Advertisment

Sambalpur Tragedy: ସମ୍ବଲପୁର ଘଟଣା: ଆକ୍ସିଡେଣ୍ଟ ନୁହେଁ ମର୍ଡର, କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା...

ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର।

author-image
Sujit kumar Swain
undefined

BJP Leaders Killed in Car Accident

ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ, ବରଂ ହତ୍ୟା। ଦୁଇ ବିଜେପି ନେତାଙ୍କ କାର୍‌କୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା ଡ୍ରାଇଭର। ପ୍ରାୟ ୪୮ ଘଣ୍ଟା ପରେ ଏ ରହସ୍ୟମୟ ଘଟଣାର କାରଣ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ୍। ସେପଟେ ବିଧାୟକ ଜୟନାରାୟଣ ମିଶ୍ର ସୁପାରି କିଲିଂ ଅଭିଯୋଗ ଆଣି ଟାର୍ଗେଟରେ ହୁଏତ ଆଉ କିଏ ଥିଲେ, ଭୁଲରେ ଏମାନେ ହତ୍ୟାର ଶିକାର ହେଲେ ବୋଲି କହିଛନ୍ତି। ଏଣେ ବାରମ୍ବାର ମତ ବଦଳାଉଥିବା ଅଭିଯୁକ୍ତ ଡ୍ରାଇଭର ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। 

Advertisment

ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର। ଏ ହାଇପ୍ରୋଫାଇଲ୍ ମର୍ଡର ଘଟଣାର ପ୍ରାୟ ୪୮ ଘଣ୍ଟା ପରେ ଖୁଲାସା କରିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ। କହିଛନ୍ତି, ହାଇୱା ଡ୍ରାଇଭର, ଜାଣିଶୁଣି ଦୁର୍ଘଟଣା 
ଘଟାଇଥିବା କଥା ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଛି। ତେବେ ସେତେବେଳେ 'ଡ୍ରାଇଭର ସାଙ୍ଗରେ, କେହି ଥିଲେ କି ନାହିଁ, ତାର ତଦନ୍ତ ଚାଲିଛି। ସେପଟେ ଜେରା ସମୟରେ ଅଭିଯୁକ୍ତ ବାରମ୍ବାର କଥା ବଦଳାଉଥିବାରୁ ହତ୍ୟା ପଛର ପ୍ରକୃତ କାରଣ କଣ, ଜାଣିବାକୁ ବୈଜ୍ଞାନିକ ତଥ୍ୟ ପ୍ରମାଣର ସାହାରା ନେଉଛି ପୋଲିସ।

ଅଧିକ ପଢ଼ନ୍ତୁ: ପୋଲିସକୁ 'ପାଣିକୋଇଲି' ଚ୍ୟାଲେଞ୍ଜ, ୨୪ ଘଣ୍ଟା ପରେ ବି ଧରା ପଡ଼ିନାହାନ୍ତି ଫେରାର ଲୁଟେରା

Advertisment

ପ୍ରଶ୍ନ ଉଠୁଛି ହାଇୱା ଡ୍ରାଇଭର ଯଦି ଜାଣିଶୁଣି ଦୁର୍ଘଟଣା ଘଟାଇଥିଲା, ତେବେ ତା ପଛର ଅସଲ କାରଣ କଣ ? ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ପାଇଥିଲା କି ଡ୍ରାଇଭର ? ଏ ଡବଲ ମର୍ଡର ପଛରେ ବେଆଇନ୍ ଫ୍ଲାଇ ଆସ୍ ପରିବହନକୁ ବିରୋଧ, ଏକ କାରଣ ନୁହେଁ ତ ? ନା ମୃତ ଦେବେନ୍ଦ୍ର କିମ୍ବା ଗାଡ଼ିରେ ଥିବା ଅନ୍ୟ ୫ ବିଜେପି ନେତା, ଅନ୍ୟ କେଉଁ କାରଣ ପାଇଁ କାହାର ଟାର୍ଗେଟରେ ଥିଲେ କି ? ଏଣେ ଏକଥା ବି ଶୁଣିବାକୁ ମିଳୁଛି ଯେ, ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ କୁଆଡେ ଟକରା ଟକରି ହୋଇଥିଲା। ତେଣୁ ହତ୍ୟା ପଛର ଏହା ଏକ କାରଣ ନୁହେଁ ତ ? ଏ ଘଟଣାକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲାର ଦୁଇ ଦଳୀୟ ନେତାଙ୍କୁ ହତ୍ୟା ଘଟଣାରେ କିଛି ଅଲଗା ଇସାରା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। କହିଛନ୍ତି, ବୋଧହୁଏ, ହାଇୱା ଡ୍ରାଇଭର ଅନ୍ୟ କାହାକୁ ମାରିବାକୁ ସୁପାରୀ ନେଇଥିଲା। ଭୁଲବଶତଃ ଏମାନଙ୍କ ଗାଡ଼ିକୁ ପିଛା କରି ଟାର୍ଗେଟ୍ କରିଥିଲା। 

ଏଣେ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ପରେ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏବେ ଶୋକାକୂଳ ପରିବେଶ। ଉଭୟଙ୍କ 
ମୃତ୍ୟୁ ସଂଗଠନ, ଦଳ ଏବଂ ଅଞ୍ଚଳବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି କୋହଭରା ବୟାନ ରଖିଛନ୍ତି ଜିଲ୍ଲାର ବିଜେପି ନେତା।

ଅଧିକ ପଢ଼ନ୍ତୁ: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

Accident Car Accident
Advertisment
Advertisment