ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯଦି ସରକାର ଅନୁପ୍ରବେଶକରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ବୋଲି ମତବ୍ୟକ୍ତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।