• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mayurbhanj

ବାଘ ମାମୁଁର ଡବଲ୍ ଧମାକା
Similipal National Park Expansion: ଶିମିଳିପାଳରେ ବର୍ଷକ ଭିତରେ ୩୫ରୁ ୪୦କୁ ଡେଇଁଲା ମହାବଳ ବାଘ ସଂଖ୍ୟା

୪୫ ବର୍ଷ ପରେ ଜାତୀୟ ଉଦ୍ୟାନ ପାଲଟିଥିବା ଶିମିଳିପାଳ ଖୁସିକୁ ଦ୍ବିଗୁଣିତ କରିଛି ମହାବଳ ବଂଶର ଦ୍ରୁତି ଅଭିବୃଦ୍ଧି । ବର୍ଷକ ଭିତରେ ଶିମିଳିପାଳରେ ବାଘ ସଂଖ୍ୟା ୪୦ ଛୁଇଁଛି । ଏମିତିକି ଆଗାମୀ ୧୦-୧୨ ବର୍ଷରେ ଏ ଜାତୀୟ ଉଦ୍ୟାନର ମହାବଳ ବଂଶକୁ ୧୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ ।

ଶିମିଳିପାଳରେ ବଢ଼ିଛି ମହାବଳ ସଂଖ୍ୟା ।
Similipal National Park Expansion: ଶିମିଳିପାଳରେ ବଢୁଛି ମହାବଳ ସଂଖ୍ୟା, ଆଗାମୀ ୧୦ ବର୍ଷରେ ୧୦୦ ଟାର୍ଗେଟ

୪୫ ବର୍ଷ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ପାଇଛି ଜାତୀୟ ଉଦ୍ୟାନ ମାନ୍ୟତା । ଏହା ଦ୍ୱାରା କେନ୍ଦ୍ରରୁ ସ୍ବତନ୍ତ୍ର ବଜେଟ ମିଳିବ । ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲର ଅଧିକ ସୁରକ୍ଷା ହୋଇପାରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ସ୍କୁଲକୁ ମାଡିଲାଣି ଭୟଙ୍କର ରାଗିଂ ରୋଗ ।
ବର୍ବରତାର ସବୁ ସୀମା ଟପିଲେ ସିନିୟର

କଲେଜ ଓ ୟୁନିଭର୍ସିଟିରୁ କୋମଳମତି ପିଲା ପଢୁଥିବା ସ୍କୁଲକୁ ବି ମାଡିଲାଣି ରାଗିଂ ରୋଗ । ବର୍ବରତାର ସବୁ ସୀମା ପାର କରି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ନବମ ଶ୍ରେଣୀ ପିଲା ।

Police
Sand Mafia: ପୋଲିସ ଖେଳିଲା ଚକା ଭଉଁରୀ; ୨୦ କିଲୋମିଟର ପରେ....

ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ତାପରେ ପୋଲିସ ଟ୍ରାକ୍ଟରକୁ ପିଛା କରିଥିଲା।

Watermelon
ସରକାର ଦେଉଛନ୍ତି ଟଙ୍କା !

ଖେତରେ ଲାଗିଛି ହଳଦିଆ ତରୁଭୁଜ । ଦେଖିବାକୁ ଯେତିକି ସୁନ୍ଦର, ସେତିକି ସୁଆଦିଆ । ଚାଷୀ ପାଇଁ ଖର୍ଚ୍ଚ କମ କିନ୍ତୁ ଲାଭ ବି ମିଳୁଛି ଅଧିକା । ପୂର୍ବରୁ ଆପଣ ଲାଲ୍ ଟହଟହ ତରଭୁଜ ଦେଖିଥିବେ, ହେଲେ ଇଏ ପୂରା ଗାଢ଼ ହଳଦିଆ ତରଭୁଜ । କଥାଟା ଟିକେ ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ସତ ।

Rain Dance By Student
Rain Dance Frenzy: ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ ; କିଏ ଦେଇଥିଲେ ଅନୁମତି ?

ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍‌ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।

Dance
ବର୍ଷାରେ ନାଚି ବୋବାଲ କଲେ

ଟିକେ ଖୁସି... ଟିକେ ମସ୍ତି... ଡିଜେର ତାଳେ ତାଳେ ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରବଳ ଗରମ ପରେ କାଳ ବୈଶାଖୀର ସାମାନ୍ୟ ବର୍ଷା ଯେମିତି ସମସ୍ତଙ୍କ ମନରେ ଏଠି ଶାନ୍ତି ଭରିଦେଇଛି । ତେଣୁ ହଠାତ୍‌ ବର୍ଷାକୁ ଦେଖି ବସ ଭିତରୁ ବାହାରି ନାଚିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ।

