ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ମିଳୁନି ତ୍ରାହି । ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଚାଲିଛି। ବଣାଇ, ଗୋପାଳପୁର ବନ୍ଦର, କେନ୍ଦୁଝର ଟାଉନରେ ରାଜାଙ୍କ ଅଫିସରେ ରେଡ୍ ଜାରି ରହିଛି। କ୍ରାଇମବ୍ରାଞ୍ଚ, EOW ଓ ଏସ୍ ଟିଏଫ୍ ପକ୍ଷରୁ ମିଳିତ ଚଢ଼ାଉ କରାଯାଉଛି। ସେପଟେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ରହିଛି ଶୁଣାଣି। ଅନ୍ତରୀଣ ସୁରକ୍ଷା ହଟାଇବାକୁ ପ୍ରମାଣପତ୍ର ଦାଖଲ କରିବ EOW।
୨ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି ।
Also Read
ଅଧିକ ପଢ଼ନ୍ତୁ: ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି
ଏହାରି ଭିତରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଥିଲେ, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ କେମିତି ହୋଇଥାନ୍ତେ ? ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରଙ୍କୁ କିଏ ଏତେ ପାୱାର ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ଦଣ୍ଡ ପାଇବ ବୋଲି କହି ବିଜେଡିକୁ ଘେରିଥିଲେ ମମତା ମହାନ୍ତ ।
ଅନ୍ୟପଟେ ମମତାଙ୍କ ଏହି ଆରୋପର ଜବାବ ରଖିଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି- ମାମଲା ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସରକାର ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।