• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆରମ୍ଭ ହୋଇଛି ଆଦିବାସୀ ମେଳା-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ବିଶେଷ ଆକର୍ଷଣ ସାଜିଛି ।

ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଛି । ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି । ତେବେ ଏଠାରେ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି ସାନ୍ତାଳୀ ଲିପିର ନୂଆ ଚମକ୍ । ଡିଜିଟାଲ ଯୁଗରେ ଲୋକେ ଫୋନ୍, ୱେବ୍‌ସାଇଟ୍‌, ଇଣ୍ଟରନେଟ୍ ଆଦିରେ ସାନ୍ତାଳୀ ଲିପି କେମିତି ଲେଖିବେ ତାହା ସହଜ ହୋଇଛି । ରାଜ୍ୟ ସରକାରଙ୍କ ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ନୂଆ ପ୍ରୟାସ ସଫଳ ହୋଇଛି । ଅତି ସହଜରେ ଜଣେ ଆଦିବାସୀ ଭାଇ ଭଉଣୀ ଏବେ ସାନ୍ତାଳୀ ଲିପି ବ୍ୟବହାର କରି ଫୋନ୍ କି କମ୍ପ୍ୟୁଟରରେ ନିଜ କାର୍ଯ୍ୟ କରିପାରିବେ ।

ଅଧିକ ପଢ଼ନ୍ତୁ: ଆତଙ୍କରାଜ ଚଳାଇଛନ୍ତି କି ବିଜେଡି ନେତା ? ବବିଙ୍କ ସହ ଏ ପିଲାଟି କିଏ ?

ଚଳିତ ବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲର ବ୍ୟବସ୍ଥା ହୋଇଛି । ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯାଉଛି । ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।

ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି । ଆଦିବାସୀ ମେଳାର ବିଶେଷ ଆକର୍ଷଣ ଆଦିବାସୀ ଗାଁ, ଆଦିବାସୀ ହାଟ, ଆଦିବାସୀ କଳା ସଂସ୍କୃତିର ଷ୍ଟଲ, ଫୁଡ୍ କୋର୍ଟ ଏବଂ ଲାଇଭ ଡେମୋନଷ୍ଟ୍ରେସନ ଆଦି ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result