କେନ୍ଦୁଝର ଜିଲ୍ଲାର ଜଣେ ସାଧାରଣ ଶିକ୍ଷକର ପୁଅ, ପରବର୍ତ୍ତୀ ସମୟରେ ପାଲଟିଗଲା ବିଜେଡିର ପ୍ରଭାବଶାଳୀ ନେତା ଓ ଫାଇନାନ୍ସର। ତୃତୀୟ ମହଲା ସହ ଥିଲା କନେକ୍ସନ୍। ଜିଲ୍ଲାପାଳ ଓ ଏସପି ଥିଲେ ପକେଟରେ। ଭୃତ୍ୟ ପରି ପରି ଏମାନେ ତା ପାଦ ଚାଟୁଥିଲେ। ପ୍ରଭାବ ଏତେ ବଢ଼ି ଯାଇଥିଲା ଯେ, ଯାହା ଚାହୁଁଥିଲା କରୁଥିଲା। ପଢ଼ନ୍ତୁ ରାଜା ସାମ୍ରାଜ୍ୟର ସଂପୂର୍ଣ୍ଣ ଇତିହାସ।
ଗତକାଲି କଟକରେ ଏକ ବନ୍ଧୁକ କାରଖାନା ଠାବ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆଉ ଏମାନେ ହେଉଛନ୍ତି ସେହି କରିତକର୍ମା ବନ୍ଧୁକ କାରଖାନାରେ ସାମିଲ ଥିବା ଲୋକ ଯେଉଁମାନଙ୍କୁ ପୋଲିସ୍ ଗିରଫ କରିଛି।
'ରାଜା ଚକ୍ର ପାଇଁ ମୁଁ ଅଛି ମୋସହ ଅନ୍ୟ ଆଡଭୋକେଟମାନେ ଅଛନ୍ତି । ମୁଁ ରାଜା ଚକ୍ରକୁ ଜାମିନରେ ଆଣିବି ।'
ନିଛାଟିଆ ଜଙ୍ଗଲ ଭିତରେ ଝାଟିମାଟିର ଘର। ବାହାରୁ ଚାଳ ଛପର ଆଉ ଭିତରେ ପୁଳା ପୁଳା ବନ୍ଧୁକ। ଚାଳ ଘରେ ଚାଳିଥିଲା ବନ୍ଧୁକ କାରଖାନା। ପୁଲିସ ଆଖିରେ ଧୂଳି ଦେଇ ବେଧଡ଼କ ବେଇଆନ ବନ୍ଧୁକ କାରଖାନା ଚଳାଇଥିଲେ ଅଭିଯୁକ୍ତ।
ଟ୍ରେନ ହାଇଜାକ ଘଟଣା ପ୍ଲେନ ହାଇଜାକଠାରୁ ଯଥେଷ୍ଟ କମ । କାରଣ ଟ୍ରେନର ଅପରେଶନ ଏକ ଜଟିଳ ପ୍ରକ୍ରିୟା ଅଟେ । ଏକ ଟ୍ରେନକୁ କବ୍ଜାକୁ ନେବା ଏତେ ସହଜ ଘଟଣା ନୁହେଁ । ତେଣୁ ବିଦ୍ରୋହୀ ତଥା ଆତଙ୍କୀ ଗୋଷ୍ଠୀ ଟ୍ରେନକୁ ହାଇଜାକ କରିବା ପରିବର୍ତ୍ତେ ବୋମା ବିସ୍ଫୋରଣ କରାଇ ଟ୍ରେନ ଦୁର୍ଘଟଣା ଘଟାଇବା ପରି ଅପରାଧିକ କାଣ୍ଡ କରିଥାନ୍ତି ।
ବାରିପଦାରେ ଜଣେ ଜଣାଶୁଣା ବ୍ୟବସାୟୀଙ୍କୁ ବେକ କାଟି ହତ୍ୟା । କେହି ଦୁର୍ବୃତ୍ତ ଆଜି ସକାଳେ ତାଙ୍କ ଘରେ ପଶି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ପୋଲିସ ।
ବାଲେଶ୍ୱର କୋର୍ଟରେ ହାଜର ପରେ ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି ଏହି ବିଜେଡି ନେତା ।
ଭୁବନେଶ୍ୱର ସାଲିଆସାହିରେ ଚାଲୁଥିଲା ଦେଶୀ ମଦ ଭାଟି । ଗ୍ରାହକ ବେଶରେ ଆସି ଚଢାଉ କଲା ଅବକାରୀ ବିଭାଗ । ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ ହୋଇଥିବାବେଳେ ୯ ଜଣ ଗିରଫ ହୋଇଛନ୍ତି ।
