ହଠାତ ହୁ ହୁ ହୋଇ ଜଳି ଉଠିଲା ଜଙ୍ଗଲ। ଆଖି ପିଛୁଳାକେ ନିଆଁ ଚାରିଆଡେ ବ୍ୟାପିବାକୁ ଲାଗିଲା। ଗାଁ ଆଡ଼କୁ ମାଡ଼ି ଆସୁଥିଲା କାଳଅଗ୍ନି। ହେଲେ ବଞ୍ଚାଇଦେଲେ ମାଆ ଝିଅ। ଜାଣନ୍ତୁ କେମିତି...
କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଯାତ୍ରୀ ଆହତ । ପଢନ୍ତୁ ପୁରା ଖବର
କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଶ୍ରୀକଲା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ । ପଢନ୍ତୁ ପୂରା ଖବର
ଗଞ୍ଜେଇ ବେପାରୀକୁ ଧରିବା ପାଇଁ ହରିୟାଣାର ଫରିଦାବାଦ ପୋଲିସ ଗତ ଦୁଇ ଦିନ ଧରି ଦାରିଙ୍ଗବାଡ଼ିରେ ଡେରା ପକାଇଥିଲା । ଫରିଦାବାଦରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଅଂଚଳର ପ୍ରଦୀପ ବିଷୋୟୀ ନାମକ ଗଞ୍ଜେଇ ମାଫିଆକୁ ଧରି ହରିଆଣା ପୋଲିସ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ପହଞ୍ଚିଥିଲା । ଗଞ୍ଜେଇ କାରବାରରେ ସେ କାହାଠାରୁ ଗଞ୍ଜେଇ କିଣିଥିଲା ଏବଂ କାରବାରର ମୂଳ ଉତ୍ସ କେଉଁଠି ସେ ନେଇ ସ୍ଥାନୀୟ ପୋଲିସ ସହାୟତାରେ ଖୋଜି ବାହାର କରିଛି ।
ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।
ଯେଉଁ ଗାଁରେ କଥା ହେବା ପାଇଁ ନେଟୱର୍କ ଆସୁନି, ସେପରି ସ୍ଥିତିରେ ନେଟ୍ କଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ଅନ୍ ଲାଇନ୍ରେ ପାଠ ପଢି ପାରୁନାହାନ୍ତି।
ଦାରିଙ୍ଗବାଡି ଥାନା ଗୋବିନ୍ଦ ପ୍ରଧାନ ବିବାହର ପ୍ରଲୋଭନ ଦେଖାଇ ୨୦୧୬ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ସେ ରାଜ୍ୟ ପୋଲିସ୍ ବିଭାଗରେ କନ୍ଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ।
ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।
ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖୁଥଲେ ।
ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।
ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ । ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି?
ବିଷାକ୍ତ ଆମ୍ବ ଟାକୁଆ ଖାଇବା କାରଣରୁ ପରିବାର ଲୋକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଦାରିଙ୍ଗବାଡ଼ି ମାଣ୍ଡିପଙ୍କାରେ ମୃତକଙ୍କ ପରିବାର ଲୋକେ ଏନେଇ ସ୍ବୀକାର କରିଛନ୍ତି ।
ତେବେ ଆରୋପ ଉପରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ତେଣୁ ଚାଉଳ ବିନା ସେମାମେ ଆମ୍ବ ଟାକୁଆ ଖାଇବା ଅଭିଯୋଗ ଭୁଲ ।
ଜଙ୍ଗଲ ଭିତରେ ସାଇଁ ସାଇଁ ହୋଇ ଗଡୁଛି ତ କେତେବେଳେ ପିଚୁ ରାସ୍ତାରେ ପିଁ... କିନା ମାଡ଼ିଚାଲୁଛି । ଲାଇଟ୍ ଲାଗିଛି, ହର୍ଣ୍ଣ ବି ବାଜୁଛି, ପଛରେ ଇଣ୍ଡିକେଟର ମଧ୍ୟ ଜଳୁଛି.. ବିନା ପେଡାଲରେ ମାଡ଼ି ଚାଲିଛି।
