ସମ୍ବଲପୁରରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନକାଉଣ୍ଟର । ଓଡ଼ିଶାରୁ ଗୋରୁ ବୋଝେଇ ଟ୍ରକ ନେଇ ପଶ୍ଚିମବଙ୍ଗକୁ ଯାଉଥିଲେ । ସମ୍ବଲପୁରଠାରେ ସିନେମା ଷ୍ଟାଇଲରେ ଏନକାଉଣ୍ଟର କଲା ପୋଲିସ । ଦୁଇ ଗୋରୁ ମାଫିଆ ଆହତ ।
ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ସମ୍ପୂର୍ଣ୍ଣ ଟ୍ରେନକୁ ନିୟନ୍ତ୍ରଣରେ ରଖିଥିବା ବେଳେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ମୁଣ୍ଡଜାମିନ ରଖିଛି। ସେହିପରି ଟ୍ରେନକୁ ନିୟନ୍ତ୍ରଣକୁ ନେବା ବେଳେ ପାକିସ୍ତାନର ୬ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ। ବିଏଲଏ ପକ୍ଷରୁ କୁହାଯାଇଛି କି ଏହି ଘଟଣାରେ ବିଏଲଏ ମଜିଦ ବିଗ୍ରେଡ ଫତେହ ଓ ଏସଟିଓସ ଅନ୍ତର୍ଭୁକ୍ତ ଥିଲେ।
ବାଲି ମାଫିଆ ସାବଧାନ ! ରାଜ୍ୟରେ ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଡିଜିପି । ସବୁ ଜିଲ୍ଲାରେ ଚାଲିଛି ଘନ ଘନ ଚଢ଼ାଉ । ଏଯାବତ୍ ୧୩୬ଟି ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯିବା ସହ ୧୨୩ ଜଣ ଗିରଫ ।
ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଚାଲିଛି। ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ରାଜାଙ୍କ ଅଫିସରେ ରେଡ୍ ଜାରି ରହିଛି।
ବାପା ଆମକୁ କାହିଁକି ମାରିଲ...ଆମେ କ’ଣ ଏତେ ଖରାପ ଥିଲୁ। ମା’ ମରିଯିବା ପରେ ତମେ ନୂଆ ମା’ ଆଣିବାକୁ କହିଲ, ଦ୍ୱିତୀୟ ବିବାହ ପାଇଁ ଜିଦ ଧରିଲ। ଆଉ ଆମେ ମନା କରିବାରୁ ଆମକୁ ସବୁଦିନ ପାଇଁ ଶୁଆଇଦେଲ
ନୟାଗଡ ପୋଲିସ ହାତରେ ଧରାପଡିଲା ବଡ଼ ଲୁଟେରା ଗ୍ୟାଙ୍ଗ । ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା । ସୁନା, ରୁପା ପିତ୍ତଳ ସବୁ କିଛି ଲୁଟି ନେଉଥିଲେ । AI ସହାୟତାରେ ୪ ଜଣ ଲୁଟେରାଙ୍କୁ ମାଡିବସିଲା ନୟାଗଡ଼ ପୋଲିସ । ପଢନ୍ତୁ ପୁରା ଖବର
ହଜାରେ କି ଲକ୍ଷେ ନୁହେଁ, ଶେଷରେ ୪୯ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିବା ସହ ତାକୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିଛି କଟକରୁ।
ମାଆ ଛେଉଣ୍ଡ ଦୁଇ ଭାଇ । ଜୀବନକୁ ଚିହ୍ନିବା ଆଗରୁ କଣ ଯେ ହେଲା ଏମାନଙ୍କ ଜୀବନ ସହ ସେକଥା କେବଳ ଭଗବାନଙ୍କୁ ହିଁ ଜଣା । କାରଣ ସକାଳୁ ସକାଳୁ ଦୁହିଁଙ୍କୁ ନେଇ ନୟାଗଡ଼ରେ ଖେଳିଯାଇଛି ଚାଞ୍ଚଲ୍ୟ ।
ଆଜି ଭୋର ସମୟରେ ଏକ ଟ୍ରକ୍ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍ ଯୋଗେ ଟ୍ରକ୍ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
#ରିଲ୍ସ_ନିଶା #ଥରେଇ_ଦେଲେ_ଦିଅର_ଭାଉଜ ଚାରିଆଡେ ଧୂଆଁ। ଆଉ ତା’ପରେ ବିସ୍ଫୋରଣରେ ଦୋହଲିଲା ବିଲ୍ଡିଂ। ଭୁଷୁଡ଼ିଲା କାନ୍ଥ, ଭାଙ୍ଗିଲା ଲିଫ୍ଟ। ଏ କୌଣସି ଭୂମିକମ୍ପର ଦୃଶ୍ୟ ନୁହେଁ। ଏ ହେଉଛି ରିଲ୍ସ ବନାଇବାର ପରିଣତି। ପୂରା କୋଠାକୁ ଛାରଖାର କରିଦେଇଛି ରିଲ୍ସ ବନାଇବାର ନିଶା।
ରାଜ୍ୟରେ ୮୧ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଟି ଗାଡି ଜବତ କରି ୮୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ବାଲି ମାଫିଆଙ୍କ ଛାତି ଧଡ଼ଧଡ଼ ହେଲାଣି । ସାଲେପୁରରେ ବାଲିଘାଟରେ ଚଢାଉବେଳେ ପୋଲିସକୁ ଦେଖି ନଦୀକୁ ଡେଇଁପଡ଼ିଥିଲା ଜଣେ ଚାଲାଣକାରୀ ।
ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ। ପରେ ଏନେଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ଥାନାକୁ ଖବର ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଫଳରେ ମଦ ମାଫିଆ ଜଣକ ସାଂସଦଙ୍କ ଘରକୁ ଆସି ଭୁଲ ମାଗିଛି।
ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
କର୍ଣ୍ଣାଟକ ହାମ୍ପିରେ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଏବଂ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ହତ୍ୟା ଘଟଣାରେ ଜୋରଦାର ହୋଇଛି ତଦନ୍ତ । ସେପଟେ ବିଭାସଙ୍କ ମରଶରୀର ଆଜି ପୈତୃକ ଗାଁରେ ପହଁଚିବା ପରେ ଖ୍ରୀଷ୍ଟୀୟ ରୀତିନୀତିରେ ସଂପନ୍ନ ହୋଇଛି ଶେଷକୃତ୍ୟ । ପୁଅ ତ ଚାଲିଗଲା ଅଭିଯୁକ୍ତକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ।
ରାଜଧାନୀରେ ଏନ୍କାଉଣ୍ଟର। ପୁଲିସର ଗୁଳିରେ ଦୁର୍ଦ୍ଦନ୍ତ ବିହାରୀ ଲୁଟେରା ଦୀପକ କୁମାର ଆହତ ହୋଇଛି। ତା’ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ଏବେ ଲୋକମାନେ ହୋଟେଲରେ ମଟନ୍ ଖାଇବାକୁ ଡରିଲେଣି । ସାକ୍ଷୀଗୋପାଳର ଜୟା ହୋଟେଲ ଗୋ-ମାଂସକୁ ନେଇ ବିବାଦୀୟ ହେଇପଡିଥିଲା ବେଳେ ପ୍ରଶାସନ ୧୬୩ ଧାରା ଜାରି କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋ-ମାଂସ ଜବତ ହେଉଥିବାର ଖବର ବି ଆସୁଛି ।
ମହିଳା ଦିବସରେ ରାତି ଅଧରେ ସମିତି ସଭ୍ୟାଙ୍କୁ ମରଣାନ୍ତକ ଆକ୍ରମଣ | କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି |
ରାଜଧାନୀରେ ବିଳମ୍ବିତ ରାତିରେ ଏନକାଉଣ୍ଟର । ଏଟିଏମ ରୁ ଲୁଟ୍ କରୁଥିବା ଆନ୍ତଃରାଜ୍ୟ ଲୁଟେରା ଦୀପକ କୁମାରକୁ ଏନକାଉଣ୍ଟର କଲା ସ୍ପେଶାଲ ସ୍କ୍ୱାର୍ଡ । ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ।ପୋଲିସ କୁ ଦେଖି ପୋଲିସ ଉପରେ ଗୁଳି ଚଳାଇଥିଲା ବେଳେ ପୋଲିସ ର ପାଲଟା ଆକ୍ରମଣରେ ଗୋଡ଼ରେ ବାଜିଛି ଗୁଳି ।
ରାତି ଅଧରେ ଘରେ ପଶି ପଡ଼ାମରାଇ ପଞ୍ଚାୟତ ସମିତି ସଭ୍ୟାଙ୍କୁ ଆକ୍ରମଣ । ରାଜନୈତିକ ଆକ୍ରୋଶ ରଖି ସ୍ଥାନୀୟ ବିଧାୟକଙ୍କ ସମର୍ଥକ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ।
ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।
ପୁଣି ବାହାରିଲା କିଟ୍ ପ୍ରତିଷ୍ଠାତ ଅଚ୍ୟୁତ ସାମନ୍ତଙ୍କର ସେଇ ପୁରୁଣା ଖୋଇ। କିଟ୍ ଓ କିସ୍ କେଳେଙ୍କାରୀ ବିରୋଧରେ ଅଭିଯୋଗ ବାବାଦରେ ବିଲକୁଲ୍ ମୁହଁ ଖୋଲନି, ବରଂ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ତାଙ୍କରି ମୁହଁରେ ଗଣମାଧ୍ୟମକୁ ଟାର୍ଗେଟ୍ କର। ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଏଇ କ୍ରମରେ ଓଟିଭି ଉପରେ ମିଥ୍ୟା ଦୋଷାରୋପର ଅଭିଯାନ ଆରମ୍ଭ ହୋଇଯାଇଛି।
କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି।
ବିଜେଡି ନେତା ରାଜା ଚକ୍ରଙ୍କ ଘରେ ପୁଣି EOW ଚଢାଉ । ବହୁ ଚର୍ଚ୍ଚିତ ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ରେ ଟଙ୍କା ହେରଫେର ଘଟଣାରେ ରାଜାଙ୍କ ଘରେ ପୁଣିଥରେ EOW ଚଢାଉ କରିଛି।
ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ହୋଇଥିଲେ ପାୱାରଫୁଲ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲା ତନାଘନା ମଧ୍ୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ମମତା ମହାନ୍ତ । ପଢନ୍ତୁ ପୂରା ଖବର