ଦିନ ରାତି ଅନଲାଇ ଗେମ୍ ଖେଳୁଥିଲା ୧୫ ବର୍ଷର ଝିଅ। ଗେମ୍ ଖେଳି ଜିତିଥିଲା ୪ଲକ୍ଷ ଟଙ୍କା। ହେଲେ ହଠାତ ଶୌଚାଳୟରେ ଯାଇଁ ଜୀବନ ହାରିଲା
ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ହାଜର ପରେ ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବ ଇଓଡବ୍ଲୁ ।
ବାପାର ଦ୍ୱିତୀୟ ବିବାହରେ କଣ୍ଟା ସାଜିଥିଲେ ୨ ପୁଅ। କୁନି ପୁଅଙ୍କୁ ରାସ୍ତାରୁ ହଟାଇବାକୁ ସୈତାନ ବାପା ରଚିଥିଲା ପ୍ଲାନ। ନାତିଙ୍କ ମର୍ଡର ପ୍ଲାନରେ ନିଜ ମାଆକୁ ସାମିଲ କରିଥିଲା। ବାପା-ଜେଜେମା’ ମିଶି ଦୁଇ ଛୁଆଙ୍କୁ ଚିରନିଦ୍ରାର ଶୁଆଇଦେଲେ ।
ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ।
ନୟାଗଡ଼ ଧାନଚାଙ୍ଗଡ଼ା ଗାଁରେ ୨ ନାବାଳକଙ୍କ ରହସ୍ୟଜନକ ମୃତ୍ୟୁର ବଡ଼ ଖୁଲାସା। ବାପାର ଦ୍ବିତୀୟ ବିବାହ ପାଇଁ ପିଲାଙ୍କ ଆତ୍ମହତ୍ୟା ନୁହେଁ, ବରଂ ଦ୍ବିତୀୟ ବିବାହକୁ ବିରୋଧ କରିବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ୨ ଭାଇ। ଜେଜେ ମା’ ସହ ବାପା ହିଁ ୨ ପିଲାଙ୍କୁ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସ୍ପଷ୍ଟ କରିଛି ନୟାଗଡ଼ ପୋଲିସ।
ବର୍ଷ କେଇଟା ଭିତରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ଜରିଆରେ ହକରରୁ ଶ୍ରମିକ ଓ ସାଧାରଣ ମଣିଷଙ୍କ ହକ୍ ହଡ଼ପ କରି ଟଙ୍କାର ପାହାଡ଼ ଠିଆ କରିଥିବା ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜା ଚକ୍ରଙ୍କୁ ଗିରଫ ପରେ ସୋସାଇଟି ଆଳରେ ସେ କେମିତି କରୁଥିଲେ କୋଟି କୋଟିର ଖେଳ ତାର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ୍।
ଫିଲ୍ମ ଷ୍ଟାଇଲ୍ ରେ ଟ୍ରେନ୍ ହାଇଜାକ୍। ଅନ୍ଧାରର ଉଠାଇଲେ ଫାଇଦା। ବିସ୍ଫୋରଣ କରି ଟ୍ରାକ୍ ଉଡ଼ାଇଲେ। ଟନେଲ ଭିତରେ ଟ୍ରେନ୍ ଉପରେ କଲେ କବ୍ଜା। ଯାତ୍ରୀଙ୍କୁ ବନ୍ଧକ ବନାଇ ୪୮ ଘଣ୍ଟାର ଅଲ୍ଟିମେଟମ ଦେଲେ ଆତଙ୍କୀ। ଏହାପରେ ପଣବନ୍ଦୀଙ୍କୁ ମୁକୁଳାଇବା ପାଇଁ ଚାଳିଲା ରାତି ସାରା ଲଢ଼େଇ। ଜାଫର ଏକ୍ସପ୍ରେସ୍ ହାଇଜାକ୍ ପରେ ଏଭଳି କିଛି ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
