ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି।ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେପାର ହୋଇଛି। ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ରଖାଯାଇଥିଲା।
ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଛି । ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।
ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି ।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେଉଥିବା ଆଦିବାସୀ ମେଳାରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକେ ମେଳା ବୁଲିବା ସହ ବିଭିନ୍ନ ଆଦିବାସୀ କଳାକୁ ଉପଭୋଗ କରୁଛନ୍ତି ଓ କିଛି ଘରକରଣା ଜିନିଷ କିଣୁଛନ୍ତି। ବିଭିନ୍ନ ଆଦିବାସୀ ନାଚ ଗୀତରେ ଦୁଲୁକୁଛି ମଞ୍ଚ।
ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।