ମନ୍ତ୍ରୀଙ୍କ କାରକେଡ୍‌କୁ ଢେଲା ମାଡ଼
Minister Carcade: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ

ମନ୍ତ୍ରୀଙ୍କ କାରକେଡରେ ଯାଇଥିବା କାରର କାଚ୍ ଭାଙ୍ଗି ଯାଇଛି । ତା ସହ ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ବି ଫାଟିଛି ।

Murder
Husband Killed Wife: ସ୍ତ୍ରୀକୁ ହତ୍ୟା କଲା; ମୃତଦେହ ପାଖରେ ବସି କାନ୍ଦିଲା

ଚରଣ ଭକ୍ତା ଓରଫ ଫତଲୁ ୬ବର୍ଷ ପୂର୍ବେ ସବିତାଙ୍କୁ ପ୍ରେମ ବିବାହ କରିଥିଲା। ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରିଥିଲେ। ପରିବାର  ଲୋକଙ୍କ କଥା ଶୁଣିଥିଲେ। ଆଉ କେହି କାହା ସହିତ ଝଗଡ଼ା କରିନଥିଲେ।   

Cleanest village
Bobeijoda Village: ଏମିତି ଗାଁ କୋଉଠି ନାହିଁ; ଚକାଚକ୍ ରାସ୍ତାଘାଟ, ଜଗିଛି ସିସିଟିଭି, ବୁଲିଯାଉଛନ୍ତି ପର୍ଯ୍ୟଟକ

ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।

ସରପଞ୍ଚ ହେବ ତ ଏମିତି
ବାଃ ବାଃ ସୁମି, ସରପଞ୍ଚ ହେବ ତ ଏମିତି

ମୟୂରଭଞ୍ଜ ଜିଲ୍ଳା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା । ଅନାଥ, ଅସହାୟଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତି ‘ମୁଠାଏ ଚାଉଳ’ ମିଶନ ।

ଓଡ଼ିଶାର ସବୁଠୁ ପରିଷ୍କାର ଗାଁ
Special Story: ଓଡ଼ିଶାର ସବୁଠୁ ସୁନ୍ଦର ଓ ସ୍ଵଚ୍ଛ ଗାଁ, ନଦେଖିଲେ ବିଶ୍ୱାସ କରିହେବନି

ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘର ସବୁକୁ ସୁନ୍ଦର ଭାବରେ ସଜାଇ ଥାଆନ୍ତି ଗ୍ରାମର ମହିଳା । ପ୍ରତ୍ୟେକ ଗ୍ରାମବାସୀ ଶୌଚାଳୟ ବ୍ୟବହାର କରିବା ସହିତ ମଇଳା ଅଦରକାରୀ ବସ୍ତୁକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ଥାଆନ୍ତି ।

V. K. Pandian
ପାଣ୍ଡିଆନ ବିଦା କରିଥିଲେ, ମୋହନ ଆପଣେଇଲେ

ପାଣ୍ଡିଆନଙ୍କ ବିରୋଧରେ ଅପ୍ରିୟ ସତ କହିଥିଲେ। ଗୋଟିଏ ଦିନରେ ଚାକିରୀ ନେଇଯାଇଥିଲେ ନବୀନ ସରକାର। ହେଲେ ଆଜି ଆପଣେଇ ନେଲେ ମୋହନ। ଅଭିଯୋଗ ଶୁଣିଲେ ଫଟୋ ଉଠାଇଲେ ।

CM Mohan Charan Majhi
Odisha CM Mohan Majhi: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଘୋଷଣା ହେଲା ଏହି ସବୁ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ମୟୁରଭଞ୍ଜ ଗସ୍ତର ପ୍ରଥମ ଦିନରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ।

Bank Loot At Gun Point
Bank Loot: ହେଲମେଟ୍ ପିନ୍ଧି ପଶିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ

ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

Plight Of Powerlifter
Powerlifter Devi Singh: ଘରେ ମାଳମାଳ ଗୋଲ୍ଡ ମେଡାଲ୍, ଛେଳି ଚରାଉଛନ୍ତି ଦେବୀ

ନିଜ ପ୍ରତିଭା ବଳରେ ଗରିବ ଘରର ଝିଅ ଦେବୀ ପାୱାରଲିଫ୍ଟିଂରେ ଜିତିଛନ୍ତି ବହୁ ଗୋଲ୍ଡ ଓ ସିଲଭର୍ ମେଡାଲ୍ । କାନ୍ଥ ଭାଙ୍ଗିଯାଇଥିବା ଚାଳ ଘରେ ଓହଳାଇଛନ୍ତି ଏହି ସବୁ ମେଡାଲ୍ । କିନ୍ତୁ ଆର୍ଥିକ ଦୁରାବସ୍ଥା ତାଙ୍କୁ ବାଧ୍ୟ କରିଛି ଛେଳି ଚରାଇବା ପାଇଁ ।

