Advertisment

Man Kills Two Minor Sons: ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ମାରି ଟାଙ୍ଗି ଦେଲା ବାପା !

ମାଆ ଛେଉଣ୍ଡ ଦୁଇ ଭାଇ । ଜୀବନକୁ ଚିହ୍ନିବା ଆଗରୁ କଣ ଯେ ହେଲା ଏମାନଙ୍କ ଜୀବନ ସହ ସେକଥା କେବଳ ଭଗବାନଙ୍କୁ ହିଁ ଜଣା । କାରଣ ସକାଳୁ ସକାଳୁ ଦୁହିଁଙ୍କୁ ନେଇ ନୟାଗଡ଼ରେ ଖେଳିଯାଇଛି ଚାଞ୍ଚଲ୍ୟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Man Kills Two Minor Sons

Man Kills Two Minor Sons

ବୀଭତ୍ସ, ଭୟଙ୍କର ଆଉ ଚିନ୍ତାଜନକ। ଦ୍ବିତୀୟ ବିବାହ କରିବାକୁ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅଙ୍କୁ ହତ୍ୟା କରି ଝୁଲାଇଦେଲା ବାପା ! ଏଭଳି ସଂଗୀନ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଫତେଗଡ଼ରୁ । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଦୁଇ ନାବାଳକ ପୁଅଙ୍କ ଝୁଲନ୍ତା ମୃତଦେହ । ଦୁଇ ପୁଅ ଥିବାରୁ କେହି ଝିଅ ଦେଉନଥିବାରୁ ବାପା ହିଁ ଉଭୟଙ୍କୁ ହତ୍ୟା କରିଥିବା ମୃତକଙ୍କ ମାମୁ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ବାପାକୁ ଅଟକ ରଖି ତନାଘନା ଚଳାଇଛି ନୟାଗଡ଼ ପୋଲିସ ।   

Advertisment

୧୪ ବର୍ଷୀୟ ଆକାଶ ମହାନ୍ତି, ୧୧ ବର୍ଷୀୟ ବିକାଶ ମହାନ୍ତି । ମାଆ ଛେଉଣ୍ଡ ଦୁଇ ଭାଇ । ଜୀବନକୁ ଚିହ୍ନିବା ଆଗରୁ କଣ ଯେ ହେଲା ଏମାନଙ୍କ ଜୀବନ ସହ ସେକଥା କେବଳ ଭଗବାନଙ୍କୁ ହିଁ ଜଣା । କାରଣ ସକାଳୁ ସକାଳୁ ଦୁହିଁଙ୍କୁ ନେଇ ନୟାଗଡ଼ରେ ଖେଳିଯାଇଛି ଚାଞ୍ଚଲ୍ୟ । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଦୁଇ ଭାଇଙ୍କ ଝୁଲନ୍ତା ମୃତଦେହ । ନୟାଗଡ଼ ଜିଲ୍ଲା ଫତେଗଡ଼ ଧାନଚାଙ୍ଗଡ଼ା ଗାଁରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା । ଦୁଇ ନାବାଳକ ପୁଅଙ୍କର ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ଆଲୋଚନା ଭିତରେ ସିଧାସିଧା ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାମୁଘର ଲୋକ । ମୃତକଙ୍କ ମାମୁଙ୍କ କହିବା ଅନୁସାରେ, ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କ ବାପା ଅଚ୍ୟୁତ ମହାନ୍ତି ଦ୍ବିତୀୟ ବିବାହ କରିବାକୁ ଚାହୁଁଥିଲେ । ଏଥିରେ ଦୁଇ ପିଲା କଣ୍ଟା ହେବାରୁ ସେମାନଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ । ଗତକାଲି ଉଭୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି । ମୃତକଙ୍କ ଆଈ ଓ ଗ୍ରାମବାସୀ ବି ସମାନ ସନ୍ଦେହ କରୁଛନ୍ତି । 

ଅଧିକ ପଢ଼ନ୍ତୁ: ବାଲି ମାଫିଆଙ୍କ ସାଂଘାତିକ କାରନାମା, ବଦଳାଇଦେଲେ ନଈର ଗତିପଥ

ସୂଚନା ଅନୁସାରେ, ୩ ବର୍ଷ ତଳେ ପ୍ରକାଶଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପ୍ରକାଶଙ୍କ ଦ୍ବିତୀୟ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ଏହାପରେ ପ୍ରକାଶଙ୍କ ଦୁଇ ପୁଅ ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ମୃତକଙ୍କ ଜେଜେ କହିଛନ୍ତି। ଫତେଗଡ଼ ଥାନା ପୋଲିସ  ମୃତଦେହ ଉଦ୍ଧାର କରିବା ସହ ବାପା ପ୍ରକାଶ ମହାନ୍ତିଙ୍କୁ ଅଟକ ରଖି ତଦନ୍ତ କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ନୟାଗଡ଼ ଏସପି ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରାଥମିକ ତତନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଏସପି । 

Advertisment

ତେବେ ଦୁଇ ପୁଅଙ୍କ ମୃତ୍ୟୁର ସତ କଣ ? କଅଁଳ ବୟସରେ ଏମାନଙ୍କ ମୁଣ୍ଡରେ ଆତ୍ମହତ୍ୟାର ଚିନ୍ତା ଆସିବ କେମିତି ? ଝୁଲନ୍ତା ମୃତଦେହ ହାତକୁ ପଛ ବାନ୍ଧିଥିଲା କିଏ ? ଦ୍ବିତୀୟ ବିବାହ ରାସ୍ତାରୁ କଣ୍ଟା ହଟାଇବାକୁ ଜନ୍ମିତ ପିଲାଙ୍କୁ ମାରିଦେଇନାହାନ୍ତି ତ ବାପା ? ଏମିତି ପୁଳାପୁଳା ପ୍ରଶ୍ନ ଭିତରେ ସତ ଅପେକ୍ଷାରେ ସମସ୍ତେ...

ଅଧିକ ପଢ଼ନ୍ତୁ: ମାଫିଆଙ୍କ କବଜାରେ ମହାନଦୀ, ଜେସିବି ଲଗାଇ ଖୋଳା ଚାଲିଛି

Odisha Nayagarh Sons
Advertisment
Advertisment