• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ବାମୀଙ୍କର ବି ନିଜର ହୋଇପାରିଲିନି । ଯିଏ ମୋ ସାହାରା ନେଇ ଏ ଦୁନିଆ ଦେଖିବ ବୋଲି ଦିନ ଗଣୁଥିଲା, ତାକୁ ଦୁନିଆର ଆଲୋକ ଟିକିଏ ଦେଖାଇ ପାରିଲିନି । ଶେଷରେ ମୋତେ ଶୁଆଇ ଦେଲା ଯୌତୁକ ରୂପୀ ସେ ରାକ୍ଷସ । ମୋ ପେଟରେ ଥିବା ୪ ମାସର ଛୁଆଟା କ’ଣ ଅବା ଭୁଲ କରିଥିଲା । ସେ ଦୁନିଆ ଦେଖିବା ଆଗରୁ ତା’କୁ ମୋ ସାଥିରେ ଆଖି ବୁଜିବାକୁ ପଡ଼ିଲା । ମୁଁ ସିନା କିଛି ଭୁଲ କରିଥିଲି । ମୋ ପିଲା କ’ଣ ଅବା ଭୁଲ କରିଥିଲା...

ଏମିତି କିଛି କୋହ ଭରା କଣ୍ଠରେ ସେ ନୂଆ ବୋହୂଟାର ଆତ୍ମା ଗୁମୁରି ଗୁମୁରି କାନ୍ଦୁଥିବ । ଯିଏ ବର୍ଷଟିଏ ବି ତା’ ସିନ୍ଥିରେ ସିନ୍ଦୂର ପିନ୍ଧିନି । ହେଲେ ଶୋଇଯାଇଛି ସବୁଦିନ ପାଇଁ । ଏ ଘଟଣା ଯେତିକି କଷ୍ଟ ଦାୟକ ସେତିକି ଭାବବିହ୍ୱଳ ମଧ୍ୟ । କାରଣ ଜଣେ ନୂଆବୋହୂ ସହ ଚାଲିଯାଇଛି ଗୋଟିଏ ନିଷ୍ପାପ ଶିଶୁର ଜୀବନ । କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ବେହେରାଗୁଡା ଗାଁର ଏ ଘଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଲାଗି ଗର୍ଭବତୀ ବୋହୂଙ୍କୁ ଶାଶୁ, ଶ୍ୱଶୁର ଓ ସ୍ବାମୀ ମିଶି ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସେମିଳିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ କରି ସ୍ୱାମୀକୁ ଅଟକ ରଖିଛି । ଅନ୍ୟପଟେ ଶାଶୁଘର ତରଫରୁ ବୋହୂ ନିଜେ ଜୀବନ ହାରିଥିବା କହିଛନ୍ତି ମୃତ ରଚନାଙ୍କ ଶାଶୁ ।

ବିବାହ ପରଠାରୁ ଯୌତୁକ ପାଇଁ ରଚନାଙ୍କ ଉପରେ ଚାପ ପକାଯାଉଥିଲା । ବାପଘରୁ ଅଧିକ ଟଙ୍କା ଆଣିବାକୁ ଶାଶୁଘର ଲୋକେ ରଚନାଙ୍କ ଉପରେ ଚାପ ପକାଉଥିଲେ । ଏନେଇ ରଚନାଙ୍କ ବାପା ଓ ସମ୍ପର୍କୀୟ ଭାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପଶୁପକ୍ଷୀଙ୍କ ମନ କଥା ବୁଝୁଛନ୍ତି ରଶ୍ମି; ଘରକୁ କରିଛନ୍ତି ମିନି ଚିଡିଆଖାନା

  • Reported by:
  • Surya Narayan Panda

OTV is now on Whatsapp

Join and get latest news update delivered to you via whatsapp

Join Now