ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ ।
ଦଳଦଳ ହୋଇ ଆସିଲେ। ଥାନାରେ ପଶିଲେ। ସବୁ ଚୁରମାର କରିଦେଲେ। କିଏ ଚେୟାର ଧରି ରାସ୍ତାରେ କଚାଡ଼ିଲା ତ ଆଉ କିଏ ଟେବୁଲ ଧରି କରିଲା ତାଣ୍ଡବ। ଖାଲି ସେତିକି ନୁହେଁ ଥାନାରେ ଲାଗିଥିବା ଫୁଲ କୁଣ୍ଡକୁ ଛାଡ଼ିଲେନି, ଭାଙ୍ଗିଦେଲେ। ଫାଇଲ ପତ୍ର ସବୁ ରାସ୍ତା ଉପରେ ଫିଙ୍ଗିଦେଲେ।
ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ । ଏନେଇ ସେ ଆତ୍ମହତ୍ୟାର ୧୧ ମାସ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ମୁମ୍ବାଇର ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ। ୨ ମାସ ଧରି ଡିଜାଟାଲ ଆରେଷ୍ଟ କରି ଡରାଇ, ଧମକାଇ ଚଳୁ କରି ଦେଇଛନ୍ତି ୨୦ କୋଟି ଟଙ୍କା।
OAS ବାବୁଙ୍କ ଲଭ୍, ସେକ୍ସ୍, ଧୋକା। ଭଲପାଇ ବାହା ହେଲେ, ଶାରୀରିକ ସମ୍ପର୍କ ରଖିଲେ। ତିନି ତିନିଟା ଗର୍ଭ ନଷ୍ଟ କଲେ। OAS ପାଇବା ପରେ ଠକିଦେଲେ ।
୫ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲା। ଦୀଶାଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। ଝିଅ ସହ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।
୨୦୨୩ ମସିହା ଫେବ୍ରୁଆରୀ ମାସରେ ମାୟାନଗରୀ ମୁମ୍ବାଇରେ ରହୁଥିବା ଜଣେ ୮୬ ବର୍ଷୀୟ ବୟସ୍କା ମହିଳାଙ୍କୁ ଏକ ଅଜଣା ନମ୍ବରୁ ଆସିଥିଲା କଲ୍ । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସନ୍ଦୀପ ରାଓ କହିବା ସହ ଜଣେ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେଇଥିଲେ । ପୀଡିତା ମହିଳାଙ୍କ ନାଁ ଏବଂ କାଗଜପତ୍ର ବ୍ୟବହାର କରି ଏକ ବ୍ୟାଙ୍କ ଆକାଉଣ୍ଟ ଅଛି । ଏହାକୁ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇଛି । ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ହେରଫେର ହୋଇଥିବା କହିଥିଲେ ।
ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ।
ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ଗୁଳି ବିନିମୟ ।
ଖଣିରେ କୋଇଲା ଠାରୁ ଆରମ୍ଭ କରି ବିଭିନ୍ନ କାରଖାନାରୁ ସମଗ୍ରୀ ପରିବହନ ଆଳରେ କୋଟି କୋଟି ଟଙ୍କା ଠକେଇ କରୁଥିଲେ ଦୁଇ ଯୁବତୀ । ଧରା ପଡିଛନ୍ତି ପୋଲିସ୍ ହାତରେ ।
ଏମାନେ ଖତରନାକ୍ ସୁନ୍ଦରୀ । ଆଖି ପିଛୁଳାକେ ଠକୁଥିଲେ କୋଟି କୋଟି । ପରିବହନ ନାଁରେ ବଡ଼ ବଡ଼ ଗାଡ଼ିକୁ କରୁଥିଲେ ହାଇଜାକ୍ । ଏମାନଙ୍କ ଚେହରା ଦେଖିବାକୁ ଯେତିକି ସାଧାସିଧା, ଏମାନଙ୍କ କାମ ତା’ଠୁ ବହୁତ ଭୟଙ୍କର ।
ଜଣେ କିନ୍ନରଙ୍କ ଭଉଣୀଙ୍କୁ ବହଳଦା ଥାନା ଅନ୍ତର୍ଗତ ଗମାରିଆ ଗାଁର ଜଣେ ଯୁବକ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ନେଇ ଆସିଥିଲେ। ପ୍ରଥମେ ରାଜନଗର ଥାନାକୁ ଯାଇଥିଲେ। ସେଠାରୁ ପୋଲିସ ଏମାନଙ୍କୁ ବହଳଦା ଥାନା ପଠାଇ ଦେଇଥିଲା। ବହଳଦା ଥାନା ଅଧିକାରୀ ଏମାନଙ୍କୁ ସକାଳୁ ଥାନାରେ ବସାଇ ରଖିଲେ।
ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ପ୍ରଥମେ ରାଜା ଚକ୍ରକୁ ଗିରଫ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ରାଜାର ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କରାଯାଇଛି। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି। ଅର୍ଥନୈତିକ ହେରଫେରରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।
