ଜଣଙ୍କ ସହ ନିର୍ବନ୍ଧ, ଅନ୍ୟ ଜଣଙ୍କ ସହ ବିବାହ ! ପ୍ରେମିକ ବାହାଘର ଭୋଜିରେ ପ୍ରେମିକାର ହଙ୍ଗାମା । ଅଧା ଖିଆରୁ ଫେରିଲେ ଅତିଥି, ଥାନାରେ ଅଟକ ବର ।
ପ୍ରେମିକା ସହ ନିର୍ବନ୍ଧ କରି ଆଉ ଜଣକୁ ବିବାହ କରୁଥିଲେ। ରିସପସନ ପାର୍ଟିରେ ପ୍ରେମିକା ପହଞ୍ଚି କଲେ ହଙ୍ଗାମା। ବରକୁ ଉଠାଇ ଆଣିଲା ପୋଲିସ। ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ଗତକାଲି ରାତିରେ ଚାଲିଥିଲା ବିବାହ ରିସେପସ।
ଡବଲ ମର୍ଡରର ହତ୍ୟାକାରୀ ହେଉଛି ଶବ..। ଶବ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।
ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏହି ଘଟଣାରେ ଏବେ ବି ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ଶୂନଶାନ ରାତିରେ ପ୍ରାୟ ୨ଟା ୩୦ ମିନିଟରେ ଦିଆସିଲି ଖୋଳ ପରି ଭୁଶୁଡି ପଡିଥିଲା କୋଠା ଘର । ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଭୁଶୁଡିବା ବେଳର ଦୃଶ୍ୟ ।
ସେବାଶ୍ରମ ଉପରେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଚଢାଉ। ବେଆଇନ ଭାବେ ଚାଲିଥିବା ନେଇ ଅଭିଯୋଗ ପରେ ସେବାଶ୍ରମ ପିଲାଙ୍କୁ ଉଦ୍ଧାର କରିଛି ଶିଶୁ ସୁରକ୍ଷା ବିଭାଗ।
New Post Created: ସରକାର ପୁଣି ଘୋଷଣା କରିଛନ୍ତି ନୂଆ ପଦବୀ । ଟ୍ରାଫିକ ଦାୟିତ୍ୱରେ ରହିବେ ଜଣେ ଆଡିସନାଲ୍ ଡିଜିପି । ତାଙ୍କ ଅଧିନରେ ରହିବେ ଜଣେ ଡିଆଇଜି ଓ ଦୁଇଜଣ ଏସପି । ସୃଷ୍ଟି ହେଲା ୨ ହଜାର ନୂତନ ପଦବୀ ।
ଅଶାନ୍ତ ହୋଇପଡିଛି ସ୍ମାର୍ଟସିଟି ରାଉରକେଲା । ଗତ ଚାରି ଦିନରେ ଚାରି ଚାରିଟି ମୁଣ୍ଡ ଗଡାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ।
ଯୁବତୀଙ୍କ ମୋବାଇଲ କଲରୁ ପୋଲିସକୁ ମିଳିଲା କିଛି ସୁରାକ୍ । ଚନ୍ଦନ ପରିଡା ସହ ବାରମ୍ୱାର କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଘଟଣା ଦିନ ଉଭୟ ସେହି ସ୍ଥାନକୁ ଯାଇଥିଲେ । ଚନ୍ଦନ ହାତରୁ ସିନ୍ଦୂର ପିନ୍ଧିବା ପାଇଁ ମନା କରିଦେଇଥିଲେ ଯୁବତୀଜଣକ । ଏହା ପରେ ପ୍ରତିଶୋଧ ପରାୟଣ ହୋଇ ସେଇଠି ହତ୍ୟା କରିଥିଲା ଚନ୍ଦନ । ଏହା ପରେ ଏକ ବୁଦାମୂଳେ ମୃତଦେହ ପକାଇ ଚାଲିଯାଇଥିଲା ଅଭିଯୁକ୍ତ ।
ରାଉରକେଲା ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଓଡ଼ିଶା-ଛତିଶଗଡରୁ ଗ୍ୟାଙ୍ଗ୍ ର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।
ସ୍ୟାଡ୍ ଷ୍ଟାଟସ୍ ରଖୁଥିଲେ । ଦୁଃଖଭରା ରିଲ୍ କରୁଥିଲେ । ଶେଷ ଚିଠି ଲେଖି ଝୁଲି ପଡ଼ିଲେ ମହିଳା କନଷ୍ଟେବଳ । ପ୍ରେମ ପାଇଁ ଜୀବନ ହାରିଦେଲେ କି ଲେଡି ପୋଲିସ୍ ?
ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଡଉଲ ଡାଉଲ ଚେହେରା। ଦେଖିବାକୁ ବେଶ୍ ସୁନ୍ଦର। ହେଲେ ଚିନ୍ତା ତାଙ୍କର ଭୟଙ୍କର। ବୁଢ଼ିଆଣୀ ଜାଲରେ ଥରେ ଯିଏ ଫସିଛି, ଆଉ ଫିଟିବାର ବାଟ ପାଇନି।
ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।
ଅପରାଧିକ କ୍ଷେତ୍ରରେ ମିଆଁ ବ୍ରଦର୍ସ। ପ୍ରଥମେ ବଡେ ମିଆଁ ଆଉ ଏବେ ମାତିଛି ଛୋଟେ ମିଆଁ। ବଡେ ମିଆଁ ବିରୁଦ୍ଧରେ ସୁନା ଚେନ୍ ଲୁଟ୍ ସହ ୮ଟି ଅପରାଧିକ ମାମଲା ରହିଛି।
ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟି ଯାଇଛି । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କର ମୁଣ୍ତ ଫାଟିଥିବା ସୂଚନା ।
ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି l
ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର । ଭାଗ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା । ଗଠନ ହେବ ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ ୟୁପିଡି ।
ରାଜା ଚକ୍ରଙ୍କ କୋଟି କୋଟି ଟଙ୍କା ଲୁଚାଇ ରଖିଥିଲେ। ରାଜାଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ହେରଫେରରେ କରିବାରେ ତାଙ୍କ ସାଥ ଦେଉଥିଲେ। ମାତ୍ର ଶେଷରେ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତଙ୍କୁ ବାନ୍ଧିଛି ପୋଲିସ ।
ଖଣିରେ କୋଇଲା ଠାରୁ ଆରମ୍ଭ କରି ବିଭିନ୍ନ କାରଖାନାରୁ ସମଗ୍ରୀ ପରିବହନ ଆଳରେ କୋଟି କୋଟି ଟଙ୍କା ଠକେଇ କରୁଥିଲେ ଦୁଇ ଯୁବତୀ । ଧରା ପଡିଛନ୍ତି ପୋଲିସ୍ ହାତରେ ।
ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ।
ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।
ମଞ୍ଚେଶ୍ୱର ହତ୍ୟାକାଣ୍ଡ ଘଟଣାରେ ୪ଜଣ ଧରାପଡିଥିବା ବେଳେ ସହିଦନଗର ଘଟଣାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା।
ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର...ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି…ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ…ଆମେ ସେଭଳି ହିସାବ କରି ଦଶ ଲକ୍ଷ ଟଙ୍କା ପକାଇଛୁ…୧୦ ଲକ୍ଷରୁ କମ ହେଲେ ହେବ ନାହିଁ…
୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ୱାରେଣ୍ଟ ଧରି ଗିରଫ କରିବାକୁ ଛତିଶଗଡ଼ରୁ ବରଗଡ଼ ଆସିଥିଲା ପୋଲିସ୍ । ସ୍ଥାନୀୟ ଲୋକ ବିରୋଧ କରି ଠେଲାପେଲା କଲେ । ପରିସ୍ଥିତି ଏମିତି ହେଲା ଯେ, ଫେରିଗଲା ପୋଲିସ୍ ।
ଆଜି ଭୋର ସମୟରେ ଏକ ଟ୍ରକ୍ରେ ୩୦ଟି ଗୋରୁଙ୍କୁ ଏକ ଟ୍ରକ୍ରେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା। ଏହି ସମୟରେ ଗୋରୁ ଚାଲାଣକାରୀ ମାନେ କାର୍ ଯୋଗେ ଟ୍ରକ୍ଟିକୁ ଏସ୍କଟ ଦେଇ ଯାଉଥିଲେ। ପୁଲିସ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ସିଟି ଷ୍ଟେସନ ନିକଟରେ ଛକି ରହିଥିଲା।