Advertisment

Exemplary Punishment by High Court: ଚୌଦ୍ୱାର ଜେଲ ପରିଦର୍ଶନ କରି ସ୍ୱଚ୍ଛତାର ଅନୁଧ୍ୟାନ କର ...

ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ।

author-image
Manoranjan Sial
CUttack

CUttack

ସହପାଠୀଙ୍କୁ ଧମକ ଚମକ ଦେବା ମହଙ୍ଗା ପଡ଼ିଛି। ୫ ଅଭିଯୁକ୍ତ କଲେଜ ଛାତ୍ରଙ୍କୁ ଓଡିଶା ହାଇକୋର୍ଟଙ୍କ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେଲେ। କଟକ ଚୌଦ୍ୱାର ଜେଲ ପରିଦର୍ଶନ କରି ସେଠିକାର ସ୍ୱଚ୍ଛତାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଏଥିସହ ସେଥିରେ କ’ଣ ସୁଧାର ଅଣାଯାଇପାରିବ ସେ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପୂରା ଘଟଣାଟି ଏମିତି। ଡିସେମ୍ବର ୨୮ ତାରିଖରେ କଟକରେ ଜଣେ କଲେଜ ଛାତ୍ରଙ୍କୁ ତାଙ୍କର ଜଣେ ସହପାଠୀ ଫୋନ କରି କେନାଲ ରୋଡ୍‌ରେ ଦେଖା କରିବା ପାଇଁ ଡାକିଥିଲେ। ଡାକରା ପାଇ ଛାତ୍ର ଜଣକ ସେଠାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଚମକ ଦେଇଥିଲେ। ଏଥିସହ ଗାଳିଗୁଲଜ ମଧ୍ୟ କରିଥିଲେ। ତାଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ। ଏହା ପରେ ଛାତ୍ର ଜଣକ ଭୟଭୀତ ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ‘5T ସ୍କୁଲ ନାଁରେ ପିଲାଙ୍କୁ ଧୋକ୍କା ଦେଇଥିଲେ ପୂର୍ବ ସରକାର, କେବଳ ପୁରୁଣା କାନ୍ଥରେ ବୋଳା ଯାଇଥିଲା ରଙ୍ଗ’

Advertisment

ଆଉ ଜୀବନ ବିକଳରେ ଛାତ୍ର ଜଣକ କ୍ଷମା ପ୍ରାର୍ଥନା କରି କୌଣସି ମତେ ସେଠାରୁ ମୁକ୍ତି ପାଇଥିଲେ। ତେବେ ଏହି ଘଟଣାରେ ମର୍ମାହତ ହୋଇ ସମୃକ୍ତ ଛାତ୍ର ଜଣକ କାର ଚଳାଇ ଫେରୁଥିବା ବେଳେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ। କାର କାଚ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଏହି ଘଟଣାକୁ ନେଇ ସମୃକ୍ତ ଛାତ୍ରଙ୍କ ବାପା କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି; ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

କମିସନରେଟ୍‌ ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଉଭୟ ପକ୍ଷ ଛାତ୍ରଙ୍କୁ ଡାକି ଆପୋଷ ବୁଝାମଣା କରିଥିଲା। ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍‌ କରିଥିଲେ। ଏଥିସହ ଚୌଦ୍ୱାର ଜେଲ୍‌ ପରିଦର୍ଶନ କରି ସ୍ୱଚ୍ଛତା ସମ୍ପର୍କରେ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୦ ଦିନ ମଧ୍ୟରେ ପରିଦର୍ଶନ କରି ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହ ଜେଲ କର୍ତ୍ତୃପକ୍ଷଙ୍କ ନିକଟରୁ ଏକ ସାର୍ଟିଫିକେଟ୍‌ ସଂଗ୍ରହ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ଏପରି କରିବା ଦ୍ୱାରା ସମ୍ପୃକ୍ତ ଛାତ୍ରମାନେ ଜେଲ୍‌ ଅନ୍ତେବାସୀଙ୍କ ଜୀବନଶୈଳୀ ବିଷୟରେ ଜାଣିବେ ଓ ସକାରାତ୍ମକ ଦିଗରେ ନିଜକୁ ପରିଚାଳିତ କରିବେ ବୋଲି କୋର୍ଟ ଆଶା ପୋଷଣ କରିଛନ୍ତି। ଏପରି ନିର୍ଦ୍ଦେଶ ପରେ ହାଇକୋର୍ଟ ଏତଲା ରଦ୍ଧ କରିବା ସହ ମାମଲାର ଅନ୍ତ ଘଟାଇଛନ୍ତି।

ଅଧିକ ପଢ଼ନ୍ତୁ: ଦୟାନଦୀ ପାଣି ପାଲଟିଛି ବିଷ; ଛୁଇଁବାକୁ ଥରୁଛି ଛାତି, ଝାଡ଼ାବାନ୍ତିରେ ଗଲାଣି ୪ ମୁଣ୍ଡ...

Cuttack Student Orissa High Court
Advertisment
Advertisment