ଓଲିଉଡ ଅଭିନେତା ତଥା ୟୁଟ୍ୟୁବର୍ ତପି ମିଶ୍ରଙ୍କୁ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କାରଣରୁ ତପିଙ୍କୁ ବୁଧବାର ଗିରଫ କରାଯାଇଛି। ଜନୈକା ଲେଖିକାଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆରେ ଅଶାଳୀନ ବୟାନ ପ୍ରଦାନ କରାଯାଇଥିବା କାରଣରୁ ଭୁବନେଶ୍ୱରର ଇନ୍ଫୋସିଟି ପୋଲିସ୍ ଗିରଫ କରିଛି।
ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା, ଖାରିପଲ୍ଲୀ ଟ୍ରିପଲ ମର୍ଡର ସମ୍ପର୍କରେ କହିଲେ ଗ୍ରାମବାସୀ। ପୂର୍ବରୁ ଶତ୍ରୁତା ଥିଲା ଏବେ କିନ୍ତୁ ସବୁ ସୀମା ଡେଇଁଗଲା। ଗୁଣି ଗାରେଡି ସନ୍ଦହେରୁ ପ୍ରଥମେ ଗୋଷ୍ଠୀ ସଂଘର୍ଷ ଓ ପରେ ରକ୍ତର ହୋଲି ଖେଳିଛନ୍ତି ଖାରିପଲ୍ଲୀ ଗାଁର ଦୁଇ ଗୋଷ୍ଠୀ।
ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା ଜାରି । ଦ୍ୱିତୀୟ ଦିନର ତଦନ୍ତ ଭିତରେ ଆଜି ନବଙ୍କ ପତ୍ନୀ ମୀନତିଙ୍କଠୁ ତଥ୍ୟ ଉଗାରିଛି ତଦନ୍ତକାରୀ ସଂସ୍ଥା । ଏସବୁ ଭିତରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ନବଙ୍କ ଇସିଜି ରିପୋର୍ଟ ଗାୟବ ଅଭିଯୋଗ, ଚାଞ୍ଚଲ୍ୟ ଖେଳାଇ ଥିବାବେଳେ କ୍ରାଇମବ୍ରାଞ୍ଚ ଓ ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।
ପ୍ରମାଣ ଖୋଜି ନଥିଲା, ଏବେ ଗୋଟାଉଛି ଗୋଟି ଗୋଟି ପ୍ରମାଣ । ନବଙ୍କ ହତ୍ୟାକୁ ନେଇ ଫୁଲ୍ ଆକ୍ଟିଭ୍ କ୍ରାଇମବ୍ରାଞ୍ଚ ଟିମ୍ । ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ ଦେବା ପରେ ଯେମିତି ଆକ୍ସନ ମୋଡକୁ ଆସିଛି କ୍ରାଇମ୍ବ୍ରାଞ୍ଚ । ଝାରସୁଗୁଡ଼ାକୁ ଯାଇ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ ।
ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ରାଜାକୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିବ। ରାଜା ସହ ଦୁର୍ନୀତିରେ କେଉଁମାନେ ସାମିଲ ଥିଲେ, ରାଜା ଯେଉଁ କଳା ସାମ୍ରାଜ୍ୟ ବିଛାଇଥିଲା, ସେଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ଏନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।
ନବ ଦାସ ମର୍ଡର ଫାଇଲ୍ ଖୋଲିଲେ ମୋହନ ସରକାର। ପଦାକୁ ଆସିବ ଷଡ଼ଯନ୍ତ୍ର ଥିଓରି! ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ଫସିବେ ମର୍ଡର ପଛରେ ଥିବା ବଡ଼ବଡ଼ିଆ! ଆଜିଠୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପୁଣି ଥରେ ନବଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ।
ଗତ ସରକାର ସମୟରେ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ କିଏ ଓ କାହିଁକି ହତ୍ୟା କରାଯାଇଥିଲା, ଏହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ବୋଲି ହରିଚନ୍ଦନ କହିଛନ୍ତି। ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ହରିଚନ୍ଦନ କହିଛନ୍ତି।
ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ ଥାନା ସାମନାରେ ଗୁଲିସ୍ତାଙ୍କୁ ତିନି ତଲାକ ଦେଇଥିଲେ।
ମଞ୍ଚେଶ୍ୱର ହତ୍ୟାକାଣ୍ଡ ଘଟଣାରେ ୪ଜଣ ଧରାପଡିଥିବା ବେଳେ ସହିଦନଗର ଘଟଣାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା।
ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର...ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି…ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ…ଆମେ ସେଭଳି ହିସାବ କରି ଦଶ ଲକ୍ଷ ଟଙ୍କା ପକାଇଛୁ…୧୦ ଲକ୍ଷରୁ କମ ହେଲେ ହେବ ନାହିଁ…