ପରୀକ୍ଷା ହଲ୍କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।
ସୁଟ୍କେସରୁ ମିଳିଛି କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ମୃତଦେହ। ରୋହତକର ସାମ୍ପଲ ବସଷ୍ଟାଣ୍ଡ ନିଟକରେ ପଡ଼ିଥିବା ଏକ ନୀଳ ରଙ୍ଗର ବଡ଼ ସୁଟକେଶ ଭିତରୁ ବହାରିଛି ତାଙ୍କ ଶବ। ଏହାକୁ ନେଇ ଚାରିଆଡେ ଖେଳିଯାଇଛି ହଇଚଇ।
ରୂପବତୀ ଗାଁର ୩୫ ବର୍ଷୀୟା ଦୟା ସାଭାଲିୟା ଘରୁ ସୁନା ଗହଣା ଓ ନଗଦ ୯ ଲକ୍ଷ ଟଙ୍କା ଧରି କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ତାଙ୍କ ସ୍ୱାମୀ ବିସାଭଦର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।
ସମ୍ପତ୍ତି ଲୋଭରେ ବୃଦ୍ଧା ମାଆକୁ ଅକଥନୀୟ ନିର୍ଯାତନା । ଚାପୁଡା, କାମୁଡା, ବିଧା ମାରିବା ସହ ଚୁଟି ଧରି ଘୋଷାଡିଲା ନିର୍ଦ୍ଦୟ ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ହୃଦୟ ବିଦାରକ ଭିଡ଼ିଓ ।
ଏହି ଭୟ ଯୋଗୁ ଫେବୃଆରୀ ୧୬ ତାରିଖରେ ସେ ହତ୍ୟା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟାକାଣ୍ଡର ଏକ ଡିଲ୍ କରିଥିଲା। ଯୋଜନା ଅନୁଯାୟୀ, ୧୬ ତାରିଖ ରାତିରେ ରାକେଶ ପ୍ରଥମେ ଯାଇ ବାପା କେଉଁଠି ଶୋଇଛନ୍ତି, ଦେଖିଥିଲା। ବାପା ଘର ବାହାରେ ଥିବା ଏକ ବଖରାରେ ଶୋଇଥିବା ବେଳେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ଦୁଇ ସମ୍ପର୍କୀୟ ଭାଇ ରାଜେଶ ଓ ଛୋଟେଙ୍କୁ ଆକ୍ରମଣ କରିବାକୁ ପଠାଇଲା।
ସୁଟ୍କେଶ ଭିତରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ । ହାତରେ ଲାଗିଛି ମେହେନ୍ଦୀ, ବେକରେ ଓଢ଼ଣୀ । ତାଙ୍କୁ କେହି ଗଳାଚିପି ହତ୍ୟା କରିବା ପରେ ସୁଟ୍କେଶ ଭିତରେ ମୃତଦେହ ପୁରାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
କଟକ ଜିଲ୍ଲା ବାଙ୍କି ବ୍ଲକ ପୁଇଁଚା ଗ୍ରାମରେ ସିରିଜ୍ ଲୁଟ୍ । ଗାଁରେ ଜାଗର ଯାତ୍ରା ଚାଲିଥିବାବେଳେ ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଚୋର ।
କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା ? ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ ? ଅସନ୍ତୁଷ୍ଟ ଥିବା ଜଣାଇଲେ ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ। ସନ୍ତୁଷ୍ଟ ନଥିଲେ ସିବିଆଇ ତଦନ୍ତ ପାଇଁ ଜଣାନ୍ତୁ ବିଜେପି ।
ଏଟିଏମ୍ ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍ ପୋଲିସ୍ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ପୋଲିସ୍ ଏଟିଏମ୍ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଧରି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ଦେବୀପାଖରେ ପହଞ୍ଚିଥିଲା ପୋଲିସ୍।
ସୁଇସାଇଡ୍ ପୂର୍ବରୁ ସୋଶାଲ ମିଡିଆରେ ସନ୍ଦେଶ। ଅସହ୍ୟ ହେଲା ପତ୍ନୀଙ୍କ ନିର୍ଯତନା। ବେଙ୍ଗାଲୁରୁ AI ଇଂଜିନିୟର ଅତୁଲ ସୁଭାଷଙ୍କ ଭଳି ଝୁଲି ପିଡିଇଲେ ଆଗ୍ରାର ଜଣେ ସଫ୍ଟୱେୟାର ଇଂଜିନିୟର। ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆରେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି ମାନବ ଶର୍ମା।
ସୁଇସାଇଡ୍ ପୂର୍ବରୁ ସୋଶାଲ ମିଡିଆରେ ସନ୍ଦେଶ। ଅସହ୍ୟ ହେଲା ପତ୍ନୀଙ୍କ ନିର୍ଯତନା। ବେଙ୍ଗାଲୁରୁ AI ଇଂଜିନିୟର ଅତୁଲ ସୁଭାଷଙ୍କ ଭଳି ଝୁଲି ପଡିଲେ ଆଗ୍ରାର ଜଣେ ସଫ୍ଟୱେୟାର ଇଂଜିନିୟର। ମୃତ୍ୟୁ ପୂର୍ବରୁ ସୋଶାଲ ମିଡିଆରେ ନିଜ ଦୁଃଖ କାହାଣୀ ବଖାଣିଛନ୍ତି ମାନବ ଶର୍ମା।
ଦେଢ ମାସ ତଳେ ରାଜଧାନୀ ଛାତି ଉପରେ ହୋଇଥିଲା ଏଟିଏମ୍ ଲୁଟ୍ । ଏଟିଏମ ତାଡ଼ି ଲୁଟି ନେଇଥିଲେ ଲୁଟେରା । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ୍ ।
