/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741488552.jpg)
Encounter in Bhubaneswar
ରାତି ଅଧରେ ରାଜଧାନୀରେ ବଡ଼ ଧରଣର ଏନକାଉଣ୍ଟର । ଜଣେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରାକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ କୁଖ୍ୟାତ ଏଟିଏମ୍ ଲୁଟେରା ବିହାରର ଦୀପକ କୁମାର ଆହତ ହୋଇଛି । ତା' ଗୋଡରେ ଗୁଳି ବାଜିଛି । ପୋଲିସ ତାକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଛି ।
ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ
ଏହି କୁଖ୍ୟାତ ବିହାରୀ ଲୁଟେରା ଦୀପକ ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏକ ଏଟିଏମ୍ ଲୁଟ୍ କରୁଥିଲା । ଏହି ସମୟରେ ସେଠି ପହଞ୍ଚି ଯାଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । ଲୁଟେରା ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଟିଏମ୍ ଲୁଟ୍ କରୁଥିବା ଦୀପକ କୁମାର ପୋଲିସ ଉପରକୁ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ପାଲଟା ଗୁଳିମାଡ କରିଥିଲା । ଫଳରେ ଗୁଳି ତା' ଗୋଡ଼ରେ ବାଜିଥିଲା ।
ପୋଲିସ ତାକୁ ଆହତ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ବିଭିନ୍ନ ଥାନାରେ ଦୀପକ କୁମାର ନାଁରେ ଏଟିଏମ ଲୁଟ୍ ସହ ଅନେକ ଅପରାଧିକ ମାମଲା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)