Advertisment

Employee Stole Rs 49 Lakh Worth of Gold: ଗହଣା ସୋ ରୁମରୁ ସୁନା ଚୋରାଉଥିଲା ନିଜେ କର୍ମଚାରୀ !

ହଜାରେ କି ଲକ୍ଷେ ନୁହେଁ, ଶେଷରେ ୪୯ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିବା ସହ ତାକୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିଛି କଟକରୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
Employee Stole Rs 49 Lakh Worth of Gold

Employee Stole Rs 49 Lakh Worth of Gold

ଗହଣା ସୋ ରୁମରୁ ସୁନା ଚୋରି କରୁଥିଲା ନିଜେ କର୍ମଚାରୀ। ୬ ବର୍ଷ ଧରି ଚଳାଇଥିଲା ହାତ ସଫେଇ। ହଜାରେ କି ଲକ୍ଷେ ନୁହେଁ, ଶେଷରେ ୪୯ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିବା ସହ ତାକୁ ଗିରଫ କରିଛି ପୋଲିସ। ଘଟଣା ସାମ୍ନାକୁ ଆସିଛି କଟକରୁ। କଟକ ନୟାସଡ଼କ ଅଂଚଳର ଏକ ସୁନା ଗହଣା ସୋ ରୁମରୁ ସୁନା ଚୋରି ଅଭିଯୋଗରେ ଜଣେ କର୍ମଚାରୀକୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ। 

Advertisment

ଗିରଫ ଅଭିଯୁକ୍ତର ନାଁ ସତ୍ୟ ନାରାୟଣ ସାହୁ । ୨୦୧୯ରୁ ଆଜି ପର୍ଯ୍ୟନ୍ତ ଧୀରେ ଧୀରେ ଗହଣା ଦୋକାନରୁ ପର୍ଯ୍ୟାୟ କ୍ରମେ ସୁନା ଚୋରି କରିଥିଲା ଅଭିଯୁକ୍ତ। ପୋଲିସ ତା ନିକଟରୁ ୫୬୦ ଗ୍ରାମ ସୁନା ଉଦ୍ଧାର କରିଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ୪୯ ଲକ୍ଷ ଟଙ୍କା ହେବ। ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଏହି ସୂଚନା ଦେଇଛନ୍ତି। ଏଥିରେ ଆଉ କିଏ କିଏ ଜଡ଼ିତ ଅଛନ୍ତି, ସେ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ପୋଲିସ।  

ଅଧିକ ପଢ଼ନ୍ତୁ: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି

ଏପଟେ ପୋଲିସ ପଞ୍ଝାରେ ମନ୍ଦିର ଲୁଟେରା ଗ୍ୟାଙ୍ଗ। ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ଚୋରି ଲିଙ୍କରୁ ପୋଲିସ ହାତରେ ଲାଗିଛି ରାଜ୍ୟ ସ୍ତରୀୟ ମନ୍ଦିର ଲୁଟେରା ଗ୍ୟାଙ୍ଗ l ଅତ୍ୟାଧୁନିକ ଜ୍ଞାନକୌଶଳ AIକୁ ବ୍ୟବହାର କରି ସଫଳତା ପାଇଛି ନୟାଗଡ଼ ପୋଲିସ l ୪ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଛି l ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସପି l 

Advertisment

ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲାର ସୁଶାନ୍ତ କର୍ମୀ, ସୁବର୍ଣ୍ଣପୁରର ଲକ୍ଷ୍ମୀନାରାୟଣ ନାୟକ ଓ ସାହିଲ ପାତ୍ର ଏବଂ ନୟାଗଡ଼ର ଗୌରହରି ନାୟକ। ନୟାଗଡ଼ ଗୋପୀନାଥ ଓ ଦକ୍ଷିଣକାଳୀ ମନ୍ଦିରରୁ ଗତକିଛି ଦିନ ତଳେ ଚୋରି ହୋଇଥିଲା l ଏହି ଘଟଣାରେ ଚୋରକୁ ଧରିବାକୁ ସିସିଟିଭି ଫୁଟେଜ ସହ AIର ସହାୟତା ନେଇଥିଲା ପୋଲିସ l ଏପରିକି ଚୋରର ଫଟୋ ଓ ଭିଡ଼ିଓ ଜାରି କରିଥିଲା ପୋଲିସ l ଟାଉନ ଥାନା ଆଇଆଇସି, ନୟାଗଡ଼ SDPOଙ୍କୁ ନେଇ ଗଠିତ ଏକ ସ୍ପେଶାଲ ସ୍କ୍ବାଡ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି l ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶେଷ କରି ମନ୍ଦିରରୁ ଚୋରି ହୋଇଥିବା ସୁନାଅଳଙ୍କାର ଜବତ କରିଛି ପୋଲିସ l ଏଥିରେ ୩୪ ଗ୍ରାମ ସୁନା, ଦେଢ କେଜିରୁ ଅଧିକ ପରିମାଣର ରୁପା ଏବଂ ୩୪ କେଜି ପିତ୍ତଳ ସହ ୪୦ ହଜାର ଟଙ୍କା ଉଦ୍ଧାର ହୋଇଛି l ଅଧିକ ତଦନ୍ତ ପାଇଁ ଚୋରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ନୟାଗଡ଼ ଏସପି. ଏସ୍ ସୁଶ୍ରୀ। 

ଅଧିକ ପଢ଼ନ୍ତୁ: ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Gold Stolen
Advertisment
Advertisment