ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?
ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।
କାଲି ମାର୍କେଟ୍ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି ।
ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ୱର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି।
ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର ।
୪୮ ହଜାର କ୍ବିଣ୍ଟାଲ ଆଳୁ ଅଣାଯିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଆଳୁ ପରେ ତାତିଲାଣି ପିଆଜ ବଜାର ।
ଆଳୁ ପରେ ଏବେ ଉପରମୁହାଁ ହେଲାଣି ପିଆଜ । ଦିନେ ଦୁଇ ଦିନ ଭିତରେ ପିଆଜ ଦର କିଲୋ ପ୍ରତି ବଢ଼ିଲାଣି ୧୦ ଟଙ୍କା ।
୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ ।
ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ।
ଯଦିଓ ଟିକେ କମିଛି, ହେଲେ ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର ।
ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି।
ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ 5 ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।…
ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।
ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।
ତଥ୍ୟ କହୁଛି ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେମିତି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ଦେଢ଼ ଶହ ପାର୍। ମୁଗ, ବୁଟ ଓ ବିରି ଡାଲି, ଏସବୁ ଯେମିତି ହରଡ଼ ଡାଲି ପିଛା ଧରିଛନ୍ତି।
ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।
ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।
ହୁ ହୁ ହୋଇ ବଢୁଛି ଡାଲିର ଦାମ୍, ମାତ୍ର ୩ ମାସରେ ହରଡ଼ ଡାଲିର ଦାମ୍ ବଢ଼ିଛି ୪୫ ଟଙ୍କା । ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ଅଭିଯୋଗ କରି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କା ବଢିବାକୁ ନେଇ ତେଜିଲା ରାଜନୀତି ।
ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।
MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନା ।
ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ ।
ୟୁକ୍ରେନ ଉପରେ ରୁଷ୍ ମରାଣାତ୍ମକ ଆକ୍ରମଣ କରୁଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।