• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Karnataka Horror
Odia Youth Murdered: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ସାଙ୍ଗରେ ଥିବା ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିବା ସହ ଓଡ଼ିଆ ଯୁବକଙ୍କୁ କେନାଲକୁ ଠେଲି ମାରିଦେଲେ ଦୁଷ୍କର୍ମକାରୀ । ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ବର୍ବରକାଣ୍ଡ ।

Couple Alleges Rs 30 Lakh Fraud at DCB Bank in Nayagarh
ଡିସିବି ବ୍ୟାଙ୍କରେ ୩୦ ଲକ୍ଷ ଟଙ୍କାର ଠକେଇ!

ନୟାଗଡ଼ ଡିସିବି ବ୍ୟାଙ୍କରେ ୩୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଟାଉନ ଥାନାରେ ଅଭିଯୋଗ ଦେଲେ ଦମ୍ପତି।

  • Saturday, 08 March 2025
Hotel
Dhaba Mutton: ଗ୍ରାହକ ଭାବୁଥିଲେ ଖାଉଛନ୍ତି ମଟନ ଝୋଳ; ହେଲେ ଭିତରେ ଗୋମାଂସ !

ଭିଡିଓ ଭାଇରାଲ୍‌ ପରେ ଜିଲ୍ଲା ପ୍ରଶାସନ ନେଇଛି ଆକ୍ସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଳମ୍ବିତ ରାତିରେ ଜୟା ଢ଼ାବାକୁ ସିଲ୍‌ କରି ଦିଆଯାଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ ଏଠାରେ ପୋଲିସ ମୁତୟନ କରାଯାଇଛି। ଘଟଣାର ସତ୍ୟତା ପରଖିବା ନେଇ ରାଜ୍ୟ ପରୀକ୍ଷାଗାରକୁ ଯାଇଛି ମାଂସ ନମୂନା।

CM Mohan Majhi
CM Mohan Majhi: ‘କହିଥିଲି ପାତାଳରୁ ଖୋଜି ବାହାର କର, ପୋଲିସ୍ ସ୍ପାଇଡର ଲୁଟେରାକୁ ଧରି ଆଣିଲା’

ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଳାସ ଜୀବନ ସଜେଇଲା ସୈତାନ
Special Story: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର

ପ୍ରସୁନ ଓ ତାଙ୍କ ପରିବାରର ଲେଦର ବ୍ୟବସାୟ ଥିଲା । ପ୍ରସୁନଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ । ହେଲେ ବସି ଖାଇଲେ ନଈ ବାଲି ସରିବା ଭଳି ପ୍ରସୁନ ଏବଂ ତାଙ୍କ ଭାଇ ପ୍ରଣୟ ସବୁ ପୁଞ୍ଜି ଖର୍ଚ୍ଚ କରି ଚାଲିଥିଲେ ।

ଶବର ଗୋଡ଼ କାଟିଦେଲେ
Crime Story: ମଣିଷ ଶବକୁ କୁକୁର ଶବ କହି ଖସିଯାଉଥିଲେ ହତ୍ୟାକାରୀ...ଧରାପଡ଼ିବା ପରେ ସାମ୍ନାକୁ ଆସିଲା ସତ

ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ ଭଡା ଘରେ ୪୦ ଘଣ୍ଟାରୁ ଅଧିକ ସମୟ ପାଇଁ ପଡ଼ି ରହିଥିଲା। ସେମାନେ ଏହାକୁ ଫିଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲେ। ମା ଏବଂ ଝିଅ ମୃତଦେହକୁ ଟ୍ରଲି ବ୍ୟାଗରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସେଥିରେ ପଶିନଥିଲା।

STA Joint Commissioner Arrested
Vigilance Arrest: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।

ପାହାଡ଼ ଗିଳିଦେଲେ ରାଜା !
Raja Chakra: ପଥର ଖାଦାନକୁ ବି ଛାଡ଼ିନଥିଲେ ରାଜା, ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ପଥର

ବେଆଇନ ଭାବେ ବିନା ଅନୁମତିରେ ଶହ ଶହ କୋଟି ଟଙ୍କାର ଧଳା ପଥର ଖୋଳି ଲୁଟ କରିଛନ୍ତି ରାଜା । ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।

