• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପୋଲିସ ସ୍କାନରରେ ବାଲି ମାଫିଆ । ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବାଲି ଚୋରା ଚାଲାଣ ରୋକିବାକୁ ଚାଲିଛି ଜୋରଦାର ଚଢାଉ । ଚୋରା ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି । ଏହି ସମୟରେ ମାଳ ମାଳ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି । 

ଅଧିକ ପଢ଼ନ୍ତୁ: ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା, ଧରାପକାଇଲା AI

ସୂଚନା ମୁତାବକ, ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ ଚୋରା ବାଲିଘାଟରେ ଚଢାଉ କରି ୧୩୬ଟି ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରିଛି । ଏନେଇ ୧୧୯ଟି ମାମଲା ରୁଜୁ କରାଯାଇ ଥିବାବେଳେ ୧୨୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଧରପଗଡ଼ ଲଗାତାର ଭାବେ ଚାଲିବ । 

ଦିନ ହେଉ କି ରାତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଧଡ଼କ ଚାଲିଛି ବାଲି ଚୋରା ଚଲାଣ । ଏହା ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି, ଏଣେ ମାଲାମାଲ୍ ହେଉଛନ୍ତି ମାଫିଆ । ଏହି ଚୋରା ବାଲି କାରବାର ରୋକିବାକୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ଏବେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜୋରଦାର୍ ହୋଇଛି । ସମସ୍ତ ଜିଲ୍ଲା ପୋଲିସ ବାଲିଘାଟରେ ଘନ ଘନ ଚଢାଉ କରୁଛନ୍ତି ।

ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିବିଶେଷ ପୋଲିସକୁ ସୂଚନା ଦେଇପାରିବେ । ରାଜ୍ୟରେ ଚୋରା ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିବ ବୋଲି କୁହାଯାଇଛି ।


ଅଧିକ ପଢ଼ନ୍ତୁ: ଗହଣା ସୋ ରୁମରୁ ସୁନା ଚୋରାଉଥିଲା ନିଜେ କର୍ମଚାରୀ !

OTV is now on Whatsapp

Join and get latest news update delivered to you via whatsapp

Join Now