/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737600160.jpg)
Parakram Diwas
ଆଜି ଦେଶ ପାଳୁଛି ପରାକ୍ରମ ଦିବସ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ଅବସରରେ ବୀରତ୍ୱର ଦିବସକୁ ପାଳନ କରାଯାଉଛି। ଏହି ଅବସରରେ କଟକ ସତ୍ୟବ୍ରତ ଷ୍ଟାଡିୟମରେ ୩ ଦିନ ଚାଲିବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ସ୍ଥାନ ପାଇବ ନେତାଜୀଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଦର୍ଶନୀ।
ଆଜି ଏହି ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନେତାଜୀଙ୍କ ଜୀବନୀ, ଫଟୋ ଗ୍ୟାଲେରି, ସେ ବ୍ୟବହାର କରୁଥିବା ଜିନିଷପତ୍ର,ଏଥିସହ ଭାରତ ବର୍ଷରେ ଥିବା ନେତାଜୀଙ୍କ ଭିନ୍ନ ଭିନ୍ନ ସୁନ୍ଦର ସ୍ମାରକୀ ଏଠାରେ ସ୍ଥାନ ପାଇବ।
ଆସନ୍ତା ୨୫ ତାରିଖ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ। ପରାକ୍ରମ ଦିବସର ମୁଖ୍ୟ ଆକର୍ଷଣ ସାଜିବ ନେତାଜୀଙ୍କ ଉପରେ ବାଲୁକା କଳା। ଯାହାର ଲମ୍ବା ୧୫ ଫୁଟ୍ ଥିବାବେଳେ ଚଉଡ଼ା ୩୦ ଫୁଟ ରହିବ। କୋଲକତା, ଦିଲ୍ଲୀ ପରେ ଚଳିତବର୍ଷ କଟକରେ ଅନୁଷ୍ଠିତ ହେଉଛି ପରାକ୍ରମ ଦିବସ। ୨୦୨୧ରୁ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର। ସେହିପରି ଆଜି ବିଭିନ୍ନ ସ୍ଥାନରେ ପାଳିତ ହେବ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ।
ପୁରୀ ବେଳାଭୂମିରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବାଲୁକା କଳା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଅଧିକ ପଢ଼ନ୍ତୁ: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ’
କାହିଁକି ପାଳନ ହୁଏ ପରାକ୍ରମ ଦିବସ ?
ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ 23କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ସେବେଠାରୁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଅବସରରେ ଦେଶର ବୀର ପୁରୁଷ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଏ।
ସ୍ୱାଧୀନତା କ୍ଷେତ୍ରରେ ନେତାଜୀଙ୍କ ଅବଦାନ ଥିଲା ଅମୂଲ୍ୟ। ସେ ଭାରତ ମାତାର ସେବା ପାଇଁ ପ୍ରଶାସନିକ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଧୀରେ ଧୀରେ ବ୍ରିଟିଶରଙ୍କ ବିରୁଦ୍ଧରେ ଦେଶର ଯୁବପିଢିଙ୍କୁ ଏକଜୁଟ କରାଇବାରେ ସଫଳ ହୋଇଥିଲେ ନେତାଜୀ। ତାଙ୍କ ଆହ୍ୱାନରେ କୋଟି କୋଟି ଯୁବପିଢି ଗୋରା ସରକାରଙ୍କ ବିରୁଦ୍ଧରେ ଲଢିବାକୁ ଆଗେଇ ଆସୁଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ।
ତାଙ୍କ ବିରତ୍ୱ କୋଟି କୋଟି ଯୁବ ଭାରତୀଙ୍କୁ ପ୍ରେରଣା ଯୋଗାଏ। ଅନେକ ଯୁବପିଢି ନେତାଜୀଙ୍କୁ ଆଦର୍ଶ ରୂପେ ଗ୍ରହଣ କରନ୍ତି।ଭାରତୀୟ ସେନାକୁ ଆହୁରି ପରାକ୍ରମୀ କରିବା ପାଇଁ ନେତାଜୀଙ୍କ ଉଦାହରଣ ଦିଆଯାଏ ଏବଂ ତାଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀଙ୍କ ଜୀବନୀ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭାଷଣ ଓ ରଚନା ପ୍ରତିଯୋଗିତା ହୁଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)