ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ ଜରିଆରେ ମଧ୍ୟ ଏହି ରୋଗ ବ୍ୟାପେ । ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ ।
ଖୋର୍ଦ୍ଧା କାଇପଦର ଅଞ୍ଚଳରୁ ଜଣେ HMPV ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି hMPV ସ°କ୍ରମଣ ମାନବ ଜାତି ପାଇଁ ନୂଆ ନୁହେଁ। ଯଦି ଆପଣଙ୍କ ବୟସ ୫ବର୍ଷରୁ ଊର୍ଦ୍ଧ୍ବ ତାହେଲେ ଏହି hMPV ଦ୍ବାରା ଆପଣ ଆଗରୁ କେବେ ଥରେ ସ°କ୍ରମିତ ହୋଇସାରିଥିବାର ଅନେକ ସମ୍ଭାବନା ରହିଛି। ତେବେ କ’ଣ ଏ hMPV, କେତେ କ୍ଷତିକାରକ ଏହା ମଣିଷ ପାଇଁ ଏବଂ କେମିତି ନିଜକୁ ସୁରକ୍ଷିତ ରଖିବେ, ଜାଣିବା ପାଇଁ ପଢନ୍ତୁ ଆଜିର ଆଲେଖ୍ୟ।
କୋଭିଡ ପରି HMPV ଏତେ ମାରାତ୍ମକ ନୁହେଁ । କେବଳ ପରିସ୍କାର ପରିଚ୍ଛନ୍ନତା ଦ୍ୱାରା ଆପଣ ଏହା ଠାରୁ ଦୂରେଇ ରହିପାରିବେ । HPMV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ନଥିବା ବେଳେ, ଏହାକୁ ପାରାସିଟାମଲ୍ କିମ୍ବା ଜ୍ୱର ଏବଂ ଥଣ୍ଡା ହ୍ରାସ କରୁଥିବା ଅନ୍ୟ କୌଣସି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।
HMPV ମୁଖ୍ୟତଃ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରେ। ବୟସ୍କ ଲୋକଙ୍କଠାରେ ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗୁରୁତର ପର୍ଯ୍ୟନ୍ତ ହୋଇଥାଏ ଏବଂ ସଂକ୍ରମିତ ବ୍ୟକ୍ତିମାନେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଜ୍ୱର ଏବଂ ଥକ୍କାପଣ ମଧ୍ୟ ହୋଇପାରେ।
ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି । କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନ ଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି ।
ଭାରତ ସମେତ ସମଗ୍ର ବିଶ୍ୱରେ HMPVକୁ ନେଇ ଚିନ୍ତା। ଅନେକ ଦେଶରେ HMPV ସମ୍ବନ୍ଧୀୟ ଶ୍ୱାସକ୍ରିୟାଜନିତ ରୋଗର ରିପୋର୍ଟ ହୋଇଛି। ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ଘରେ ଥିବା କିଛି ଜିନିଷଗୁଡିକ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା…
ଡରାଇଲା ଚୀନ ଭାଇରସ୍, ଫେରିଲା ମାସ୍କ । ଡରାଇଲା ଚୀନ୍ ଭାଇରସ୍ HMPV । ବେଙ୍ଗଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ । କର୍ଣ୍ଣାଟକକୁ ଫେରିଲା ‘ମାସ୍କ’ ପିନ୍ଧିବା କଟକଣା । ଗହଳି ଯାଗାକୁ ନଯିବାକୁ ମହାରାଷ୍ଟ୍ରରେ ବାରଣ । ଓଡ଼ିଶାରେ HMPV ଚିହ୍ନଟ ଲାଗି AIIMS ଓ RMRCରେ ବ୍ୟବସ୍ଥା ।
୨ ମାସର ଶିଶୁ, ବେଙ୍ଗାଳୁରୁରେ ଜଣେ ୩ମାସର ଶିଶୁ କନ୍ୟା ଏବଂ ଆଉ ଜଣେ ୮ ମାସର ଶିଶୁ ପୁତ୍ର ଚୀନ୍ ଭାଇରସ୍ HMPVରେ ଆକ୍ରାନ୍ତ। ଭାରତରେ ଏଣ୍ଟ୍ରି କରିସାରିଛି ଚୀନ୍ ରେ ବ୍ୟାପିଥିବା କରୋନା ଭଳି ନୂଆ ଭାଇରସ୍। ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।
ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । HMPV ପରୀକ୍ଷା ଲାଗି ଆମର ଭୁବନେଶ୍ଵର AIIMS ଓ ICMR- RMRCରେ ବ୍ୟବସ୍ଥା ଅଛି । ସୁତରାଂ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ।
ବେଙ୍ଗାଲୁରୁର ୮ ବର୍ଷର ଶିଶୁ ଓ ଜଣେ ୩ ବର୍ଷୀୟା ଶିଶୁ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଗୁଜରାଟର ଅହମଦାବାଦରେ ଜଣେ ଦୁଇ ବର୍ଷୀୟ ଶିଶୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ଛୋଟ ଛୁଆ ଜଣଙ୍କ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସ୍ଥିର ରହିଛି।