ବାପା ମାଆଙ୍କ ମୃତ୍ୟୁ ପରେ ଚୁମକି ଏବେ ୪ ଭାଇ ଭଉଣୀଙ୍କ ଲାଗି ପାଲଟିଛନ୍ତି ସାହାରା । ସେମାନଙ୍କୁ ପାଳି ପୋଷି ବଡ କରିବା ସହ ସେମାନଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ଲାଗି ଏବେ ସେ ଦୁନିଆ ସହିତ ସଂଘର୍ଷ କରୁଛି ।
ଝାଟିମାଟିରେ ତିଆରି ଏ ଘରକୁ ଦେଖନ୍ତୁ... ଭଙ୍ଗା ଦଦରା କାନ୍ଥରେ କେମିତି ଛିଡ଼ା ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ୍ ଜରିରେ ଘରର ଚାଳ ଢଙ୍କା ହୋଇଛି... ଜରି ଉଡ଼ିଯିବ ବୋଲି କାଠ ବି ଲଦା ହୋଇଛି... ଭଙ୍ଗାଘରର ଆଗରେ ବସିଥିବା ଏହି ବେସାହାରା ବୁଢୀ ମାଆ ଜଣକ ରହୁଛନ୍ତି ଏଇ ଘରେ । ନାଁ ତାଙ୍କର ଚମ୍ପା ବେରକା... ସ୍ୱାମୀ ଓ ତିନି ପୁଅ ଆରପାରିକୁ ଚାଲିଯିବା ପରେ ସେ ଏବେ ଏକାକୀ ହୋଇ ପଡିଛନ୍ତି ।
ପରିବାର ଲୋକଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ଦିନେ ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଏବେ ସମୟ ବଦଳିଛି ଏବଂ ନିଜ ଉଦ୍ୟମ କ୍ରମେ ଦାଦନରୁ ପାଲଟିଛନ୍ତି ଜଣେ ସଫଳ ଚାଷୀ । ସବୁଠାରୁ ବଡ କଥା ହେଉଛି, ନିଜର ବୋଲି କୌଣସି ଚାଷ ଜମି ନାହିଁ । ଅନ୍ୟର ଜମିକୁ ଲିଜରେ ନେଇ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଫୁଲ କୋବି ଓ ବନ୍ଧା କୋବି ଚାଷ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କନ୍ଧମାଳର ବରୁଣ ପ୍ରଧାନ ।
କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ବସନ୍ତ ବାଆରେ ଯେମିତି ଦୋଳି ଖେଳୁଛି ସୁନେଲି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ବି ହସୁଛି । ହଳଦୀ ଗୁରୁଗୁରୁ ଛନଛନିଆ ଗଛକୁ ଦେଖିଲେ ଯାହାର ବି ମନ ଲାଖିଯିବ ।
ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।
କନ୍ଧମାଳ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ସଫଳ ହେବା ପରେ ଏହି ଚାଷକୁ ନେଇ ଏବେ ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କମ୍ ସମୟ ଏବଂ ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳୁଥିବାରୁ ଏବେ ଏହି ଲାଲ୍ ଲାଲ୍ ଷ୍ଟ୍ରବେରୀ ଚାଷ ପ୍ରତି ସଭିଙ୍କ ଆଗ୍ରହ ବୃଦ୍ଧି ପାଇବା ଏକ ଖୁସି ଖବର ନିଶ୍ଚୟ...
ଚାଲନ୍ତୁ ପାଟାବାନ୍ଦା ଜଳପ୍ରପାତ ଯିବା.. ବଣ ଭୋଜିଟେ କରିବା.. ବ୍ୟସ୍ତବହୁଳ ଜୀବନରୁ ଘଡ଼ିଏ ଚୋରାଇ ଏଇଠି ପ୍ରକୃତିର କୋଳରେ ହଜିଯିବା.. ଆସନ୍ତୁ..
ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି।
ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।