ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ଜଣ ଜୀବନ୍ତ ଦଗ୍ଧ। ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ ରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ୭ ବର୍ଷରୁ କମ ୮ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି କିଛି ବରିଷ୍ଠ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ବିସ୍କୁଟ୍ କାରଖାନାରେ ଭୟବହ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ବିସ୍କୁଟ୍ କାରଖାନା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି।
ଦିଲ୍ଲୀର ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ତ । ଅଳ୍ପ କେଇ ମିନିଟ୍ରେ ପୂରା ଛାର ଖାର ହୋଇଗଲା କଲେଜ ।
ମଙ୍ଗଳବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାର ଏକ ହୋଟେଲରେ ଲାଗିଥିଲା ନିଆଁ । ହୋଟେଲ ରିତୁରାଜରେ ନିଆଁ ଲାଗି ସବୁ କିଛି ଛାରଖାର ହୋଇଥିଲା ।
ଗତକାଲି ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାର ଥିବା ରିତୁରାଜ ନାମକ ଏକ ହୋଟେଲରେ ନିଆଁ ଲାଗିଯାଇଥିଲା। ହଠାତ୍ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। କିଛି ଲୋକେ ହୋଟେଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବାହାରୁ ପଳାଇ ଆସିଥିଲେ।
ମାଳତିପାଟପୁର ବସଷ୍ଟାଣ୍ଡରେ ଟୁରିଷ୍ଟ ବସ୍ଟି ଆସି ରହିଥିଲା। ଯେତେବେଳେ ଟୁରିଷ୍ଟ ବସଟି ଆଜି ସକାଳେ ବାହାରକୁ ଆସିଥିଲା ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ରାସ୍ତାଉପରେ ବସ୍ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ନିଆଁ ଲାଗିବା ସମୟରେ ବସ୍ରେ କେହି ପର୍ଯ୍ୟଟକ ନଥିଲେ।
ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ। ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ।
ଗତକାଲି ରାତି ପ୍ରାୟ ୩ଟା ୪୫ ମିନିଟ ସମୟରେ କାରଟି ଅନୁଗୋଳରୁ କଳମଛୁଇଁ ଅଭିମୁଖେ ଯାଉଥିଲା। ଏହି ସମୟରେ କାର୍ର ବେଗ ସ୍ପିଡ୍ ଥିଲା। କୁଇଓ ନିକଟରେ କାର୍ଟି ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା।
ପବନ ହେଉଥିବାରୁ ନିଆଁ ଶୀଘ୍ର ଚାରିଆଡକୁ ବ୍ୟାପିଯାଉଥିବା ଜଣାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ଗାଡ଼ି ଲାଗିଛନ୍ତି। ତେବେ ନିଆଁ କିପରି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Fire Incident: କେତେ ଜଣ ବିକଳରେ ଛାତରୁ ଡେଇଁ ପଡିଥିଲା ବେଳେ କେତେ ଜଣ ବାଲକୋନିରେ ଛିଡା ହୋଇ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ । ଆପାର୍ଟମେଣ୍ଟର ବାଲକୋନିରୁ ସେହି ଛାତ୍ରୀମାନଙ୍କୁ କେମିତି ଉଦ୍ଧାର କରାଯିବ, ତାହା ଥିଲା ବଡ଼ ଚାଲେଞ୍ଜ । କାରଣ ଆପାର୍ଟମେଣ୍ଟ ଚାରିପଟେ ଷ୍ଟିଲ୍ ତାରବାଡ଼ ଥିଲା ।
ଏଭଳି ଦାଗ ଲାଗିଥିବା ବିଚାରପତିଙ୍କୁ କାହିଁକି ଆମ ପାଖକୁ ପଠାଯାଉଛି, ଆମେ କ’ଣ ଡଷ୍ଟବିନ୍ ବୋଲି ପ୍ରଶ୍ନ କରିଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ । ଯାହାକି ନ୍ୟାୟପାଳିକା ଭିତରେ ବି ଝଡ଼ ସୃଷ୍ଟି କରିଛି ।
ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ ।
ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି।
ଆଜି ସକାଳେ କାର୍ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ଆଜି ଭୋର ୫ଟା ସମୟରେ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମାଲିକଙ୍କୁ ଫୋନ୍ କରିଥିଲେ ଓ ଏଥିସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।୩ ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଘରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଘରେ ଲାଗିଥିବା ପ୍ଲାଷ୍ଟିକ କବାଟ ତରଳି ଯାଇଛି । କାନ୍ଥ ଫାଟିଯାଇଛି । ନିଆଁରେ ଘରର ମାଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ ।
ଆମେରିକାର ଜାତୀୟ ପାଣିପାଗ ବିଭାଗ ଏନେଇ ଆଖପାଖ ଅଞ୍ଚଳରେ ସତର୍କତା ଜାରି କରିଛି । କମ୍ ଆର୍ଦ୍ରତା ଏବଂ ଶୁଖିଯାଇଥିବା ଗଛଲତା ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
ଆଜି ସକାଳ ପ୍ରାୟ ୮ଟା ସମୟରେ RMC ମାର୍କେଟ୍ରେ ଥିବା ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ପ୍ଲାଷ୍ଟିକ ଗୋଦାମକୁ ବ୍ୟାପି ଯାଇଥିଲା। ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହୋଇପଡ଼ିଛି।
ଅଠରବାଙ୍କି ରେଲୱେ ଓଭରବ୍ରିଜ ନିକଟରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ନାବାଳକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ। ତେଣ୍ଟାରେ ଖେଞ୍ଚି କୋଇଲା କାଢୁଥିବା ବେଳେ ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।
ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଘରଦ୍ୱାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସହି ନପାରି ଜାଳିଦେଲେ ୫ ଲକ୍ଷ ଟଙ୍କାର ନଡ଼ାଗଦା । ପଢନ୍ତୁ ପୁରା ଖବର
ସୁକିନ୍ଦା ରଥ ଛକ ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ବିବାହ ପ୍ରୋସେସନ୍ ଯାଉଥିଲା। ବରଯାତ୍ରୀମାନେ ପ୍ରୋସେସନ ସମୟରେ ବାଣ ଫୁଟାଉଥିଲେ। ଏହି ବାଣର ନିଆଁ ମହାପ୍ରଭୁଙ୍କ ରଥରେ ଲାଗିଥିବା ଛଣ ସଂସ୍ପର୍ଶରେ ଆସିଯାଇଥିଲା।
ଗତକାଲି ଅପରାହ୍ନ ଚିତଳପୁରଠାରେ ନଦୀ ବନ୍ଧରେ ଲେବୁଲ ନିଆଯାଉଥିଲା। ରବି ଏହି ଲେବୁଲ ଷ୍ଟାଣ୍ଡକୁ ଧରିଥିଲେ। ହଠାତ୍ ଲେବୁଲଟି ନଦୀ ବନ୍ଧ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା।
ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ।
ଆଜି ସକାଳେ ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଟେଣ୍ଟରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଟେଣ୍ଟରେ ଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ୫ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ।