ରାଜ୍ୟର ବିଭିନ୍ନ ସହରେ ବଡ଼ବଡ଼ ଲୁଟ୍, ଡକାୟତି, ଦୁର୍ଘଟଣା ଘଟୁଥିବା ବେଳେ ଭଦ୍ରକରେ ମଧ୍ୟ ବିଭିନ୍ନ ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ କିନ୍ତୁ ଏଠାରେ ଅଚଳ ହୋଇପଡିଛି ସର୍ଭିନାଲ୍ସ ସିଷ୍ଟମ୍ ।
ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଗାଳଷଣ୍ଢ ପୀଠ । ଏବେ ବି ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ବିଗ୍ରହ ମୂର୍ତ୍ତି । କେବଳ ୩୦ ଟି ପଥର ପ୍ରତିମା ସହ ମନ୍ଦିର ଭିତରେ ଥିବା ବିଶାଳକାୟ ଲିମ୍ବ ଗଛକୁ ବିଶ୍ଵାସ ରଖି ପୀଠରେ ଆରୋଗ୍ୟ ଲାଭ ହେଉଛନ୍ତି ଲୋକେ ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହୋଇଛି ଏ ପ୍ରକାର ଆଶ୍ଚର୍ଯ୍ୟକର ପଥର ।
ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ ।
କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
ଭଦ୍ରକ ବନ୍ତ ଥାନା ଦେବତାଗଡ଼ିଆ ଗାଁରେ ହୃଦୟ ବିଦାରକ ଘଟଣା । ଶବ ଶ୍ମଶାନକୁ ନେବା ପାଇଁ କାନ୍ଧ ଦେବାକୁ ଆସିଲାନି ଏକମାତ୍ର ପୁଅ ।
ଭଦ୍ରକ ସହରବାସୀଙ୍କ ଚିନ୍ତା ବଢ଼ାଇଛି ସାଳନ୍ଦୀ ନଦୀ । ପୁରା ନଦୀକୁ କବଳିତ କରିଛି ଦଳ । ନଦୀପଥର ବେଆଇନ ଅବରୋଧ ବି ଜଳ ପ୍ରବାହରେ ପ୍ରତିବନ୍ଧକ ସାଜିଛି ...
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ ।
ଜଣେ ହତଭାଗା ବାପାର ଏ କୋହଭରା ଗହାରି । କାହାକୁ ଦୋଷ ଦେବ... କିଏ ଅବା ଶୁଣିବ... କହା ନାଁରେ ଅଭିଯୋଗ କରି ଆଖିରୁ ଦୁଇଧାର ଲୁହ ଗଡ଼ାଇବ ।
ନିଆରା ବାହାଘର । ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର । ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ..
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଅଙ୍ଗନବାଡି କେନ୍ଦ୍ରରେ କୋମଳ ମତି ପିଲା ମାନେ ଶିକ୍ଷା କ୍ଷେତ୍ରରେ ନିଜର ପ୍ରଥମ ପାହାଚ ଚଢୁଛନ୍ତି। ପ୍ରଥମ ପାହାଚର ଶିକ୍ଷା ହିଁ ସେମାନଙ୍କୁ ଆଗକୁ ନେବାରେ ବେଶ୍ ସହାୟକ ହେବ।
ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।
ସ୍ୱପ୍ନର ମୁହୂର୍ତ୍ତ ସତ ହେବାକୁ ଯାଉଥିଲା.. ରାତି ପାହିଲେ ଝିଅର ଲଗ୍ନ ହୋଇଥାନ୍ତା.. ହେଲେ ସବୁ ସାରିଦେଲା ନିଆଁ.. ଆଖି ପିଛୁଳାକେ ମୁଠାଏ ପାଉଁଶ ହୋଇଗଲା ବର୍ଷ ବର୍ଷର ସାଇତା ସ୍ୱପ୍ନ.. ଝିଅର ଗହଣା ଗାଣ୍ଠି, ଲୁଗାପଟା, ଆଟାଚି ସଜ ସବୁକିଛି ଜଳିପୋଡ଼ି ଅଙ୍ଗାର ପାଲଟିଗଲା..
ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।
ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି ।
ଆରମ୍ଭ ହୋଇଗଲାଣି ଭଦ୍ରାୟଣୀ ମହୋତ୍ସବ.. ଶୀତୁଆ ସନ୍ଧ୍ୟାରେ ନେହେରୁ ଷ୍ଟାଡିୟମରେ ନାହିଁ ନଥିବା ଭିଡ଼ ଜମୁଛି..
ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା।
ଏଇ ଆମ ଓଡ଼ିଶାରେ, କୋକେଇରେ ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ମିଛ ଶବ । ଗାଁ ଦାଣ୍ଡରେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ। ଶବ ନାହିଁ ସତ କିନ୍ତୁ କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।
ଭୋଟ୍ ମାଗିଲା ବେଳକୁ ଆସି ରାସ୍ତା ତିଆରି କରିଦେବୁ । ନଳକୂପ ବସାଇଦେବୁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ ସରିବା ପରେ ଆଉ କିଏ ପଚାରେ । ଆଉ ଗ୍ରାମବାସୀ ଯୋଉଠି ଥିଲେ ସେଇଠି । ସେଥିପାଇଁ ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ । ଏପରି ନାରା ଦେଉଛନ୍ତି ଗ୍ରାମବାସୀ ।
ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। କିନ୍ତୁ ସେ ବୟସକୁ ମାତ ଦେଇ ଆଗକୁ ଚାଲିଯାଇଛନ୍ତି। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ୍।
ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଜାତୀୟ ଶିଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକର ଆଦର୍ଶ ଶିକ୍ଷକ ଶଶୀଶେଖର କରଶର୍ମା । ବନ୍ତ ବ୍ଳକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶୀଶେଖର ।
ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି?
ଘରେ ବସି ସମୟ କାଟୁଥିଲେ । ତାଲିମ ନେଇ ସିଲେଇ କଲେ...ଏବେ ମାସକୁ ଭଲ ରୋଜଗାର ହେବା ସହିତ ସ୍ୱାବଲମ୍ବୀ ହେଲେ ଗାଁ ମହିଳା
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