Advertisment

IT Raid: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ରେଡ୍ ଜାରି ରହିଛି । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ତଥ୍ୟ ମିଳିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ହଂସିତାଙ୍କ ଘରେ IT ରେଡ୍

ହଂସିତାଙ୍କ ଘରେ IT ରେଡ୍

ବଣ୍ଟି-ବବଲିଙ୍କ ଘରେ ଆୟକର ବିଭାଗ । ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌ର ଚଢାଉ । ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ହଂସିତାଙ୍କ ଘର, ଅଫିସରେ ଚଢ଼ାଉ କରିଛି ଇନକମ୍ ଟ୍ୟାକ୍ସ ବିଭାଗ । ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଖୋଳତାଡ଼ କରୁଛି ଇନକମ୍‌ ଟ୍ୟାକ୍ସ ବିଭାଗ । ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ରେଡ୍ ଜାରି ରହିଛି । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ତଥ୍ୟ ମିଳିଛି । ବିନା ଲୋନରେ ଦାମୀ କାର୍ କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଦୁଇ ଅଭିଯୁକ୍ତ ଅନୀଲ ମହାନ୍ତି ଓ ହଂସିତା ଅଭିଲିପ୍ସା ।

Advertisment

ପୋଲିସର ସୂଚନା ଅନୁସାରେ, ହଂସିତା ହେଉଛନ୍ତି କନ୍ଧମାଳ ଜିଲ୍ଲାର ଏବଂ ଅନୀଲ ମହାନ୍ତି ଭୁବନେଶ୍ବରର । ଭୁବନେଶ୍ବର ଆସିବା ପରଠୁ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ଦୀର୍ଘଦିନ ହେଲା ଅନୀଲଙ୍କ ସହ କୁଆଡ଼େ ହଂସିତା ସ୍ବାମୀ-ସ୍ତ୍ରୀ ଭଳି ରହୁଥିଲେ । ଉଦବେଗର ବିଷୟ ହେଉଛି, ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ୍ ମହାଲୁଟ୍ ।

ଅଧିକ ପଢ଼ନ୍ତୁ: ସମ୍ବଲପୁର ଡବଲ ମର୍ଡର ଘଟଣା: ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରିଶ ମୂର୍ମୁଙ୍କ ସହ ରହିଛନ୍ତି ଫଟୋରେ । କିନ୍ତୁ ଏସବୁ ଫଟୋ ସମ୍ପୂର୍ଣ୍ଣ ଫେକ୍ ବୋଲି କହିଛି ଇନଫୋସିଟି ପୋଲିସ। ଏଭଳି ନକଲି ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ୍ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ୍ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ବିଲଡର୍ ଓ ଖଣି ବ୍ୟବସାୟୀଙ୍କୁ ମୋଟା ଅଙ୍କର ଚୁନା ଲଗାଉଥିଲେ। ଶେଷରେ ଏକାଧିକ ଅଭିଯୋଗ ପରେ ଓ ଦୋଷ ସ୍ବୀକାର କରିବା ପରେ ଉଭୟଙ୍କୁ ଗିରଫ କରିଥିଲା ପୋଲିସ୍ ।

Advertisment

ତେବେ ଏହି ବଣ୍ଟି ବବଲି ଯୋଡ଼ି ହଂସିତା-ଅନୀଲଙ୍କ ଠକେଇ ନେଟୱର୍କ ପଛରେ ଆଉ କାହାର ରହିଛି ହାତ ? କେଉଁମାନେ ଶିକାର ହୋଇଛନ୍ତି ଠକେଇର? ଏବେ ଏଭଳି ନାନା ପ୍ରଶ୍ନକୁ ଧରି ପୋଲିସ ତଦନ୍ତ ଚଳାଇବା ସହ ଠକେଇର ଶିକାର ସମସ୍ତ ବ୍ୟକ୍ତିଙ୍କୁ ଥାନାକୁ ଆସି ଜଣାଇବାକୁ ପୋଲିସ୍ ଅପିଲ୍ କରିଛି ।

ଅଧିକ ପଢ଼ନ୍ତୁ: ମାଓବାଦୀଙ୍କ IED ବିସ୍ଫୋରଣ, ଉଡ଼ିଗଲା ଗାଡ଼ି, ୮ ଯବାନ ସହିଦ

Odisha IT Raid
Advertisment
Advertisment