Road Accident
Road Accident: ନିର୍ଦ୍ଦୟ ଦଇବ; ୩ ସାଙ୍ଗକୁ ନେଇଗଲା

ଗତକାଲି ୩ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।

Minister In Angry Mood
Minister Gets Angry: ହଠାତ୍ ରାଗିଗଲେ ମନ୍ତ୍ରୀ, କହିଲେ ଡାକ ଆଜି ସସପେଣ୍ଡ କରିବି

ଜଣେ ଗରିବ ଲୋକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ କାହିଁକି ବାରମ୍ୱାର ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କାହିଁକି ତାଙ୍କ କାମ ଠିକରେ ହେଉନାହିଁ । ୭ ଦିନ ମଧ୍ୟରେ କାହିଁକି ଆକ୍ସନ ଟେକେନ୍ ରିପୋର୍ଟ ଦିଆଯାଉନି ବୋଲି ରାଗିଯାଇ କହିଥିଲେ । ଦ୍ବିତୀୟ ଥର ଜଣେ କାହିଁକି ଆସିବେ ? ଥରକରେ କାହିଁକି ତାଙ୍କ କାମ ହେଉନାହିଁ ? ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ । ଆଜି ସସପେଣ୍ଡ କରିବି ।

ମନେରହିବ ହାତୀ 'ଭବାନୀ'
Elephant Bhawani Passes Away: ମନେରହିବ ହାତୀ ‘ଭବାନୀ’, ଶିମିଳିପାଳ ଅଭୟାରଣ୍ୟ ଜଗୁଥିଲା, ମଣିଷର ସେବା କରୁଥିଲା

ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀ ସିନା ମରିଗଲା, କିନ୍ତୁ ତାକୁ ଝୁରୁଛି ଶିମିଳିପାଳ । ଝୁରୁଛି ସାରା ଓଡ଼ିଶା । ବହୁ ଲୋକଙ୍କୁ ସେ ପିଠିରେ ବସାଇ ଶିମିଳିପାଳ ଭିତରେ ବୁଲାଇଛି । କେବଳ ସେତିକି ନୁହେଁ କାଠ ଚୋରିକୁ ରୋକିବାକୁ ସେ ଜଣେ ସୁରକ୍ଷାକର୍ମୀର ଭୂମିକା ମଧ୍ୟ ତୁଲାଇଛି ।

‘ବିଜେଡି ମୂରବିଶୂନ୍ୟ ଆହୁରି ଫାଟିବ’
Mayurbhanj BJD: ଫାଟୁଛି ମୟୂରଭଞ୍ଜ ବିଜେଡି, ଦଳରୁ ଇସ୍ତଫା ଦେଲେ ଜିଲ୍ଲା ସମ୍ପାଦକ

ନିର୍ବାଚନବେଳେ ଟିକେଟ ବଣ୍ଟନରେ ପକ୍ଷପାତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଦଳ ସଂପୂର୍ଣ୍ଣ ହାରିଯାଇଥିଲା ବୋଲି ଅଭିନ୍ନ ଅଭିଯୋଗ କରିଛନ୍ତି ।

Baripada
Labour Death in Bengaluru: ପେଟ ପାଇଁ ଯାଇଥିଲେ ଦାଦନ, ଶବ ହୋଇ ଫେରିଲେ

ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ। ଖବର ପାଇ ଗାଁରେ ପହଞ୍ଚିଥିଲେ ବିଧାୟକ ସଞ୍ଜଲୀ ମୁର୍ମୁ। ସେ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ତା’ପରେ ଆଦିବାସୀ ରୀତିନୀତିରେ ଗାଁ ଶ୍ମଶାନରେ ରାମଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Medical
Medical infrastructure: ଉପାନ୍ତ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ସାତସପନ; ଲୋକେ ହନ୍ତସନ୍ତ

ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।

ଅବହେଳାରେ ବି ଖିଲି ଖିଲି ହସୁଛି
Asurghati Waterfall: ପ୍ରକୃତି ସୁନ୍ଦରୀ ଅସୁରଘାଟି, ପର୍ଯ୍ୟଟକଙ୍କୁ ଡାକେ ହାତଠାରି

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ

president
President Droupadi Murmu: ଜନ୍ମମାଟି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।

Shimilipal Tiger
Similipal Tiger Reserve: ଯମୁନା ପରେ ଜିନତ୍, ଚଳଞ୍ଚଳ ଶିମିଳିପାଳ; ମହାରାଷ୍ଟ୍ରରୁ ଆସିଲା ଦ୍ୱିତୀୟ ମହାବଳ

ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍‌ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ ।