ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..
ବାଲି ଚୋରା ଚାଲାଣକୁ ନେଇ ବାଲେଶ୍ୱର ଜିଲ୍ଲାରେ ମହାଭାରତ । ପ୍ରଥମେ ଉପ ଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ପରେ ପୋଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ । କିନ୍ତୁ ତା ପରେ ବି ଜିଲ୍ଲାରେ ବନ୍ଦ୍ ହୋଇନି ବେଆଇନ୍ ବାଲି କାରବାର, କି ଡରି ନାହାନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ଏନଜିଟି ସମ୍ପୂର୍ଣ୍ଣ ନିଷେଧ କରିଥିଲେ ବି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଫୁ କରି ନଦୀରୁ ନିରବଚ୍ଛିନ୍ନ ଭାବେ ଉଠାଯାଉଛି ବାଲି
ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।
ମୟୂରଭଞ୍ଜ ବେଆଇନ ବାଲି ଖନନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍-NGTର ଛାଟ । ୩୬ କୋଟିର ଫାଇନ୍ ଲଗାଇଛନ୍ତି ଏନ୍ଜିଟି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ପଠାରୁ ଅନବରତ ଭାବେ ବେଆଇନ ବାଲି ଖନନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି ଟ୍ରିବୁନାଲ୍ । ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି NGT ।