Advertisment

Attack on Samiti Sabhya: ରାତିରେ ଘରେ ପଶି ସମିତି ସଭ୍ୟାଙ୍କୁ ଆକ୍ରମଣ

ରାତି ଅଧରେ ଘରେ ପଶି ପଡ଼ାମରାଇ ପଞ୍ଚାୟତ ସମିତି ସଭ୍ୟାଙ୍କୁ ଆକ୍ରମଣ । ରାଜନୈତିକ ଆକ୍ରୋଶ ରଖି ସ୍ଥାନୀୟ ବିଧାୟକଙ୍କ ସମର୍ଥକ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ।

author-image
Namita Biswal
ଅଦ୍ୟତନ ହୋଇଛି
Attack on Samiti Sabhya

Attack on Samiti Sabhya

ମହିଳା ଦିବସରେ ରାତି ଅଧରେ ସମିତି ସଭ୍ୟାଙ୍କୁ ଆକ୍ରମଣ । ଘରେ ପଶି ସମିତି ସଭ୍ୟାଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇରୁ ଏଭଳି ଅଭିଯୋଗ ଆସିଛି । ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଗତକାଲି ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଆହତ ସମିତି ସଭ୍ୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ପଡ଼ାମରାଇ ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ରାଉତ ବିଜେଡି ସମର୍ଥିତ ସମିତି ସଭ୍ୟା ।  ମାହାଙ୍ଗା ଉମର ପଞ୍ଚାୟତରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣା ପରେ ଏହାକୁ ନେଇ ପ୍ରତାପ ଜେନାଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ସଭାରେ ସୋନାଲି ଯୋଗଦେବା ସହ କିଛି ମହିଳାଙ୍କୁ ତାଙ୍କ ସହ ନେଇଥିବାରୁ ଏଥିରେ ବ୍ୟତିବ୍ୟସ୍ତ ହୋଇ ସ୍ଥାନୀୟ ବିଧାୟକଙ୍କ ସମର୍ଥକ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା କୁହାଯାଉଛି  । 

Advertisment

ବଡ଼ କଥା ହେଉଛି ସମିତି ସଭ୍ୟାଙ୍କ ଦେଢ଼ଶୂର ଏବଂ ପୁତୁରା ମଧ୍ୟ କୁଆଡ଼େ ଆକ୍ରମଣକାରୀଙ୍କ ମଧ୍ୟରେ ରହିଛନ୍ତି ବୋଲି ସୂଚନା ରହିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ସ୍ଥାନୀୟ ଭଦରେଶ୍ୱର ପୋଲିସ ଖବର ପାଇ ଗାଁରେ ପହଞ୍ଚି ଘଟଣାର ଛାନଭିନ୍ କରିଛି ।

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

Cuttack Panchayat Samiti Member Attack Political Rivalry
Advertisment
Advertisment