ଏ ପୀଠ ଅଲୌକିକର ପୀଠ... ଏଠି କୁଆଡ଼େ ସବୁ କିଛି ସମ୍ଭବ । ସୁସ୍ଥ ହୁଏ ରୋଗୀ... ପୂରଣ ହୁଏ ମାନସିକଧାରୀର ମନବାଞ୍ଛା । ପୁରୁଣା ଲିମ୍ବଗଛ ଅନେକ ବିଶ୍ୱାସର ସାକ୍ଷୀ । ଏଠି ଯେମିତି ଶୂନ୍ୟରେ ପୂଜା ପାଆନ୍ତି ଦେବାଦେବୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜିପୁର ଗାଁ ନିକଟରେ ରହିଥିବା ଓଗାଳଷଣ୍ଢ ପୀଠ । ଏଠାରେ ପୂଜା ପାଉଛନ୍ତି ୩୦ ଗୋଟି ପଥର ପ୍ରତିମା । ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ପ୍ରତିମୂର୍ତ୍ତି, ତଥାପି ଅଗାଢ଼ ବିଶ୍ଵାସ ଏବଂ ମାନସିକଧାରୀଙ୍କ ଭକ୍ତି ଭକ୍ତଙ୍କର ରୋଗ ଲାଭ କରୁଛି ।
Also Read
ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଗାଳଷଣ୍ଢ ପୀଠ । ଏବେ ବି ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ବିଗ୍ରହ ମୂର୍ତ୍ତି । କେବଳ ୩୦ ଟି ପଥର ପ୍ରତିମା ସହ ମନ୍ଦିର ଭିତରେ ଥିବା ବିଶାଳକାୟ ଲିମ୍ବ ଗଛକୁ ବିଶ୍ଵାସ ରଖି ପୀଠରେ ଆରୋଗ୍ୟ ଲାଭ ହେଉଛନ୍ତି ଲୋକେ । ଦେଖିବାକୁ ଗଲେ ଏହି ପୀଠରେ କୌଣସି ଦେବା ଦେବୀଙ୍କର ପ୍ରତିମୂର୍ତ୍ତି ନାହିଁ । ତଥାପି ବିଶ୍ଵାସ ଏଠି ଲୋକଙ୍କର ରକ୍ଷା କରୁଛି । ମନସ୍କାମନା ପୂରଣ ପାଇଁ ପୀଠ ପ୍ରତି ଅଗାଢ ଭକ୍ତି ଓ ନିଷ୍ଠାର ସହିତ ଭକ୍ତଙ୍କର ଆରୋଗ୍ୟ ଲାଭ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ
ଏହି ପୀଠରେ ବିଭିନ୍ନ ସମୟରେ ପୂଜା ଓ ମେଳା ହୋଇଥାଏ । ହେଲେ ଦୀର୍ଘ ବର୍ଷ ହେଲା ପୀଠରେ ବିଭିନ୍ନ ସମସ୍ୟା ଦୂର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବିଜୁଳି ସମସ୍ୟା, ପାନୀୟ ଜଳ ସମସ୍ୟା, ରାସ୍ତା ଘାଟରେ ସମସ୍ୟା ଏବଂ ପୀଠରେ ଥିବା ଅଧାପନ୍ତିରିଆ ଭାବେ ଯେଉଁ କାର୍ଯ୍ୟ ଶେଷ ହୋଇପାରିନାହିଁ ଭକ୍ତମାନଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ସାହାଯ୍ୟରେ ହାତ ବଢ଼ାଇବା ପାଇଁ ଦାବି ହୋଇଛି । ଏହି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମଧ୍ୟ ଭକ୍ତଙ୍କ ସୁରକ୍ଷା ଦୃଷ୍ଟି ଦେବାକୁ ସରକାରଙ୍କ ନିକଟରେ ପୀଠର ସମସ୍ୟା ଦୂର ପାଇଁ ଦାବି ରଖିଛନ୍ତି ।