ଆଖି ଖୋସି ହେଲା ଭଳି ସମ୍ପତ୍ତି
Vigilance Raid: ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ, ୪ ବହୁତଳ କୋଠା ସହ ୧୧ ଦାମୀ ପ୍ଲଟ୍ ଠାବ

ପ୍ରଦୀପଙ୍କ ବିପୁଳ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ । ପାଖରେ ଥୁଆ ହୋଇଛି ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ ।

ନିଶା କବଳରେ ପଡ଼ି ନିଜ ଘରୁ ଲୁଟ୍
Student Loots One Crore: କୁସଂଗରେ ପଡ଼ି ମଦ ପିଇଲା ଦଶମ ଶ୍ରେଣୀ ଛାତ୍ର, ତା’ପରେ ନିଜ ଘରୁ ଲୁଟିନେଲା କୋଟିଏ ଟଙ୍କା

କୁସଂଗରେ ପଡ଼ିଥିବା ପୁଅକୁ ଭଲ ବାଟକୁ ଆଣିବାକୁ ବ୍ୟବସାୟୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ନେଲେ। ତେବେ ପୁଅକୁ ଡରାଇବା ପାଇଁ ତାକୁ ଘରର ସମସ୍ତ ସମ୍ପତ୍ତିରୁ ବେଦଖଲ କରିବାକୁ ଧମକ ଦେଇଥିଲେ। ଏହି କଥା ପୁଅ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗଲା ଫେବ୍ରୁଆରି ୨୫ରେ ଏହି ବ୍ୟବସାୟୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଚୋରି ଷଡ଼ଯନ୍ତ୍ର କରିଥିଲା।

similipal
Opium Hub Similipal: ଅଫିମ ଚାଷର ହବ୍ ପାଲଟିଲାଣି ଶିମିଳିପାଳ, ବାଘ ଖୋଜିଲେ ଗଞ୍ଜେଇ ମିଳୁଛି

ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ସ୍ଥାନ ବର୍ତ୍ତମାନ ଅଫିମ ଚାଷର ହବ୍ ପାଲଟିଲାଣି। ବାଘ ଦେଖିବାକୁ ଗଲେ ଦେଖିବାକୁ ମିଳୁଛି ଅଫିମ କ୍ଷେତ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବନ ବିଭାଗ।

Beaten To Death
Murder In Drug De Addiction Centre: ତଳେ ପକାଇ ହାତଗୋଡ଼ ବାନ୍ଧିକି ପିଟିଲେ, ମାରିଦେଲେ

ଯୁବକଙ୍କୁ ପିଟିଲେ । ତଳେ ପକେଇକି ପିଟିଲେ । ହାତଗୋଡ଼ ବାନ୍ଧିକି ପିଟିଲେ । ତଳେ ପଡିଯିବା ପରେ ପୁଣି ଉଠାଇଲେ, ପିଟିଲେ । ତଳେ ପଡିଯିବା ପରେ ମୁଣ୍ଡକୁ ଗୋଇଠା ମାରି ଚାଲିଗଲେ । ହାର୍ଟ ବିଟ୍ କମି କମି ପୂରା ବନ୍ଦ ହୋଇଗଲା ।

kiit
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ NHRC

ଭୁବନେଶ୍ବରରେ ପହଞ୍ଚିଲା NHRC ଟିମ୍। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଖୋଳତାଡ଼ କରିବ ଜାତୀୟ ମାନବାଧିକାର କମିଶନ । ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗର ବି ଖୋଳତାଡ଼ ହେବ ।

Nhrc
KIIT Suicide Row: କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଯିଏ ଚାହିଁବେ ସିଏ ତଥ୍ୟ ଦେଇ ପାରିବେ

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଆତ୍ମହତ୍ୟା କରିଥିବା ବେଳେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା।

Vigilance Raid
Vigilance Raid: କୋଟିପତି ଡେପୁଟି କମିଶନର; ବାବୁଙ୍କ ଘରେ କି ସୁନା?

ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

nri
Nri Quota Scam: କିମ୍ସ, ହାଇଟେକ୍ ଓ ସମରେ EDର ମାରାଥନ୍ ରେଡ୍, ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍

କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି।

raja chakra
ରାଜାଙ୍କ ରାଜକୀୟ ସଉକ୍

#ରାଜାଙ୍କ_ରାଜକୀୟ_ସଉକ୍...#ଫାର୍ମ_ହାଉସ_ଦେଖି_ଆଖି_ଟେରା ଆଖି ତରାଟିଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜାଙ୍କ ଥିଲା ବହୁମୂଲ୍ୟ କାର୍ ଓ ବାଇକ୍। ଚଢ଼ୁଥିଲେ ଦାମୀ ଫର୍ଚ୍ୟୁନର୍ କାର୍ ଓ ପାଖରେ ଥିଲା ୨୫ ଲକ୍ଷ ଟଙ୍କାର ବାଇକ୍।କେନ୍ଦୁଝରରେ ରେଡ୍ ବେଳେ EOW ହାତରେ ଲାଗିଛି ୨୫ ଲକ୍ଷର Harley Davidson ବାଇକ୍ । ଫାର୍ମ ହାଉସ ଦେଖିଲେ ହଜିଯିବ ନିଦ.... ଦେଖନ୍ତୁ ରିପୋର୍ଟ।

  • Wednesday, 05 March 2025
  • BJD
murder
ମୋ ସ୍ୱାମୀଙ୍କୁ ଖଣ୍ଡାରେ ହାଣିଦେଲେ

#ମୋ_ସ୍ୱାମୀଙ୍କୁ_ଖଣ୍ଡାରେ_ହାଣିଦେଲେ ଆମେ ଭୋଜି ଖାଇବା ପାଇଁ ରାତିରେ ଆସିଥିଲୁ। ସେମାନେ ଜଗିଥିଲେ। ସକାଳେ ଆମେ ଗଲାବେଳେ ଆଗେ ବୋମା ଫୁଟେଇଦେଲେ। ତା ପରେ ଖଣ୍ଡାରେ ହାଣି ମୋ ସ୍ୱାମୀଙ୍କୁ ମାରିଦେଲେ।

  • Wednesday, 05 March 2025
  • Murder
smugler
ବାପା ପୋଲିସ୍, ଝିଅ ସୁନା ସ୍ମଗଲର।

ବାପା ପୋଲିସ୍, ଝିଅ ସୁନା ସ୍ମଗଲର। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରାନ୍ୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।

Actress Ranya Rao
Actress Ranya Rao: ବାପା ଡିଜିପି, ଝିଅ ସ୍ମଗଲର୍; ବେଲ୍ଟ ଷ୍ଟ୍ରାପରେ ଲୁଚାଇଥିଲେ ୧୪ କିଲୋ ସୁନା...

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି। 

ରାଜାଙ୍କ ୨୦୦ ବେନାମୀ ଆକାଉଣ୍ଟ
EOW Raid: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

ଏହାସହ ବଡ଼ ସୁରାକ ଲାଗିଛି ତଦନ୍ତକାରୀ ସଂସ୍ଥା ହାତରେ । EOW ହାତରେ ରାଜା ଚକ୍ରଙ୍କ ୨୦୦ ବେନାମୀ ଆକାଉଣ୍ଟ ଥିବା ମଧ୍ୟ ଜଣାପଡ଼ିଛି ।

son
ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

son
Son Killed Parents: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

atm
ATM Heist Mastermind: ଧରାପଡିଲେ ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ରାଜୁ ଓ ରୁସ୍ତମ

ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ।

ମହିଳା ଆଇପିଏସ୍‌ଙ୍କୁ ରାସ୍ତାକଡ଼କୁ ଠେଲିଦେଲେ
Crime Story: ମହିଳା ଆଇପିଏସଙ୍କୁ ଚଳନ୍ତା କାରରେ ଘୋଷାଡ଼ି ରାସ୍ତା କଡ଼କୁ ଠେଲିଦେଲେ

କାର ଭିତରେ ୩ କନଷ୍ଟେବଳଙ୍କୁ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ସେମାନେ ଏହି ମହିଳା ଆଇପିଏସଙ୍କୁ ରାଜପଥରେ ପାଖାପାଖି ୩୦୦ ମିଟର ଘୋଷାରି ନେଇଥିଲେ। ପରେ ରାସ୍ତା ଉପରେ ଠେଲି ଫେରାର ହୋଇଯାଇଥିଲେ। ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା। ଏହି ଘଟଣାରେ ବହିଷ୍କୃତ ହୋଇଥିବା ୨ ପୁଲିସ କର୍ମଚାରୀଙ୍କୁ ଶେଷରେ କୋର୍ଟ ୧୪ ବର୍ଷ ପରେ ସଜା ଶୁଣାଇବା ପରେ ପୁଣି ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।