ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର RBI ଆଗରେ ଦୁଇ ଦିନ ତଳେ ଇଓଡବ୍ଲୁ ଟିମ୍ ପହଞ୍ଚି ତନାଘନା କରିଥିଲା । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ବହୁ ସଂଖ୍ୟାରେ ଲୋକେ ଲାଇନରେ ରହୁଥିବାରୁ ଏହାକୁ ନେଇ ସନ୍ଦେହ ଦେଖାଦେଇଥିଲା ।
ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ ।
ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍କଲ୍ !
ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍କଲ୍ !
‘ସମ୍ବାଦ’ ଅଫିସ୍ରେ କ୍ରାଇମବ୍ରାଞ୍ଚ EOW ଟିମ୍ର ରେଡ୍ । HR ହେଡ୍ ବୈଜୟନ୍ତୀ କରଙ୍କୁ ଜେରା । ଆକାଉଣ୍ଟସ୍ ସେକ୍ସନରେ ବି ଖୋଳତାଡ଼ । ନିଜ କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟ କରି ଲୋନ୍ ଠକେଇ ଅଭିଯୋଗ ମାମଲାରେ ସମ୍ବାଦ ଅଫିସ୍ରେ ଆଜି ଚଢାଉ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ ।
ଭୁବନେଶ୍ୱର ରସୁଲଗଡ଼ରେ ଥିବା ସମ୍ବାଦ ଅଫିସରେ ଇଓଡବ୍ଲୁ
ନା ଅଫିସ, ନା କାଗଜପତ୍ର.. । ସିଧା ଅନଲାଇନ୍ ଆପରେ ଦେଶର ୮୦ ହଜାର ଲୋକଙ୍କ କୋଟି କୋଟିର ଜମା ନେଇ ହାୱା ହେଇଗଲା ଆମେରିକାନ ଚିଟଫଣ୍ଡ କଂପାନି
ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW ଗିରଫ କରିଛି। ଆଶୁତୋଷ ବେଆଇନ୍ନ ଭାବେ ୫୯ଟି ଏକ୍ସପ୍ରେସ୍ କ୍ରେଡିଟ ଲୋନ୍ ଅନୁମତି ଦେଇଥିବା ଅଭିଯୋଗ ରହିଛି।
EOW କବ୍ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।
ଗିରଫ ହେଲେ ବିଲ୍ଡର୍ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।
ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା ।
ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।
୩ ରିକଭରି ସଂସ୍ଥାରୁ ଟଙ୍କା ଜବତ,ଚାଇନା ମାଷ୍ଟର ମାଇଣ୍ଡକୁ ଖୋଜୁଛି EOW
ଜାମିନ୍ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ । ବିଚାର ବିଭାଗୀୟ ହାଜତକୁ ଗଲେ ଘରୋଇ ନ୍ୟୁଜ୍ ଚାନେଲ ସଂପାଦକ ଅର୍ଦ୍ଧେନ୍ଦୁ । ସରକାରଙ୍କ ବିରୋଧରେ ଯିବାରୁ ଆକ୍ରୋଶମୂଳକ ପଦକ୍ଷେପ ନେବାରୁ ଏପରି କରାଯାଇଥିବା ଅର୍ଦ୍ଧେନ୍ଦୁ କହିଛନ୍ତି ।
ହସ୍ପିଟାଲ ନେବା ବାଟରେ ଗଣମାଧ୍ୟମ ଆଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା
ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି। EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି।
ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।
ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ ।
କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ
୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।
ବାବା ବିଜୟାନନ୍ଦ ମହାରାଜ ଏକ ଓଡ଼ିଆ ଚଳଚ୍ଚିତ୍ରର ମହୁରତ ବେଳେ ନଜର ଆସିବା ପରେ ସେହି ସିନେମାରେ ସେ ଟଙ୍କା ନିବେଶ କରିଛନ୍ତି ନା ନାହିଁ ତାର ତଦନ୍ତ ମଧ୍ୟ କରିବ ଇଓଡବ୍ଲୁ। ଆବଶ୍ୟକ ପଡ଼ିଲେ ବାବା ବିଜୟାନନ୍ଦ ମହାରାଜଙ୍କୁ ଇଓଡବ୍ଲୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।