗ ହୋଇଛି ।
ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ସ୍ଵତଃ ପ୍ରବୃତ୍ତ ଭାବେ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ମାଫିଆଙ୍କ ଯୋଗୁଁ ହ୍ରାସ ପାଇ ଏବେ ଗୋରୁଗାଈଙ୍କ ଚରା ଭୂଇଁ ପାଲଟିଛି। ୨୦୧୦ ମସିହାରେ ଜାପାନ ସରକାରଙ୍କ ସହାୟତାରେ ସମୁଦ୍ର ତଟଵର୍ତ୍ତୀ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା, ବାତ୍ୟା ଦାଉରୁ ରକ୍ଷା କରିବା ପାଇଁଁ ସୃଷ୍ଟି ହୋଇ ଥିବା ବହ୍ନି ଜଙ୍ଗଲ ଏବେ ଚୋରା ବହ୍ନି ପତ୍ର ସଂଗ୍ରହକାରୀଙ୍କ ଦ୍ଵାରା ଧ୍ଵଂସ ପାଇବାକୁ ବସିଛି।
ସରକାର ବଦଳିବା ପରେ ଆକ୍ସନ୍ ମୁଡକୁ ଆସିଥିଲା ପ୍ରଶାସନ। ମାତ୍ରାଧିକ ଖଣି ଉତ୍ତୋଳନ ସହ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରିବା ଏବେ ମହଙ୍ଗା ପଡିଛି। ଜଙ୍ଗଲ ଜମିରେ କାସିଆ ପାହାଡ଼କୁ ଯାଇଥିବା ୨ଟି ରାସ୍ତାକୁ କାଟିଛି ବନବିଭାଗ।
ହାତୀ ଦାନ୍ତ ଦୁଇଟିକୁ ଗାମୁଛାରେ ଗୋଡ଼ାଇ ବ୍ୟାଗରେ ପୂରାଇ ବାଇକରେ ପଳାଉଥିଲେ ମାଫିଆ। ବନ ବିଭାଗ ସେମାନଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ କରିଛି।
୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ।
ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ ।
୨୦୦୦ରୁ ୨୦୨୩ ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ କଟା ଯାଇଛି ଗଛ । ୨୩ ବର୍ଷରେ ୨୬ ଲକ୍ଷ ୭୫ ହଜାର ୧୯୧ଟି ଗଛ କଟା ଯାଇଛି । ସବୁଠୁ ଅଧିକ ବିଦ୍ୟୁତ୍ ଓ ଖଣି ପାଇଁ ଗଛ ବଳି ପଡ଼ିଛି । ଗୃହରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସୂଚନା ।
ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।
ଆଉ ମନ ଇଚ୍ଛା କାଟି ପାରିବେନି ତାଳ ଗଛ । ତାଳ ଗଛ କାଟିବାକୁ ହେଲେ ବନ ବିଭାଗଠୁ ନେବାକୁ ପଡ଼ିବ ଅନୁମତି । ଏମିତିକି ନିଜ ବାଡିର ତାଳ ଗଛ କାଟିବାକୁ ବି ନେବାକୁ ପଡ଼ିବ ଅନୁମତି ।
ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ସହ STF ମୁତୟନ କରାଯାଇଛି। ଅଭୟାରଣ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଉଭୟ ପୋଲିସ ଓ ବନ ବିଭାଗ ଛଅ ଶହରୁ ଅଧିକ ଦେଶୀ ବନ୍ଧୁକ ଜବତ କରିଥିବା ସହ ୪୮ ଜଣଙ୍କୁ ଗିରଫ କରାଯାଇଛି।
ଏବର୍ଷ କମିଛି ଜଙ୍ଗଲ ନିଆଁ । ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ଏ ନେଇ ସୂଚନା ଦେଇଛନ୍ତି । ଏପ୍ରିଲ ୭ ତାରିଖ ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି ।
ପୃଥିବୀରେ ପ୍ରକୃତିର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ । ଗଛକୁ କାଟିବା ମାତ୍ରେ ସେଥିରୁ ଜୋରରେ ବାହାରୁଛି ପାଣି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ ।
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟରଣ୍ୟ ଡୁକୁରା ରେଞ୍ଜରେ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ଟାଇଗର ରିଜର୍ଭ ଅଧିକାରୀ । ଶିକାରୀଙ୍କ ଠାରୁ ଜବତ ହୋଇଛି ୩୦ କେଜି ସମ୍ବର ମାଂସ ।
ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଭଳି ସଙ୍ଗିନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରହିଛି।
ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।
ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ।
ସିଂହ ଯୋଡ଼ିଙ୍କ ନାମ ରଖିବା ପଡ଼ିଲା ମହଙ୍ଗା । ସିଂହ ଯୋଡ଼ିଙ୍କ ନାମ ‘ଆକବର-ସୀତା’ ଦେଇ ଫସିଲେ ଜଙ୍ଗଲ ଅଧିକାରୀ । ଶେଷରେ ଚାକିରିରୁ ହେଲେ ନିଲମ୍ୱିତ ଜଙ୍ଗଲ ଅଧିକାରୀ ।
ପାଠ ପଢ଼ିବେ ହାତୀ । ଦର୍ଶକବନ୍ଧୁ ଏକଥା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବା । ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରହୁଥିବା ହାତୀଙ୍କ ବଦଳିବ ଠିକଣା ।
ଆନ୍ତର୍ଜାତୀୟ ବଜାରରେ ଏହି ବିରଳ ପ୍ରଜାତିର ମାଛର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଏହା ସବୁଠାରୁ ବଡ଼ ବିଦେଶୀ ମାଛ ଜବତ ବୋଲି କୁହାଯାଇଛି । ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ ।
ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର।