• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ । ବାଘ ପାଇଁ ରାଗିଗଲେ ଦିଦି । ବାଘୁଣୀ ଜିନ୍ନତ ପରେ ଆଉ ଏକ ବାଘକୁ ନେଇ ପୁଣି ଓଡ଼ିଶା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କୁ ଧ୍ୟାନ ରଖିବା ଜରୁରୀ କି ତାଙ୍କ ଜଙ୍ଗଲ କ୍ଷେତ୍ରରୁ ବାଘ ଅନ୍ୟ ରାଜ୍ୟକୁ ଯେପରି ନ ଯାଆନ୍ତି । ମମତା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ତାଙ୍କର ଜଙ୍ଗଲ ବିଭାଗର ଏକ ଟିମ୍‌ ପଠାଇ ପଶ୍ଚିମବଙ୍ଗରୁ ବାଘକୁ ଧରି ନେବା ଉଚିତ୍ ।

କିଛି ଦିନ ପୂର୍ବରୁ ବାଘୁଣୀ ଜିନ୍ନତ ଓଡ଼ିଶାରୁ ପଶ୍ଚିମବଙ୍ଗ ପଳାଇଥିଲା। ଏହି ବାଘୁଣୀ ଜଙ୍ଗଲ ଅଞ୍ଚଳ ବାହାରେ ୧୦୦ କିଲୋମିଟରରୁ ଅଧିକ ଯାତ୍ରା କରିଥିଲା । ବହୁ ପରିଶ୍ରମ ପରେ ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗର ଟିମ୍ ବାଘୁଣୀ ଜିନ୍ନତକୁ ଧରି ଓଡ଼ିଶାକୁ ପଠାଇଥିଲେ । ତେବେ ଘଟଣାର କିଛି ଦିନ ପରେ ଆଉ ଏକ ବାଘ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ମମତା ବାନାର୍ଜୀ କହିଛନ୍ତି, "ଗୋଟିଏ ବାଘ ପାଞ୍ଚଟି ଜିଲ୍ଲା ପାର ହୋଇ ଏଠାରେ (ବାଙ୍କୁରା) ପହଞ୍ଚିଥିଲା । ଦିନରାତି କଠିନ ପରିଶ୍ରମ କରିବା ପରେ ଆମେ ବାଘକୁ ଧରିଥିଲୁ । ଏହାକୁ ଧରିବା ମାତ୍ରେ ଆମକୁ ବାଘକୁ ଫେରାଇବା ପାଇଁ ଫୋନ୍‌ ଆସିଥିଲା । ତେବେ ଗତକାଲି ଆଉ ଏକ ବାଘ ଓଡ଼ିଶାରୁ ପଶ୍ଚିମବଙ୍ଗ ଆସିଛି । ତୁମ ଜଙ୍ଗଲର ବାଘମାନଙ୍କୁ ଜଗିବାକୁ ପଡିବ, ଯାହାଫଳରେ ସେମାନେ ଆମ ରାଜ୍ୟକୁ ଆସିବେ ନାହିଁ । ମୁଁ ମୁଖ୍ୟ ଶାସନ ସଚିବଙ୍କୁ କହିବି କି ସେ ଓଡ଼ିଶା ସରକାରଙ୍କୁ କହିବେ କି ସେମାନେ ଆସି ବାଘକୁ ଧରି ନେଇଯିବେ’ ।

ଅଧିକ ପଢ଼ନ୍ତୁ: ଆଜି ସ୍ଥିର ରହିଛି ସୁନା ଦର, ଘରକୁ କିଣି ଆଣନ୍ତୁ ସୁନା ଗହଣା...

ସେ ଆହୁରି କହିଛନ୍ତି, ‘ଏଠାରେ ଯେଉଁ ପରି ଭାବେ ବାଘକୁ ଧରାଯାଇଥିଲା, ତାହା ଏକ ମଡେଲ ଥିଲା । ବାଘକୁ କୌଣସି କ୍ଷତି ହୋଇନଥିଲା । କିନ୍ତୁ ଗୋଟିଏ ବାଘ ଯାଉ ଯାଉ ଆଉ ଏକ ବାଘକୁ ପୁଣି ପଠାଇଲେ ! ଏହା କ’ଣ ଚାଲିଛି ? ଯଦି ପଠାଇବାର ଅଛି ତ ସ୍ଥାୟୀ ଭାବେ ପଠାନ୍ତୁ । ଆମ ପାଖରେ ଜଙ୍ଗଲ ଅଛି । ଟାଇଗର୍‌ ରେସ୍କ୍ୟୁ ସେଣ୍ଟର ଅଛି । ଆମେ ରଖିପାରିବୁ । ଏହାକୁ ରଖିବା ପାଇଁ ଆପଣଙ୍କର ସ୍ଥାନ ନାହିଁ । ତୁମେ ବାଘଟିକୁ ନେଇ ପାଣିରେ ଛାଡିଦେଲ । ବାଘଟି ନଦୀ ପାର ହେବା ପାଇଁ କେତେ ସମୟ ଲାଗିବ? ଏଭଳି ପରିସ୍ଥିତିରେ ପୁଣି ଏକ ବାଘ ଏଠାକୁ ଆସିଲା। ମୁଁ ଓଡ଼ିଶା ସରକାରଙ୍କୁ ଦାୟୀ କରୁନାହିଁ । ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ତୁମେ ତୁମ ଟିମ୍‌ ପଠାଇ ବାଘକୁ କାବୁ କର’।

ଟାଇଗର ଜନସଂଖ୍ୟାରେ ନୂତନ ଜିନ୍ ଯୋଡିବା ପାଇଁ ଗତ ମାସରେ ମହାରାଷ୍ଟ୍ରର ତାଡୋବା-ଆନ୍ଧାରୀ ଟାଇଗର ରିଜର୍ଭରୁ ଓଡ଼ିଶାର ଶିମଳିପାଳକୁ ବାଘୁଣୀ ଜିନ୍ନତକୁ ଅଣାଯାଇଥିଲା । ତେବେ ଓଡ଼ିଶାର ଶିମିଳିପାଳ ଜଙ୍ଗଲରୁ ବାଟ ଭୁଲି ସେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ପ୍ରାୟ ଏକ ସପ୍ତାହ ଧରି ବୁଲିଥିଲା । ଏହାପରେ ବହୁ ଚେଷ୍ଟା ପରେ ଶେଷରେ ପଶ୍ଚିମବଙ୍ଗରେ ମରାଠା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଥିଲା ବନବିଭାଗ ।

ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result