• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ବର ସହର । କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ । ଆଲୋକମାଳାରେ ଝଲସୁଛି ପୁରା ସହର । କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ । ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

ତେବେ ପ୍ରବାସୀ ଦିବସକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ପ୍ରବାସୀ ଦିବସ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସବୁ ବିଭାଗର ମନ୍ତ୍ରୀ ଓ ଅଫିସରମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରବାସୀମାନେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିର ବୁଲିବେ । ଏନେଇ ମନ୍ଦିର ଗୁଡ଼ିକ ସଫାସୁତୁରା ଭଲ ଭାବରେ କରିବା ସହିତ ସାଜସଜ୍ଜା କରାଯାଇଛି । ସେହିପରି ବିଭିନ୍ନ ପାର୍କରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ରାଜଧାନୀର ସମସ୍ତ ଘର ମାଲିକମାନଙ୍କୁ ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି । ଗୃହ ସମ୍ମୁଖ ପରିଷ୍କାର ରଖିବା ସହିତ ଝୋଟି, ଚିତା ପକାଇ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ କହିଛନ୍ତି । ଏଥି ସହିତ ବଡ଼ ବଡ଼ ମଲ, ପେଟ୍ରୋଲ ପମ୍ପ ଆଦି ମାଲିକମାନେ ମଧ୍ୟ ଆଲୋକ ମାଳାରେ ନିଜ ପ୍ରତିଷ୍ଠାନ ଆଲୋକିତ କରି ସଜେଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସେହିପରି ଭୁବନେଶ୍ୱରକୁ ମଧ୍ୟ ଆହୁରି ସାଜସଜ୍ଜା କରାଯିବ । ବିଭିନ୍ନ ସ୍ଥାନରେ ଆହୁରି ସୁନ୍ଦର ସୁନ୍ଦର ଫୁଲକୁଣ୍ଡ ଆଜି ରାତିସୁଧା ବସିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘କାପିବାରାଙ୍କ ସଂଖ୍ୟା ବଢିଗଲାଣି, ବିଜେଡି ଆଣିବ ଆନାକୋଣ୍ଡା’

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result