#ଆଜି_ଖୋଲିବ_ଜୟା_ହୋଟେଲ ମଟନ ବଦଳରେ ଗୋମାଂସ ପରସିବାକୁ ନେଇ ଚର୍ଚ୍ଚାକୁ ଆସିଥିବା ଜୟ ହୋଟେଲ ଆଜି ପୁଣି ଥରେ ଖୋଲିବାକୁ ଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।
#ବିରିୟାନି_ଭିତରେ_ଖଣ୍ଡ_ଖଣ୍ଡ_ଗୋ_ମାଂସ କଳା ଜରିରେ ଆଣୁଥିଲେ ଗୋ ମାଂସ ବିରିୟାନି । ରାସ୍ତା ଉପରେ ମାଡ଼ି ବସିଲେ ଲୋକେ । ରାସ୍ତାରେ ଆଣ୍ଠେଇ ଦେଲେ, ସାମ୍ନାରେ ବିରିୟାନି ଢାଲିଦେଲେ । ଆଉ ତା’ରେ ଆରମ୍ଭ ହେଲା ଉତ୍ତେଜନା ।
ପିଉଛନ୍ତି ଗୋବର ପାଣି, ଚାଲିଛି ମୁଣ୍ଡନ। ନରେନ୍ଦ୍ର ପୁଷ୍କରିଣୀ ହେଉଛି ପାପ କ୍ଷୟ ସ୍ନାନ। ହାତ ଟେକି ଦେଇ କହୁଛନ୍ତି ହେ ମହାପ୍ରଭୁ ଯିବୁନି ଆଉ ଜୟା ହୋଟେଲ, ଆଉ ଖାଇବୁନି ମଟନ ।
ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ। ହେଲେ ହୋଟେଲ ଦେଉଥିଲା ଗୋ-ମାଂସ ! ଗ୍ରାହକ ଆଖିବୁଜି କରୁଥିଲେ ବିଶ୍ୱାସ। ହୋଟେଲ ମାଲିକ ଦେଉଥିଲେ ବିଶ୍ୱାସରେ ବିଷ ! ପୁରୀ ସତ୍ୟବାଦୀର ଜୟା ହୋଟେଲକୁ ନେଇ ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ସତ୍ୟବାଦୀ ଅଞ୍ଚଳର ଜଣେ ଗୋ-ଚାଲାଣକାରୀଙ୍କ ବୟାନ ହିଁ ଖେଳାଇ ଦେଇଥିଲା ଲୋକଙ୍କ ଭିତରେ କୋକୁଆ ଭୟ। ସାକ୍ଷୀଗୋପାଳର ଜୟା ହୋଟେଲରେ ମଟନରେ ଗୋ-ମାଂସ ମିଶାଉଥିବା କଥା ସେ କହିଥିଲେ।
ଏବେ ଲୋକମାନେ ହୋଟେଲରେ ମଟନ୍ ଖାଇବାକୁ ଡରିଲେଣି । ସାକ୍ଷୀଗୋପାଳର ଜୟା ହୋଟେଲ ଗୋ-ମାଂସକୁ ନେଇ ବିବାଦୀୟ ହେଇପଡିଥିଲା ବେଳେ ପ୍ରଶାସନ ୧୬୩ ଧାରା ଜାରି କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋ-ମାଂସ ଜବତ ହେଉଥିବାର ଖବର ବି ଆସୁଛି ।
ଭିଡିଓ ଭାଇରାଲ୍ ପରେ ଜିଲ୍ଲା ପ୍ରଶାସନ ନେଇଛି ଆକ୍ସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍ କରି ଦିଆଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୋଲିସ ମୁତୟନ କରାଯାଇଛି। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା।
ପୁରୀ ସତ୍ୟବାଦୀର ଏଭଳି ଆରମ୍ଭ ହୋଇଛି ଚର୍ଚ୍ଚା। ଯାହା ପଛରେ ଅଛି ଏହି ଭାଇରାଲ ଭିଡ଼ିଓ। ଯେଉଁଥିରେ ସତ୍ୟବାଦୀ ଅଞ୍ଚଳର ଏକ ଗୋ-ଚାଲାଣକାରୀଙ୍କୁ କାବୁ କରିଛନ୍ତି କିଛି ଲୋକ।
ଆସାମରେ ଗୋମାଂସ ଉପରେ ଲାଗିଲା କଟକଣା। ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।
କଥା କହିପାରୁନଥିବା ପଶୁର ହାତ ଗୋଡ଼ ବାନ୍ଧି କିଛି କଳାକାର ବର୍ବରତାର ଶେଷସୀମା ପାର୍ କରିଛନ୍ତି । ଘୁଷୁରୀକୁ ଓଲଟାଇ ରଖି ତା’ର ଅନ୍ତବୁଜୁଳା ବାହାର କରିଛନ୍ତି ନର ରାକ୍ଷସମାନେ ।
ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ।
ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।