• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଇରଙ୍ଗପୁରର ଅସୁରଘାଟି ଜଳ ପ୍ରପାତ । ଅବହେଳିତ ଅବସ୍ଥାରେ ପଡ଼ିଛି... ତଥାପି ଖିଲି ଖିଲି ହସୁଛି । ଅଳସୀ ଝରଣା ଝରଝର ଝରିଯାଇ ପର୍ଯ୍ୟଟକଙ୍କୁ ଯେମିତି ହାତଠାରି ଡାକୁଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ । କିନ୍ତୁ ଏହି ସ୍ଥାନଟି ସବୁଜ ବଣ ଜଙ୍ଗଲ ଘେରା ହୋଇଥିବାରୁ ଲୋକମାନଙ୍କ ପାଇଁ ବେଶ୍‌ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ସବୁ ଜିଲ୍ଲା । ସବୁଜ ବନାନୀ ସାଙ୍ଗକୁ ଉଚ୍ଚ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ ପ୍ରକୃତି ପ୍ରେମୀକୁ ସ୍ତବ୍ଧ କରିପକାଏ । ଏହି ଜଳପ୍ରପାତର ଚତୁଃପାର୍ଶ୍ୱର ସବୁଜିମା ଓ ପର୍ବତ ମାଳାର ମନରୋମ ଦୃଶ୍ୟ ସ୍ଥାନୀୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି । ତେଣୁ ପର୍ଯ୍ୟଟନ ଋତୁରେ ଲାଗୁଛି ଏଠାରେ ପର୍ଯ୍ୟଟକଙ୍କ ଗହଳି । ଲୋକମାନେ ଏଠାକୁ ଆସି ପିକ୍‌ନିକର ମଜା ନେବା ସହ ଏଠାର ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଯୌତୁକ ପାଇଁ ଗର୍ଭବତୀ ବୋହୂକୁ ମାରିଦେଲେ !

ତେବେ ଅସୁରଘାଟି ଜଳ ପ୍ରପାତ ନିକଟରେ ନାହିଁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଏପରିକି ପରିସ୍ରାଗାରଟିଏ ନ ଥିବାରୁ ମହିଳା ଓ ଯୁବତୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ପିଇବା ପାଣିର ମଧ୍ୟ ଏଠାରେ ବ୍ୟବସ୍ଥା ନାହିଁ । ଜଳ ପ୍ରପାତକୁ ଯିବା ପାଇଁ ବ୍ୟାରିକେଡ୍‌ ନଥିବାରୁ ଜୀବନ ପ୍ରତି ବିପଦ ମଧ୍ୟ ରହୁଛି । ଆଉ ଅଳିଆ ଆବର୍ଜନାରେ ଭରି ରହିଛି ଆଖପାଖ । ଏସବୁ ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ରହିଛି ବୋଲି ପର୍ଯ୍ୟଟକମାନେ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ରାଜ୍ୟ ସରକାର ଓ ପ୍ରଶାସନ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ କେବେ ପର୍ଯ୍ୟଟକମାନଙ୍କ ସମସ୍ୟା ଦୂର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result