କେବଳ ବାପା ନୁହେଁ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ଜେଜେ ମାଆ ବି ଗିରଫ ହୋଇଛି ।
୧୭ଲକ୍ଷ ଟଙ୍କାର କୌଣସି ଏକ କାରବାରକୁ ନେଇ ୱାରେଣ୍ଟ ଧରି ଗିରଫ କରିବାକୁ ଛତିଶଗଡ଼ରୁ ବରଗଡ଼ ଆସିଥିଲା ପୋଲିସ୍ । ସ୍ଥାନୀୟ ଲୋକ ବିରୋଧ କରି ଠେଲାପେଲା କଲେ । ପରିସ୍ଥିତି ଏମିତି ହେଲା ଯେ, ଫେରିଗଲା ପୋଲିସ୍ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସହଦେବ ଦାସ ପାଟଣା ଗାଁର ଏ ଅଭିଯୋଗ । ବାପଘର ଲୋକଙ୍କ ସହ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ଜଣେ ମହିଳା । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଚୁପ୍ ହୋଇ ବସିଛି ।
ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ।
କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣା ସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ବନ୍ଧୁକ ଜବତ ହୋଇଛି।
ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।
ଆଜି ଭୋରୁ ଇସ୍ପାତ ନଗରୀରେ ଫୁଟିଛି ଗୁଳି। ଦୀର୍ଘ ଦିନ ଧରି ନିଦ ହଜାଇଥିବା ୱାଣ୍ଟେଡ ଅପରାଧିକୁ ଏନକାଉଣ୍ଟର କରିଛି ପୋଲିସ। ଘାଇଲା ହୋଇଛି ବ୍ୟାସ ଲକୁଆ।
ହାଇଦ୍ରାବାଦର ଜଲପଲ୍ଲୀ ଅଞ୍ଚଳରେ ସୌନ୍ଦର୍ଯ୍ୟା ୬ ଏକର ଜମି କିଣିଥିଲେ। ଏହି ଜମିକୁ ନେଇ ତାଙ୍କ ଏବଂ ମୋହନ ବାବୁଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିଲା ବିବାଦ।
ସତରେ କ'ଣ ସୁନାର ଦେଶ ଦୁଇବାରୁ ସୁନା ଆଣିବା ସହଜ ? ସାଧାରଣ ଭାରତୀୟ କ'ଣ ଦୁବାଇ ଯାଇ ସୁନା ଆଣିପାରିବ ? ନା କଷ୍ଟମ ହାତରେ ଧରାପଡ଼ି ଅଭିନେତ୍ରୀ ରାନ୍ୟା ରାଓଙ୍କ ଭଳି ଜେଲ୍ ଯିବେ ? ସେ ସମ୍ପର୍କରେ ଆସନ୍ତୁ ଜାଣିବା ଏହି ଆଲେଖ୍ୟରେ ...
ଆଜି ଭୋର ୪ଟା ସମୟରେ ବାୟାସ ବିଶ୍ରା ଥାନା ଅକ୍ଷୟଶିଳା ଜଳ ପ୍ରପାତ ଅଞ୍ଚଳରେ ଥିବା ରାଉରକେଲା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ପ୍ରଥମେ ବାୟାସ ଗୁଳି ଚାଳନା କରିଥିଲା।