Advertisment

Fire Breaks Out: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଦୋକାନରେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ନା, ସର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଗଲା, ତାହା ଜଣାପଡ଼ି ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର  ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ବଜାରରେ ଥିବା ଇଲେକ୍ଟ୍ରୋନିକ୍ସ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ଗତକାଲି ରାତିରେ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହଠାତ୍‌ ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଜେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ନିଆଁ ଆୟତ୍ତ ହୋଇ ନଥିଲା।

ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ, ହେଲେ ଅଧିକ ଧୁଆଁ ବାହାରୁଥିବାରୁ ନିଆଁ ଲିଭାଇବାକୁ ସେମାନଙ୍କୁ କଷ୍ଟ ହୋଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ଦୋକାନରେ ଥିବା ବୈଦୁତିକ ସାମଗ୍ରୀ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ହେଲେ ନିକଟରେ ଥିବ ଅନ୍ୟ ଦୋକାନମାନଙ୍କର କିଛି କ୍ଷତି ହୋଇନାହିଁ।

Advertisment

ତେବେ ଦୋକାନରେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡ଼ିନାହିଁ। କେହି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ନା , ସର୍ଟ ସର୍କିଟ ଯୋଗୁ ଦୋକାନରେ ନିଆଁ ଲାଗିଗଲା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଦୋକାନରେ ନିଆଁରେ ଲାଗି ସବୁ ଜିନିଷପତ୍ର ଜଳିଯିବା ଯୋଗୁ ଭାଙ୍ଗିପଡ଼ିଛନ୍ତି ଦୋକାନ ମାଲିକ।

ଅଧିକ ପଢ଼ନ୍ତୁ: Ai Catch: ଶିକାର ପାଇଁ ଯାଇଥିଲେ, AI ଚିହ୍ନି ପକାଇଲା!

Fire Breaks Out Bhadrak
Advertisment
Advertisment