Advertisment

Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି।

author-image
Saroj Kumar Jena
nhrc

nhrc

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି। ଏପଟେ ବରିଷ୍ଠ ନାଗରିକଙ୍କ ଜମିକୁ କିସ୍ କର୍ତ୍ତୃପକ୍ଷ କିଭଳି ହଡ଼ପ କରିଛନ୍ତି ତାର ବାସ୍ତବ ଚିତ୍ର ଦେଖାଇବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଓଟିଭି।

Advertisment

୩ ଦିନର ଘଣ୍ଟାଚକଟା। କ୍ୟାଂପସରେ ପଶିଲେ, ସରଜମିନ ତଦନ୍ତ କଲେ। କେବଳ କିଟ୍ ନୁହେଁ, କିସକୁ ବି ଯାଇ ଯାଞ୍ଚ କଲେ NHRC ଟିମ୍। RTI କର୍ମୀ, ବରିଷ୍ଠ ନାଗରିକ, ମାନବାଧିକାର କର୍ମୀ, ପୋଲିସ୍ ସମେତ କିଟ୍ ଓ କିସରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ, ହଷ୍ଟେଲ ୱାର୍ଡେନଙ୍କ ବୟାନ ରେକର୍ଡ ହୋଇଛି। କିଟରେ କେମିତି ଚାଲିଗଲା ନେପାଳୀ ଛାତ୍ରୀଙ୍କ ଜୀବନ? ଘଟଣାକୁ ଚପେଇବା ପାଇଁ କେଉଁ ସ୍ତରରେ ହୋଇଥିଲା ଉଦ୍ୟମ? କାହା ପ୍ରରୋଚନାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ନିର୍ଯାତନା? ଏସବୁର ଖୋଳତାଡ଼ କରିଛି NHRC ଟିମ୍।

ଅଧିକ ପଢ଼ନ୍ତୁ: ଘଣ୍ଟି ବଜାଇଲେ ମୋହନ, ୧ କୋଟି ମହିଳାଙ୍କୁ ମିଳିଲା ଦ୍ୱିତୀୟ କିସ୍ତି

ସେହିପରି କିଟ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଜମି କେଳେଙ୍କାରୀ ନେଇ ଯେଉଁ ସଂଗୀନ ଅଭିଯୋଗ ଆସିଥିଲା ସେ ନେଇ ବରିଷ୍ଠ ନାଗରିକ, RTI କର୍ମୀ ଓ ଜମି ମାଲିକଙ୍କଠାରୁ ତଥ୍ୟ ସଂଗ୍ରହ କରିଛି। କେବଳ କିଟ୍ ନୁହେଁ ଆଜି କିସରେ ବି ପଶିଥିଲା ତଦନ୍ତକାରୀ ଦଳ। କିସ୍ ଆଦିବାସୀ ସ୍କୁଲରେ କିଭଳି ଅବସ୍ଥାରେ ରହୁଛନ୍ତି ଛାତ୍ରଛାତ୍ରୀ? କେତେ ସଂଖ୍ୟକ ଛାତ୍ରଛାତ୍ରୀ ହୋଇଛନ୍ତି ନିଖୋଜ? ନିଖୋଜ ହେଉଥିବା ଛାତ୍ରଛାତ୍ରୀଙ୍କ ନେଇ କିସ୍ କର୍ତ୍ତୃପକ୍ଷ କାହିଁକି ଦେଉ ନଥିଲେ FIR? କିସ୍ କର୍ତ୍ତୃପକ୍ଷଙ୍କୁ ମାରାଥନ ଜେରା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କଠାରୁ ଏ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରି ଦିଲ୍ଲୀ ଫେରିଯାଇଛି ଟିମ୍। ଖୁବ୍ଶୀଘ୍ର କମିଶନଙ୍କ ପାଖରେ ଏନେଇ ରିପୋର୍ଟ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି ଲ’ ରେଜିଷ୍ଟ୍ରାର ଯୋଗେନ୍ଦ୍ର ସିଂହ।

Advertisment

ଅନ୍ୟପକ୍ଷରେ କିସ୍ କର୍ତ୍ତୃପକ୍ଷ କିଭଳି ବରିଷ୍ଠ ନାଗରିକଙ୍କ ଜମି ହଡ଼ପ କରିଛନ୍ତି, ତାହା ଜାଣିବାକୁ ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଓଟିଭି ଟିମ୍। ସେଠି ଦେଖିବାକୁ ମିଳିଥିଲା ବରିଷ୍ଠ ନାଗରିକଙ୍କ ଜମିକୁ ଯାଇଥିବା ସର୍ବସାଧାରଣ ରାସ୍ତା ଉପରେ ଛିଡ଼ା ହୋଇଛି କିସ୍ ର ପାଚେରୀ ଓ ଘର। ରାସ୍ତା ଉପରେ କିସ୍ ପକ୍ଷରୁ ତିଆରି ହୋଇଛି ଗେଟ୍, ଜଗିଛନ୍ତି ସିକ୍ୟୁରିଟି। ଏମିତିକି ଯେତେବେଳେ ବରିଷ୍ଠ ନାଗରିକମାନେ ନିଜ ଜମିକୁ ଯିବାକୁ ଚାହିଁଥିଲେ, ପ୍ରଥମେ ଛାଡ଼ିନଥିଲେ ସିକ୍ୟୁରିଟି। ବହୁ ଅନୁରୋଧ ପରେ ସେମାନଙ୍କୁ ନିଜ ଜମି ନିକଟକୁ ଯିବାକୁ ବାଟ ଛାଡ଼ିଥିଲେ। ହେଲେ ଆମ ପ୍ରତିନିଧିଙ୍କୁ କିନ୍ତୁ ସେଇ ରାସ୍ତାରେ ଯିବାକୁ ଅନୁମତି ଦେଇନଥିଲେ। ଅନ୍ୟରାସ୍ତା ଦେଇ ବରିଷ୍ଠ ନାଗରିକଙ୍କ ଜମି ପାଖରେ ପହଞ୍ଚିବା ପରେ ଯାହା ଦେଖିଲୁ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ। ପୂର୍ବରୁ ଜମି ଚାରିପାଖରେ ଥିବା ବାଉଣ୍ଡାରୀ କିମ୍ବା ଗଛ ତ ନ ଥିଲା, ଓଲଟା ସେଠାରେ ପାହାଡ଼ ଭଳି ବାଲି, ଚିପ୍ସ ଆଉ ବାଉଁଶ ଗଦା କରାଯାଇଛି। ଏମିତିକି ବରିଷ୍ଠ ନାଗରିକ ବିନ୍ଦୁ ଦାସ ଅଭିଯୋଗ କରିଛନ୍ତି, ତାଙ୍କ ନାମରେ ଥିବା ଜମି ଉପରେ ଏବେ କିସର ଜଗନ୍ନାଥ ମନ୍ଦିର ଗଢ଼ି ଦେଇଛନ୍ତି ଅଚ୍ୟୁତ ସାମନ୍ତ। ତେବେ ବରିଷ୍ଠ ନାଗରିକଙ୍କ ଅଭିଯୋଗ ନେଇ ଅଚ୍ୟୁତ ସାମନ୍ତ କିମ୍ବା କିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ‘ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରୁଛି ବିଜେଡି’

NHRC KIIT KIIT University
Advertisment
Advertisment