ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଯଦି ସରକାର ଅନୁପ୍ରବେଶକରୀଙ୍କ ବିରୁଦ୍ଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟାବହ ବୋଲି ମତବ୍ୟକ୍ତ କରିଛନ୍ତି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ।
ବାଂଲାଦେଶ ଧୀରେ ଧୀରେ ଭାରତକୁ ଛାଡ଼ିବାକୁ ଭିତରେ ଭିତରେ ଯୋଜନା କରୁଛି। ବ୍ୟାବସାୟିକ ସଂପର୍କ ସଂକୁଚିତ କରୁଛି। ଏଥିପାଇଁ ସେ ନୂଆ ସାଥୀ ଖୋଜୁଛି। ଚିନି, ଆଳୁ ଓ ପିଆଜ ପାକିସ୍ତାନକୁ ଆଣିବାକୁ ଯୋଜନା କରୁଛି। କିନ୍ତୁ ମନେରଖିବାକୁ ହେବ ଯେ, ଭାରତର ଗୋଟିଏ ମାତ୍ର ଚାଲ୍ ବାଂଲାଦେଶକୁ ଭିକାରୀ କରିଦେଇପାରେ।