Advertisment

5T Schools: ‘5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର, କେବଳ ପୁରୁଣା କାନ୍ଥରେ ବୋଳା ଯାଇଥିଲା ରଙ୍ଗ’

ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର 5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ ।

author-image
Santosh Kumar Sahoo
undefined

5T ଧୋକ୍କାକୁ ଟାର୍ଗେଟ୍‌

5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର । ବିନା ଭିତ୍ତିଭୂମିରେ କେବଳ ପୁରୁଣା କାନ୍ଥରେ ରଙ୍ଗ ମରାଯାଇଥିଲା କହି ବିଜେଡିକୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ଲାଗି ଆଜି କ୍ୟାବିନେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ମୋହର ବାଜିଛି। ଯେଉଁଥିରେ ରାଜ୍ୟର ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର5T ସ୍କୁଲ ନାଁରେ ଗାଁ ଗାଁରେ କରିଥିବା ରୂପାନ୍ତରୀକରଣକୁ ଧୋକା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନା କୌଣସି ଯୋଜନା ଥିଲା ନା ଡିପିଆର ନା ଏଷ୍ଟିମେଟ୍ । ଭିତ୍ତିଭୂମି ନଥାଇ ପୁରୁଣା ସରକାର କେବଳ ଭଙ୍ଗା କାନ୍ଥରେ ଚୂନ ବୋଳିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିକାଶ ଲାଗି ଆଜି କ୍ୟାବିନେଟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ମୋହର ଲାଗିଛି।

ଅଧିକ ପଢ଼ନ୍ତୁ: ‘ସୁଭଦ୍ରା’ରେ ୧୫୭ ପୁରୁଷ କରିଥିଲେ ଆବେଦନ, ଯାଞ୍ଚ ବେଳେ ଧରାପଡିଲା ଜାଲିଆତି

Advertisment

ଯୋଜନା ଅନୁସାରେ, ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ଆଦର୍ଶ ବିଦ୍ୟାଳୟରେ ରୂପାନ୍ତର କରାଯିବ। ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ, ଏବଂ ପରବର୍ତ୍ତୀ ସମୟରେ ମୋଟ୍ ୬ ହଜାର ୭୯୪ ସ୍କୁଲକୁ ଅପଗ୍ରେଡ୍ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୧ ହଜାର ୯୩୯ କୋଟି ଖର୍ଚ୍ଚ କରିବେ। ପ୍ରାଥମିକ ଶିକ୍ଷାକୁ ନେଇ ଥିବା ଅବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୂର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଜବାବରେ ବିଜେଡି କହିଛି, 5T ରୂପାନ୍ତରୀକରଣ ଶିକ୍ଷା ବ୍ୟବସ୍ଥାରେ ଆଣିଥିଲା ବୈପ୍ଲବିକ ପରିବର୍ତ୍ତନ। ପାଚେରୀ ନାହିଁ, ମୁଖ୍ୟ ଗେଟ୍ ନାହିଁ, ପିଲାଙ୍କ ପାଇଁ ନା ଶୌଚାଳୟ ଅଛି ନା ସାଇକେଲ ଷ୍ଟାଣ୍ଡ । ନାହିଁ ନାହିଁର ଏ ସ୍କୁଲ ପୁଣି 5T ସ୍ମାର୍ଟ ସ୍କୁଲ। ନବରଙ୍ଗପୁର ଉମରକୋଟ ବ୍ଲକର ଏହି ସଂଗ୍ରାମୀ ବଳୀପୂଜାରୀ ଉଚ୍ଚ ବିଦ୍ୟାଳୟରେ କେବଳ ଚୂନ ଓ ରଙ୍ଗ ମାରି ଛାଡିଦିଆଯାଇଛି ତା ଅବସ୍ଥାରେ ।

ସେହିପରି ଚାନ୍ଦବାଲିରେ ବିଜେଡି ସରକାର ଅମଳ ସ୍ମାର୍ଟ୍ ସ୍କୁଲର ଆଉ ଏକ ବିକଳ ଚିତ୍ର । ଭଦ୍ରକ ଚାନ୍ଦବାଲି ବ୍ଲକ ଚଡଦିଆ ଉଚ୍ଚ ବିଦ୍ୟାଳୟ । 5T ମାଧ୍ୟମରେ ଖର୍ଚ୍ଚ ହୋଇଛି ୬୩ ଲକ୍ଷ ଟଙ୍କା । ହେଲେ ଏବେ ବି କାମ ସରିନି । ପିଲାଙ୍କ ପାଇଁ ଭଲ ଚେୟାର, ଟେବୁଲ୍ ଖଣ୍ଡିଏ ପଡିନି । ନା ଭଲ ଶୌଚାଳୟ ଟିଏ ଅଛି ନା ପିଇବା ପାଣିର ସୁବିଧା । ସେହିପରି ବାଲେଶ୍ୱର ଶ୍ରଦ୍ଧାମଣି ୟୁ.ଏନ୍. ହାଇସ୍କୁଲର ଅବସ୍ଥା ବି ସମାନ। ଏଠି ଚେୟାର ଟେବୁଲ ଚକାଚକ୍ ହେଲେ ଶିକ୍ଷା ବ୍ୟବସ୍ଥା ଫମ୍ପା। ନବମ-ଦଶମ ଶ୍ରେଣୀର ଶହେରୁ ଅଧିକ ପିଲାଙ୍କ ପାଇଁ ଜଣେ ମାତ୍ର ସ୍ଥାୟୀ ଶିକ୍ଷକ।

ଏଥିରୁ ଅନୁମାନ କରିହେଉଛି ରାଜ୍ୟରେ 5T ସ୍କୁଲ ନାଁରେ କେମିତି ହୋଇଥିଲା ସ୍କୁଲର ରୂପାନ୍ତରୀକରଣ ଏବଂ ପ୍ରାଥମିକ ଶିକ୍ଷାର ବିକାଶ। ଯାହାକୁ ସୁଧାରିବାକୁ ଏବେ ଅଣ୍ଟା ଭିଡିଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ: ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି; ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

Cabinet Meeting 5T School Mohan Majhi Odisha
Advertisment
Advertisment