ନବ ଦାସ ହତ୍ୟାକାଣ୍ଡରେ ପୁଣି ଥରେ କ୍ରାଇମବ୍ରାଞ୍ଚ ତନାଘନା । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, ଦୀପାଳି ଦାସ ଗଣମାଧ୍ୟମରେ ତଦନ୍ତକୁ ନେଇ କିଛି କଥା କହିଥିଲେ । ଦୀପାଳିଙ୍କ ବୟାନ ପରେ କ୍ରାଇମବ୍ରାଞ୍ଚ ଯଦି ଭାବିଥିବ ତଦନ୍ତରେ କିଛି କମି ଥିବ ସେଥିପାଇଁ ଦୀପାଳି ଓ ବିଶାଳଙ୍କୁ ଡାକିଥିବ ।
ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଥିଲା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଆଲୋଡନ ସୃଷ୍ଟି କରିଥିଲା। ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଥିବା ନେଇ ମାନବ ଅଭିଯୋଗ କରିବା ସହ ଆତ୍ମହତ୍ୟା କରିଥିଲେ।
ଏସିଡ୍ ମାଡ଼ ପରେ ଜଗବନ୍ଧୁ ଜୋରରେ ଚିତ୍କାର କରିଥିଲେ। ଜଗବନ୍ଧୁଙ୍କ ପାଟି ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଗିରଫ । କଟକ କାନପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଲା ପୋଲିସ । ହତ୍ୟାକାଣ୍ଡ ପରେ ନିଜ ବାଇକ୍ ଛାଡି ପଳାଇଥିଲା ସୁଶେଇ ।
କୁଜଙ୍ଗ ଥାନା ପୂର୍ବତନ ଆଇଆଇସି ନିଲମ୍ବନ ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ପୀଡିତାଙ୍କ ବାପା। ୨୫ରୁ ୨୭ ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କର, ନଚେତ୍ ହତ୍ୟା ଧମକ ମିଳୁଛି।
ପୋଲିସ କବଜାରେ ପୁଣେ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଧରିବାକୁ ଲାଗିଥିଲେ ୧୦୦ ପୋଲିସ ଓ ସନ୍ଧାନୀ କୁକୁରଙ୍କ ସମେତ ଡ୍ରୋନ୍ କ୍ୟାମେରା।
ବାପାର ମୃତ ଶରୀର ପଙ୍ଖାରେ ଝୁଲୁଥିବା ବେଳେ ଝିଅ ମୃତଦେହ ପଡ଼ିଛି ବେଡରେ। ଆର୍ଥିକ ଚାପରୁ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ।
ଚଳିତ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ଚଳିତ ସପ୍ତାହରେ କୌଣସି ଦିନ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ ।
ଆଜିଠୁ ଏସପିଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରିବେ ମହିଳା ହୋମଗାର୍ଡ । ଅଭିଯୁକ୍ତ ନିଲମ୍ୱିତ ପୋଲିସ ଅଧିକାରୀ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଅଛନ୍ତି । ଅଭିଯୁକ୍ତ ପୋଲିସ ଅଧିକାରୀ ତପନ ନାହାକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଜଗତସିଂହପୁର ସଦର ଥାନାରେ ପାଲଟା ଅଭିଯୋଗ କରାଯାଇଛି।
ଛି... ଛି... କଲା ସାରା ଦେଶ । ଲଜ୍ଜିତ କଲା ଚିତ୍ରକୋଣ୍ଡା । ଓଡ଼ିଶାର ନଇଁଲା ମୁଣ୍ଡ । ପ୍ରସବ କଲେ ୧୦ମ ଛାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳ ଏକ ଆବାସିକ ବିଦ୍ୟାଳୟର ଛାତ୍ରୀ ପ୍ରସବ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
୫ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ । ପ୍ରାଇଭେଟ୍ ପାର୍ଟରେ ପଡିଛି ୨୮ଟି ଷ୍ଟିଚ୍ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଦେହସାରା କାମୁଡା ଓ କ୍ଷତ ଚିହ୍ନ ରହିଛି ।
ପୁଣେ ସ୍ଥିତ ସ୍ବାରଗେଟ୍ ବସଷ୍ଟାଣ୍ଡରେ ମଙ୍ଗଳବାର ଭୋରରୁ ଘଟଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ରାଜନୈତିକ ବୟାନବାଜି ଓ ବିକ୍ଷୋଭ ବି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ।
ରଶିରେ ତଣ୍ଟି ଚିପି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗାଁ ଜଙ୍ଗଲରୁ ନାବାଳକ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।