ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ।
ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଓଟିଭି ଖବର ପ୍ରସାରଣ କରିଥିଲା ।
ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।
୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ ଅନ୍ୟତମ ପ୍ରଭାବଶାଳୀ ବିଜେଡ଼ି ନେତା ଲିଜରେ ନେଇ କେମିତି ବେଆଇନ ଭାବେ ଚଳାଉଥିଲେ, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନ୍ୟାୟରେ ପ୍ରଶାସନିକ କଳର ନିଷ୍କ୍ରିୟତା ବି ଧରାପଡ଼ିଛି।
ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।
ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସତ୍ୟଙ୍କ ଅଭିଯୋଗ ବବି ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।
ଯାଜପୁରର ଦୁଇ ଟାଣୁଆ ବିଜେଡି ନେତା ବବି ଆଉ ଜିତୁ । ଅଖଣ୍ଡ କ୍ଷମତାଶାଳୀ । ଆଉ କିପରି କ୍ଷମତାର ଅପବ୍ୟବହାର କରୁଥିଲେ ତାର ପ୍ରମାଣ ଏବେ ମିଳୁଛି ।
ବିଜେଡିର ପତନ ପରେ ଧିରେ ଧିରେ ମୁହଁ ଖୋଲୁଛନ୍ତି ବରିଷ୍ଠ। ନିର୍ବାଚନ ପରିଚାଳନାରେ ବରିଷ୍ଠ ନେତାଙ୍କୁ ଦୂରେଇ ରଖିବାରୁ ଦଳ ପରାଜିତ ହେଲା ବୋଲି ଶଶୀ ବେହେରା ମତ ରଖିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବିଜେଡି ନେତା ଖଗେଶ୍ୱର ଲେଙ୍କାଙ୍କ ୧୬ ଘଣ୍ଟା ଧରି ମିଳୁନି ପତ୍ତା। ଖଗେଶ୍ୱର ଲେଙ୍କାଙ୍କ ଘର ବାହାରେ ଜଗିଛି ସ୍କ୍ବାଡ୍ ।
ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ମୁନିଗୁଡ଼ା ବ୍ଲକ୍ ରଘୁବାରି ଗାଁରେ । ଖୋଦ୍ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ବିଜେଡି ନେତା ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା ।
ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।
ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ।
ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।
ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି ।
ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। କାହିଁକି ନା ୨୪ ନିର୍ବାଚନରେ ଏହି ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିବାକୁ ସଜ ହେଲେଣି ବିରୋଧୀ। ନଗଦ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ପାଲଟିଛି ବଡ଼ ପ୍ରସଙ୍ଗ।
ଜଣେ ମନ୍ତ୍ରୀଙ୍କ ବିରୋଧରେ ବିଜେପିର ସାଙ୍ଘାତିକ ଅଭିଯୋଗ
କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ପରେ ତେଜିଲା ରାଜନୀତି I ରାଜ୍ୟର ପ୍ରସ୍ତାବ ହସ୍ତଗତ ହୋଇନଥିବା କହିଥିଲେ ଆଇନ ମନ୍ତ୍ରୀ I ବାଚସ୍ପତି କହିଲେ ୩ ବର୍ଷ ତଳୁ ରିଜୋଲ୍ୟୁସନ କରି ପଠାଇଛୁ
ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଅଭିନୟ ପର୍ବ। କିଏ ତଳେ ବସି ପଖାଳ ଖାଇ ଦିଏ ତ ଆଉ କିଏ ହାତ ଯୋଡି କରେ ଗୁହାରି। ଆଉ ଏଠି...
ଜଣେ ସାଂସଦ ଆଉ ଜଣେ ବିଧାୟକ। କଳାହାଣ୍ଡି ଜିଲ୍ଲାରେ ଯୁବ କଂଗ୍ରେସ କର୍ମୀ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡିକୁ ମାଡ଼ କଲେ ଅଣ୍ଡା।