Advertisment

Suicide: ‘ଆମର ସାବତ ମା’ ଦରକାର ନାହିଁ ’... ହେଲେ ଶୁଣିଲାନି ବାପା; ଆତ୍ମହତ୍ୟା କଲେ ୨ ପୁଅ

ପ୍ରକାଶ ୧୫ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Death

ମା’ ଯିବାର ୩ବର୍ଷ ହୋଇଗଲା ବାପା...। ସବୁବେଳେ ମା’ କଥା ମନେ ପଡ଼ୁଛି..। ଆମେ ୨ ଭାଇ ତୁମ ମୁହଁକୁ ଚାହିଁକି ମା’କୁ ଭୁଲିବାକୁ ଚେଷ୍ଟା କରୁଛୁ। ବାପା ତୁମେ ଆମକୁ ଖୁସିରେ ରଖିବ ବୋଲି ମା’ କୁ କଥା ଦେଇଥିଲ..। ଏବେ କହୁଛ ଦ୍ୱିତୀୟ ବିବାହ କରିବ। ବାପା ତମେ ଦ୍ୱିତୀୟ ବିବାହ କରନି...। ଆମେ ସମସ୍ତେ ଖୁସିରେ ଅଛନ୍ତି, ଆଗକୁ ଖୁସିରେ ରହିବା। ଆମର ସାବତ ମା’ ଦରକାର ନାହିଁ...।

Advertisment

ହେଲେ ବାପା ପୁଅ ମାନଙ୍କ କଥା ଶୁଣିନଥିଲା। ଶେଷରେ ୨ ପୁଅ ଆତ୍ମହତ୍ୟା କରିଥିଲେ। ବାପା ନିଜେ ଏହି କଥା ପୋଲିସ ନିକଟରେ ସ୍ୱୀକାର କରିଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ। ପୁଲିସ ବାପା ପ୍ରକାଶ ମହାନ୍ତି ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଧିକ ପଢ଼ନ୍ତୁ: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...

Advertisment

ପ୍ରକାଶ ୧୫ ବର୍ଷ ତଳେ ବିବାହ ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅକୁ ୧୪ ବର୍ଷ ହୋଇଥିଲାବେଳେ ସାନପୁଅକୁ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀଙ୍କର ୩ବର୍ଷ ତଳେ ମୃତ୍ୟୁ ଘଟିଥିଲା। ହେଲେ ପ୍ରକାଶ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଗତକାଲି ପ୍ରକାଶଙ୍କ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିଥିଲା।  ଏହି କଥା ଦେଖି ୨ପୁଅ ସହିପାରି ନଥିଲେ। ବାପାକୁ ଦ୍ୱିତୀୟ ବିବାହ ପାଇଁ ମନା କରିଥିଲେ। ହେଲେ ପ୍ରକାଶ ପୁଅ ମାନଙ୍କ କଥା ଶୁଣି ନଥିଲେ। ଆଜି ସକାଳେ ୨ ପୁଅଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।

୨ପୁଅ ଆତ୍ମହତ୍ୟା କରିଥିବା ବାପା ପୋଲିସ ନିକଟରେ କହିଛନ୍ତି। ଦ୍ୱିତୀୟ ବିବାହ କଥା ଶୁଣି ୨ ପୁଅ ଆତ୍ମହତ୍ୟା କରିଥିବା ପ୍ରକାଶ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମବସୀ ପ୍ରକାଶଙ୍କ ନାଁରେ ଓଲଟା ଅଭିଯୋଗ ଆଣିଛନ୍ତି। ପ୍ରକାଶ ଦ୍ୱିତୀୟ ବିବାହ କରିବା ପାଇଁ ୨ ପୁଅକୁ ରାତିରେ ମାରିଦେଇଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା, କିଟ ସାମ୍ନାରେ ପୋଲିସର ଲାଠିମାଡ଼

Murder Nayagarh
Advertisment
Advertisment