• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆକ୍ସନ ମୋଡରେ ପୋଲିସ୍ । ଟାର୍ଗେଟରେ ଗୋରୁ ମାଫିଆ ।  ସମ୍ବଲପୁରରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ସିନେମା ଷ୍ଟାଇଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଫିଆ ଆହତ ହୋଇଥିବାବେଳେ ଦୁଇ ଜଣ ଖସି ଯାଇଛନ୍ତି । ଅନ୍ୟପଟେ ଗୋରୁ ବୋଝେଇ ଟ୍ରକର ଡ୍ରାଇଭର ସହ ଅନ୍ୟ ଜଣଙ୍କୁ ବି ବାନ୍ଧିଛି ପୋଲିସ । 

ଅଧିକ ପଢ଼ନ୍ତୁ: ତ୍ରାହି ପାଇବେନି ବାଲି ମାଫିଆ, ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ଘନ ଘନ ରେଡ୍

ସମୟ ଭୋର ପ୍ରାୟ ସାଢେ ୫ଟା । ଗୋଚାଲାଣ ସୂଚନା ପାଇ ସମ୍ବଲପୁର ସିଟି ଷ୍ଟେସନ ପାଖରେ ପହଞ୍ଚି ଯାଇଥିଲା ଧନୁପାଲି ଥାନା ପୋଲିସ । ୫୩ ନମ୍ବର ଜାତୀୟ ରାଜପଥରେ ବରଗଡପଟୁ ଦେବଗଡ଼ ଆଡକୁ ମାଡି ଚାଲିଥିଲା ୧୮ ଚକିଆ ଗୋରୁ ବୋଝେଇ ଟ୍ରକ୍ । ଆଗେ ଆଗେ ସୁରକ୍ଷା ଦେଉଥିଲା କଳାରଙ୍ଗର ହୁଣ୍ଡାଇ କାର୍ । ପୋଲିସ ଗୋରୁ ଗାଡ଼ିକୁ ଅଟକାଇବା ପରେ ଖସିଯିବାକୁ ବାଟ ଖୋଜୁଥିଲା କାର୍ । 


କାରରେ ଥିବା ୪ ଜଣ ଗାଡ଼ିରୁ ଓହ୍ଲାଇ ପଳାଇବାକୁ ଉଦ୍ୟମ ସହିତ ପୋଲିସ ଉପରକୁ ୩ ରାଉଣ୍ଡ ଫାୟାରିଂ କରିଥିଲେ । ଜବାବରେ ୫ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ । ଦୁଇଟି ଗୁଳି ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିବାବେଳେ ଅନ୍ୟ ଦୁଇଜଣ ଚମ୍ପଟ୍ ମାରିଥିଲେ । ଆହତ ମାଫିଆ ପଶ୍ଚିମବଙ୍ଗର ସେଖ ମଣ୍ଟୋ ଓ ସେଖ ଆରିଫକୁ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ୍ । ଘଟଣାସ୍ଥଳରୁ ୪ଟି ଖୋକା ଓ ୨ ଟି ବନ୍ଧୁକ ଜବତ ହୋଇଛି । 

ଟ୍ରକରେ ଅତିଦୟନୀୟ ଭାବେ ଗୋରୁଙ୍କୁ ଚାଲାଣ କରାଯାଉଥିଲା । ବରଗଡ ଓ ସୋନପୁର ଜିଲ୍ଲାରୁ ଗୋରୁଙ୍କୁ ପଶ୍ଚିମବଙ୍ଗକୁ ନିଆଯାଉଥିବା ସୂଚନା ମିଳିଛି । ଟ୍ରକଟିକୁ ଏପରି ଭାବେ ଘୋଡ଼ାଇ ଦିଆଯାଇଥିଲା ଯେପରିକି କେହି ଗୋରୁ ଚାଲାଣର ଟେର୍ ବି ପାଇବେନି । ପ୍ରାୟ ୩୦ ଗୋରୁଙ୍କୁ ପୋଲିସ ଉଦ୍ଧାର କରିଥିବାବେଳେ ଡ୍ରାଇଭର ଦଭିନ୍ଦର ସିଂଙ୍କ ସହ ଗୋଚାଲାଣକାରୀ ନରେନ୍ଦ୍ର ମେହେରକୁ ଗିରଫ କରିଛି । ପୋଲିସର ଏଭଳି କାର୍ଯ୍ୟଶୈଳୀଙ୍କୁ ପ୍ରଶଂସା କରିଛନ୍ତି ଲୋକେ । 

ଲୋକଙ୍କ ଅଭିଯୋଗ ଅନୁସାରେ, ନିୟମିତ ଏହି ରୁଟରେ ପଶ୍ଚିମ ଓଡ଼ିଶାରୁ ପଶ୍ଚିମବଙ୍କୁ ହେଉଛି ଗୋଚାଲାଣ । ଏଣୁ ଆଗକୁ ବି ପୋଲିସ ଏଭଳି ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଗୋରୁ ମାଫିଆ ସାବାଡ଼ ହୋଇପାରିବେ । 

ଅଧିକ ପଢ଼ନ୍ତୁ: ରାତି ହେଲେ ମନ୍ଦିରରେ ବୁଲାଉଥିଲେ କଳାକନା, ଧରାପକାଇଲା AI

OTV is now on Whatsapp

Join and get latest news update delivered to you via whatsapp

Join Now